ଚୋରି ମୋବାଇଲ ଓ ୬୦ ହଜାର ଟଙ୍କା ଜବତ, ଭୁକ୍ତଭୋଗୀଙ୍କୁ ଫେରସ୍ତ
ଗଞ୍ଜାମ, ୧୨ ସେପ୍ଟେମ୍ବର (ହି.ସ.)- ବୈଦ୍ୟନାଥପୁର ପୋଲିସକୁ ମିଳିଛି ବଡ଼ ସଫଳତା। ମୋବାଇଲ ଚୋରି ଓ ଆର୍ଥିକ ଠକେଇ ମାମଲାରେ ଅଭିଯୁକ୍ତକୁ ଗିରଫ କରି ଚୋରି ମୋବାଇଲ ଓ ୬୦ ହଜାର ଟଙ୍କା ଜବତ କରି ଆଜି ଭୁକ୍ତଭୋଗୀଙ୍କୁ ଫେରାଇ ଦିଆଯାଇଛି। କୋଦଳା ଥାନା ସାତନାଳାର ସୁପ୍ରଭା ସ୍ୱାଇଁ (୫୦), ସ୍ୱାମୀ ସୌରୀ ସ
Qertyy


ଗଞ୍ଜାମ, ୧୨ ସେପ୍ଟେମ୍ବର (ହି.ସ.)- ବୈଦ୍ୟନାଥପୁର ପୋଲିସକୁ ମିଳିଛି ବଡ଼ ସଫଳତା। ମୋବାଇଲ ଚୋରି ଓ ଆର୍ଥିକ ଠକେଇ ମାମଲାରେ ଅଭିଯୁକ୍ତକୁ ଗିରଫ କରି ଚୋରି ମୋବାଇଲ ଓ ୬୦ ହଜାର ଟଙ୍କା ଜବତ କରି ଆଜି ଭୁକ୍ତଭୋଗୀଙ୍କୁ ଫେରାଇ ଦିଆଯାଇଛି।

କୋଦଳା ଥାନା ସାତନାଳାର ସୁପ୍ରଭା ସ୍ୱାଇଁ (୫୦), ସ୍ୱାମୀ ସୌରୀ ସ୍ୱାଇଁ, ଗତ ମଇ ୨୧ ତାରିଖରେ ବ୍ରହ୍ମପୁର ବ୍ରହ୍ମାନଗର ପ୍ରଥମ ଲେନକୁ ଡାକ୍ତର ଦେଖାଇବାକୁ ଆସିଥିଲେ। ସେଠାରେ ଦୁର୍ବୃତ୍ତ ତାଙ୍କ ମୋବାଇଲ ଚୋରି କରିନେଇଥିଲା। ଚୋରି ଫୋନରୁ ଅଭିଯୁକ୍ତ ତାଙ୍କ ଫୋନପେ ଆପ୍ ଖୋଲି ବ୍ୟାଙ୍କ ଖାତାରୁ ୬୦ ହଜାର ଟଙ୍କା ଉଠାଇ ଟ୍ରାନ୍ସଫର କରିଦେଇଥିଲା। ଏନେଇ ସେ ଜୁଲାଇ ୧୪ ତାରିଖରେ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀଙ୍କ ନେତୃତ୍ୱରେ ଟେକ୍ନିକାଲ ବିଶ୍ଳେଷଣ ଓ ଟ୍ରାକିଂ ଜରିଆରେ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରାଯାଇଛି। ତା' ନିକଟରୁ ଚୋରି ମୋବାଇଲ ଓ ୬୦ ହଜାର ଟଙ୍କା ଜବତ ହୋଇଛି। ଆଜି ଜବତ ମୋବାଇଲ ଓ ନଗଦ ଟଙ୍କା ଶ୍ରୀମତୀ ସୁପ୍ରଭା ସ୍ୱାଇଁଙ୍କୁ ହସ୍ତାନ୍ତର କରାଯାଇଛି। ନିଜ କଷ୍ଟ ଅର୍ଜିତ ଟଙ୍କା ଫେରି ପାଇ ସେ ବ୍ରହ୍ମପୁର ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande