ଲୋଇସିଂହା ବିଧାନସଭା ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ଓ ଜନସମସ୍ୟା ସମାଧାନ ଉପରେ ଗୁରୁତ୍ୱ
ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ- ମନ୍ତ୍ରୀ ବଲାଙ୍ଗୀର, ୧୨ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଲୋଇସିଂହା ବିଧାନସଭା ମଣ୍ଡଳୀର ସର୍ବାଙ୍ଗୀନ ବିକାଶ, ସାମାଜିକ କଲ୍ୟାଣ ଓ ଜନସାଧା
ଲୋଇସିଂହା ବିଧାନସଭା ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ଓ ଜନସମସ୍ୟା ସମାଧାନ ଉପରେ ଗୁରୁତ୍ୱ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ


ଲୋଇସିଂହା ବିଧାନସଭା ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ଓ ଜନସମସ୍ୟା ସମାଧାନ ଉପରେ ଗୁରୁତ୍ୱ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ


ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ- ମନ୍ତ୍ରୀ

ବଲାଙ୍ଗୀର, ୧୨ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଲୋଇସିଂହା ବିଧାନସଭା ମଣ୍ଡଳୀର ସର୍ବାଙ୍ଗୀନ ବିକାଶ, ସାମାଜିକ କଲ୍ୟାଣ ଓ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଲକ୍ଷ୍ୟରେ ଆଜି ବଧାନସଭା ମଣ୍ଡଳୀ ବିକାଶ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗତକଲି ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ଏବଂ ବିଧାନସଭା ମଣ୍ଡଳୀ ବିକାଶ କମିଟିର ଅଧ୍ୟକ୍ଷ ଡ. ମୁକେଶ ମହାଲିଙ୍ଗ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଭୌତିକ ଓ ଆର୍ôଥକ ପ୍ରଗତିର ସମୀକ୍ଷା କରାଯାଇଥିଲା।

ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ବୈଠକରେ କୃଷି, ସ୍ୱାସ୍ଥ୍ୟ, ଭିତିଭୂମି, ଜନକଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ବିଭିନ୍ନ ପ୍ରକଳ୍ପର ପ୍ରଗତି ଓ ଜମି ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ମାନ୍ୟବର ମନ୍ତ୍ରୀ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶ ଶିଖର ଛୁଇଁବ ବୋଲି କହିଛନ୍ତି। ଏହାସହ ପ୍ରତ୍ୟେକ କ୍ଷେତ୍ରରେ ଆଗାମୀ ଦିନରେ ଯେପରି ଲୋଇସିଂହାର ନାଁ ହେବ ସେ ବିଷୟରେ ଗୁରୁତ୍ୱାରୋପ କରିଛନ୍ତି।

ବୈଠକର ପ୍ରଥମ ପର୍ଯ୍ୟାୟରେ କୃଷି, ସ୍ୱାସ୍ଥ୍ୟ, ଭିତିଭୂମି ଓ ଜନକଲ୍ୟାଣକାରୀ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷ କରି ବନ୍ୟା ପରିସ୍ଥିତି, ଜଳସେଚନ କ୍ଷମତା ବୃଦ୍ଧି, ଲୋୟର ସୁକତେଲ ପ୍ରକଳ୍ପ, କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପିଏମ୍-କିଷାନ, ଚାଷୀ ପଞ୍ଜୀକରଣ ଏବଂ ସାର ଓ କୀଟନାଶକ ଯୋଗାଣ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଏହାସହିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ‘ୱାନ୍ ନେସନ୍, ୱାନ୍ ରାସନ୍ କାର୍ଡ଼’ ଯୋଜନାର କାର୍ଯ୍ୟକାରିତା ମଧ୍ୟ ସମୀକ୍ଷା କରାଯାଇଥିଲା। ଗ୍ରାମାଂଚଳ ଓ ସହରାଂଚଳର ଭିତିଭୂମି ବିକାଶ ନେଇ ରାସ୍ତା, ରାସ୍ତା ଓ କୋଠାବାଡ଼ି, ବିଦ୍ୟାଳୟ ରୂପାନ୍ତରଣ, ବିଦ୍ୟାଳୟ ଗୃହ ନିର୍ମାଣ ଓ ମରାମତି ଏବଂ ସରକାରୀ କୋଠାଗୁଡ଼ିକର ରକ୍ଷଣାବେକ୍ଷଣ ଆଦି ପ୍ରସଙ୍ଗରେ ମଧ୍ୟ ଅଧିକାରୀମାନଙ୍କ ଠାରୁ ତଥ୍ୟ ନିଆଯାଇଥିଲା।

ସାମାଜିକ ସୁରକ୍ଷା କ୍ଷେତ୍ରରେ ସ୍ୱାସ୍ଥ୍ୟସେବା, ଅଙ୍ଗନବାଡ଼ି କାର୍ଯ୍ୟକ୍ରମ, ‘ସୁଭଦ୍ରା ଯୋଜନା’, ଏସ୍ସି/ଏସ୍ଟି ସ୍କୁଲ ଓ ହଷ୍ଟେଲର ପରିଚାଳନା, ବୃତି ପ୍ରଦାନ, ଦାଦନ ଶ୍ରମିକଙ୍କ ସମସ୍ୟା, ହସ୍ତଶିଳ୍ପୀ ଓ ବୁଣାକାରଙ୍କ ଉନ୍ନତି, କଳାକାର ଭତା, ଭାଗବତ ଟୁଙ୍ଗି ଏବଂ ଗ୍ରାମାଂଚଳରେ ଖେଳପଡ଼ିଆ ଓ କ୍ରୀଡ଼ାବିତ୍ମାନଙ୍କ ପାଇଁ ସୁଯୋଗ ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ବୈଠକର ଦ୍ୱିତୀୟ ପର୍ଯ୍ୟାୟରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ, ଆର୍ôଥକ ଅନୁଦାନର ବିନିଯୋଗ ଓ ଜମି ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଭିବିଜି-ରାମ-ଜି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ଅସମ୍ପୂର୍ଣ୍ଣ ଗୃହ, ଲୋଇସିଂହା ଏନ୍ଏସିର ବିକାଶମୂଳକ କାର୍ଯ୍ୟ ଏବଂ ଲୋକପାଳଙ୍କ ଅଭିଯୋଗ ଶୁଣାଣୀର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ଏହାସହିତ ୨୦୨୫-୨୬ରୁ ୨୦୨୬-୨୭ ମସିହା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ ପଂଚାୟତକୁ ମିଳିଥିବା ପାଣ୍ଠି, ଏହାର ବିନିଯୋଗ ଓ ଅବଶିଷ୍ଟ ରାଶି ସମ୍ପର୍କରେ ହିସାବ ନିଆଯାଇଥିଲା।

ଆଗଲପୁର ବ୍ଲକ ଅନ୍ତର୍ଗତ ଆଡେନଡ଼ୁଙ୍ଗୁରୀ ଗାଁ ଠାରୁ ଲୋଇସିଂହା ବ୍ଲକ କଦଳିପାଲିକୁ ସଂଯୋଗ କରୁଥିବା ରାସ୍ତାକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଏବଂ ଏହାସହିତ ଆଗଲପୁର ବ୍ଲକର ବଡ଼ଟିକା ଗାଁ ଠାରୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ଦୂମଦୁମି ଗାଁକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ତ୍ୱରାନ୍ୱିତ ଭାବେ ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଲୋଇସିଂହା, ଆଗଲପୁର ଏବଂ ପୁଇଁତଳା ବ୍ଲକରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ଲୋଇସିଂହା ଠାରେ ଏକ ରକ୍ତ ଭଣ୍ଡାର ଓ ଡାଏଲିସିସ୍ ୟୁନିଟ୍ ଏବଂ ଆଗଲପୁର ଠାରେ ଏକ୍ସ-ରେ ମେସିନ୍ ସ୍ଥାପନ କରାଯିବ। ଏହାସହିତ ଭାରତୀୟ ଜନସ୍ୱାସ୍ଥ୍ୟ ମାନକ ଅନୁସାରେ ଲୋଇସିଂହା, ଆଗଲପୁର ଓ ପୁଇଁତଳା ଚିକିତ୍ସାଳୟଗୁଡ଼ିକରେ ୩୦-ଶଯ୍ୟା ବିଶିଷ୍ଟ ନୂତନ କୋଠା ନିର୍ମାଣ କରାଯିବ।

ସାମାଜିକ ସୁରକ୍ଷା ଯୋଜନାରେ ନୂତନ ପେନସନ୍ ମଞ୍ଜୁରୀ, ଜମିହୀନ ହିତାଧିକାରୀଙ୍କୁ ପଟ୍ଟା ସହ ଜମି ହସ୍ତାନ୍ତର ଏବଂ ନୂତନ ଜମିହୀନ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଉପରେ ମଧ୍ୟ ମନ୍ତ୍ରୀ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।

ଲୋଇସିଂହା ଅଂଚଳରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଓ ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ମାନ୍ୟବର ମନ୍ତ୍ରୀ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣ, ଚାଷୀ ଓ ଜମିହୀନ ହିତାଧିକାରୀଙ୍କ ସମସ୍ୟାକୁ ସର୍ବାଧିକ ପ୍ରାଥମିକତା ଦେଇ ସରକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଂଚାଇବା ସହ ବିକାଶ ମୂଳକ କାର୍ଯ୍ୟଗୁଡ଼ିକୁ ଧାର୍ଯ୍ୟ ସମୟରେ ସମ୍ପାଦନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ସଡ଼କ ଓ ସେତୁ ପ୍ରକଳ୍ପ ପାଇଁ ରାଜ୍ୟ ଯୋଜନା(ସାଧାରଣ) ଅଧିନରେ ପ୍ରଶାସନିକ ଅନୁମୋଦନ ମିଳିଛି। ବଲାଙ୍ଗୀର–ଚନ୍ଦନଭାଟି ରାସ୍ତାରୁ କରକଚିଆ ଛକ, ଲୋଇସିଂହା–ଭରସୁଜା ରାସ୍ତା, ସାଲେଭଟା–ଆଗଲପୁର ରାସ୍ତା, ଯୋଗୀସରଡ଼ା–ପାଣ୍ଡିରିଡୁଙ୍ଗୁରୀ ଭାୟା ଖୁଂଟୁଲିମୁଣ୍ଡା ରାସ୍ତା, ଆଗଲପୁର–ନଅଗାଁ ଭାୟା ଘୁଚେପାଲି ରାସ୍ତା, ଶଙ୍କରଭୋଜି–ଜାମଗାଁ ରାସ୍ତା, ଫଟାବାହାଲରୁ ଫାସଡ଼ ରାସ୍ତା ଉନ୍ନତିକରଣ କାମ ଯଥାଶୀଘ୍ର ଆରମ୍ଭ ହେବ।

ସେହିପରି ସାଲେଭଟା–ଆଗଲପୁର ରାସ୍ତା ଉନ୍ନତିକରଣ, ଆଗଲପୁର– ନଅଗାଁ ରାସ୍ତା, ଲୋଇସିଂହା–ଭରସୁଜା ରାସ୍ତା, ସାଲେଭଟା–କୁଟାସିଂହା ରାସ୍ତା, ବୁର୍ଡା– ଅର୍ଜୁନପୁର ରାସ୍ତା, ଲୋଇସିଂହା–ଭରସୁଜା ରାସ୍ତା(ଭରସୁଜା ଛକଠାରୁ ୟୁପି ସ୍କୁଲ୍, ଦର୍ଲିପାଲି) ଉନ୍ନତିକରଣ, ଲୋଇସିଂହା–ଭରସୁଜା ରାସ୍ତା– ଲୋଇସିଂହା ବଜାର ଲୁପ୍ ଅଂଶର ଉନ୍ନତିକରଣ, ଏବଂ ଲୋଇସିଂହା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉନ୍ନତିକରଣକୁ ଯଥା ଶୀଘ୍ର ପ୍ରଶାସନିକ ମଞ୍ଜୁରୀ ମିଳିବ ବୋଲି କହିଛନ୍ତି ଏବଂ ଏହା ପରେ କାମ ଆରମ୍ଭ ହେବ।

ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ଉପସ୍ଥାପିତ ତଥ୍ୟ ଓ ପ୍ରଗତିର ସମୀକ୍ଷା କରି ମନ୍ତ୍ରୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସାରିବା ଏବଂ ଲୋକଙ୍କ ଅଭିଯୋଗ ଓ ସମସ୍ୟାର ତ୍ୱରିତ ସମାଧାନ କରିବାକୁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ।

ବୈଠକରେ ବଲାଙ୍ଗୀର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ମୁଖ୍ୟ ନିର୍ବାହୀ ଅଧିକାରୀ ତରଣୀ ସୁନା, ଉପ ଜିଲ୍ଲାପାଳ, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଲୋଇସିଂହା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande