ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାସ ; ୩ ନାବାଳକ ସହ ଧରାପଡ଼ିଲେ ୪

ସମ୍ବଲପୁର, ୧୨, ସେପ୍ଟେମ୍ବର (ହି.ସ.)

ସମ୍ବଲପୁର ଜିଲ୍ଲା ମହୁଲପାଲି ଓ କୁଚିଣ୍ଡା ଥାନା ଅଞ୍ଚଳର ବିଭିନ୍ନ ମନ୍ଦିରରେ ଘଟିଥିବା ଚୋରି ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୩ ଜଣ ନାବାଳକଙ୍କୁ ଧରାଯାଇଛି।

ମହୁଲପାଲି ଥାନାରେ ତୁରେଇ ତାରିଣୀ ମନ୍ଦିର ଚୋରି ମାମଲା ରୁଜୁ ହୋଇଥିବା ବେଳେ କୁଚିଣ୍ଡା ଥାନାରେ ପରୁଆଭାଡ଼ି ହନୁମାନ ମନ୍ଦିର, କୁଡ଼ାପଡ଼ା ଜଙ୍ଘା ମନ୍ଦିର ଏବଂ କିରାସାସନ ସ୍ୱପ୍ନେଶ୍ୱର ଶିବ ମନ୍ଦିର ଓ କଳା ପରିଷଦରେ ଚୋରି ଘଟଣାକୁ ନେଇ ମାମଲା ରୁଜୁ ହୋଇଥିଲା।

ଘଟଣାର ତଦନ୍ତ ପାଇଁ ଏସ୍ପି ମୁକେଶ କୁମାର ଭାମୁ, ଆଇପିଏସ୍ଙ୍କ ନିର୍ଦ୍ଦେଶରେ ଏସ୍ଡିପିଓ କୁଚିଣ୍ଡାଙ୍କ ତତ୍ତ୍ୱାବଧାନରେ ମହୁଲପାଲି ଓ କୁଚିଣ୍ଡା ଥାନାର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।

ଏହି ମାମଲାରେ ମହେଶ ଓରାମ (୨୧), ବିକାଶ ପାତ୍ର (୨୧), ରୋହିତ କାଟୁରୀ (୨୦) ଓ ହୀରାଲାଲ ସାବର ଓରଫ ମିଲୁ (୨୩)ଙ୍କୁ ଗିରଫ କରାଯାଇଛି। ଏଥିସହ ମହୁଲପାଲି ଓ ଗୁରୁଣ୍ଡିଆ ଥାନା ଅଞ୍ଚଳର ୩ ଜଣ ନାବାଳକଙ୍କୁ ମଧ୍ୟ ଧରାଯାଇଛି।

ଗିରଫ ୪ ଅଭିଯୁକ୍ତଙ୍କୁ ୭ ସେପ୍ଟେମ୍ବରରେ କୁଚିଣ୍ଡା ଏସ୍ଡିଜେଏମ୍ଙ୍କ ଅଦାଲତକୁ ପଠାଯାଇଥିବା ବେଳେ ୩ ନାବାଳକଙ୍କୁ ୧୧ ସେପ୍ଟେମ୍ବରରେ ସମ୍ବଲପୁର ପିଏମ୍ ଜେଜେବିରେ ଉପସ୍ଥାପନ କରାଯାଇଛି।

ତଦନ୍ତ ସମୟରେ ମହେଶ ଓରାମଙ୍କୁ ପୁଲିସ ରିମାଣ୍ଡରେ ନେଇ ପଚରାଉଚରା କରାଯିବା ପରେ ଚୋରି ସାମଗ୍ରୀ ରଖିଥିବା ଦୁଇ ରିସିଭରଙ୍କ ନିକଟରୁ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ରହିଛି ରୂପା ମୁକୁଟ, ରୂପା ଛତା, ସୁନା ସଦୃଶ ଟିକିଲି, ଝୁଟିଆ, ରୂପା ଆଙ୍ଗୁଠି, ନାକଫୁଲ, ରୂପା କଡ଼ି, ଝୁମୁକା ଓ ବାଲା ଆଦି।

ଏହାଛଡ଼ା ତଦନ୍ତରେ ମହୁଲପାଲି ଥାନା ଅଞ୍ଚଳର ଏକ କୀଟନାଶକ ଦୋକାନରେ ହୋଇଥିବା ଚୋରି ଘଟଣାରେ ମଧ୍ୟ ଉକ୍ତ ୪ ଅଭିଯୁକ୍ତଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ସେଠାରୁ ଗୋଟିଏ HP ଲାପଟପ୍, POCO M2 ମୋବାଇଲ୍ ଫୋନ୍, ଲୁହା ରଡ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

ପୁଲିସର ସୂଚନା ଅନୁଯାୟୀ, ୩ ନାବାଳକଙ୍କୁ ପଚରାଉଚରା କରାଯିବା ପରେ ସେମାନେ ଉପରୋକ୍ତ ୪ ଅଭିଯୁକ୍ତଙ୍କ ସହ ମିଶି କୁଚିଣ୍ଡା ଓ ମହୁଲପାଲି ଅଞ୍ଚଳର ବିଭିନ୍ନ ମନ୍ଦିରରେ ଚୋରି କରିଥିବା କହିଥିଲେ। ଅବଶିଷ୍ଟ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ପୋଲିସର ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande