
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨ (ହି.ସ.) - ହୃଦରୋଗୀମାନଙ୍କୁ ଚିକିତ୍ସା ପରେ ସୁସ୍ଥ ହେବାରେ ସାହାଯ୍ୟ କରିବା ପାଇଁ ବର୍ଦ୍ଧମାନ ମେଡ଼ିକାଲ କଲେଜ ଏବଂ ସଫଦରଜଙ୍ଗ ହସ୍ପିଟାଲ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ହୃଦରୋଗୀମାନଙ୍କୁ ରୋଗ ପରେ ପୁଣିଥରେ ସାଧାରଣ ଜୀବନଯାପନ କରିବାରେ ସାହାଯ୍ୟ କରିବା। ଏହା ରୋଗୀର ବ୍ୟାୟାମ, ଖାଦ୍ୟ, ମାନସିକ ସ୍ୱାସ୍ଥ୍ୟ ଏବଂ ଦୈନନ୍ଦିନ ଜୀବନଶୈଳୀ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥାଏ।
ପ୍ରସିଦ୍ଧ ବୈଜ୍ଞାନିକ ତଥା ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ନିର୍ମଳ କୁମାର ଗାଙ୍ଗୁଲି ଶନିବାର ଦିନ ନିର୍ଦ୍ଦେଶାବଳୀ ଜାରି କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ। ଡ. ହର୍ଷବର୍ଦ୍ଧନ ଏବଂ ଡ. ବିଜୟ ମୋହନ କୋହଲି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଡବ୍ଲ୍ୟୁ. ଏଚ୍. ଓ.-ଏସ୍. ଇ. ଏ. ଆର.ଓ. ର ଆଂଚଳିକ ପରାମର୍ଶଦାତା ଡକ୍ଟର ତାଶି ତୋବ୍େଗଙ୍କ ସମେତ ଅନେକ ବରିଷ୍ଠ ଡାକ୍ତର ଏବଂ ବିଶେଷଜ୍ଞ ମଧ୍ୟ ଉପସ୍ଥିତ ଥିଲେ।
ଡକ୍ଟର ନିର୍ମଳ କୁମାର ଗାଙ୍ଗୁଲି ଦେଶରେ ହୃଦରୋଗର ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଯଥାସମ୍ଭବ ଅଧିକ ଲୋକଙ୍କ ନିକଟରେ ଏପରି ସେବା ପହଂଚାଇବାର ଆବଶ୍ୟକତା ବିଷୟରେ କହିଥିଲେ। ଭାରତୀୟ ପରିସ୍ଥିତି ଅନୁଯାୟୀ ପ୍ରସ୍ତୁତ ହୋଇଥିବା ଏହି ନିର୍ଦ୍ଦେଶାବଳୀକୁ ସେ ପ୍ରଶଂସା କରିଥିଲେ।
ଡାକ୍ତରଖାନା ପ୍ରଶାସନ ଅନୁଯାୟୀ, ନୂତନ ନିର୍ଦ୍ଦେଶାବଳୀ ହୃଦରୋଗୀଙ୍କ ଯତ୍ନରେ ଏକରୂପତା ଆଣିବ। ଏହା ରୋଗୀମାନଙ୍କୁ ସେମାନଙ୍କର ଅସୁସ୍ଥତା ପରବର୍ତୀ ସୁସ୍ଥତା ହାସଲ କରିବାରେ, ଏକ ସୁସ୍ଥ ଜୀବନଶୈଳୀ ଚଳାଇବାରେ ଏବଂ ଜୀବନର ଗୁଣବତାରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି। ହୃଦରୋଗରୁ ସୁସ୍ଥ ହେବା ପରେ କେବଳ ଔଷଧ ଖାଇବା ଯଥେଷ୍ଟ ନୁହେଁ। ରୋଗୀ ମଧ୍ୟ ଉପଯୁକ୍ତ ବ୍ୟାୟାମ, ଉତମ ଖାଦ୍ୟ, ଚାପ ହ୍ରାସ ଏବଂ ଜୀବନଶୈଳୀରେ ପରିବର୍ତନ ଆବଶ୍ୟକ କରେ ଜ୍ଝ ଏହାକୁ ଧ୍ୟାନରେ ରଖି, ଏହି ନିର୍ଦ୍ଦେଶାବଳୀ ହୃଦରୋଗ ପୁନର୍ବାସ ପାଇଁ ପ୍ରସ୍ତୁତ କରାଯାଇଛି, ଅର୍ଥାତ୍ ହୃଦରୋଗ ପରେ ଶରୀରକୁ ପୁଣି ଶକ୍ତିଶାଳୀ କରିବାର ପ୍ରକ୍ରିୟା।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ