ମାଲକାନଗିରିରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ : ମାତୃଭାଷା ଶିକ୍ଷଣ ସାମଗ୍ରୀର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ
ମାଲକାନଗିରି, ୧୨ ସେପ୍ଟେମ୍ବର (ହି.ସ.)- ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷଣ ଶିଖିବା ସାମଗ୍ରୀର ବିକାଶ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଜିଲ୍ଲ
ମାଲକାନଗିରିରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ: ମାତୃଭାଷା ଶିକ୍ଷଣ ସାମଗ୍ରୀର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଅନୁଷ୍ଠିତ


ମାଲକାନଗିରି, ୧୨ ସେପ୍ଟେମ୍ବର (ହି.ସ.)- ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷଣ ଶିଖିବା ସାମଗ୍ରୀର ବିକାଶ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି।

ବୈଠକ ପ୍ରାରମ୍ଭରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡା କାର୍ଯ୍ୟକ୍ରମର ଲକ୍ଷ୍ୟ, ପ୍ରସ୍ତାବିତ ଶିକ୍ଷଣ ସାମଗ୍ରୀର ରୂପରେଖ ଓ ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ସ୍ଥାନୀୟ ମାତୃଭାଷା ଶିକ୍ଷାର ଶିକ୍ଷକ, ଭାଷା ବିଶେଷଜ୍ଞ ଏବଂ ପିରାମଲ ପ୍ରତିଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଏହି ବୈଠକରେ ଶିକ୍ଷଣ ସାମଗ୍ରୀଗୁଡ଼ିକରେ ଭାଷାର ସଠିକତା, ସ୍ଥାନୀୟ ଶବ୍ଦାବଳୀର ସମ୍ପୃକ୍ତି, ସାଂସ୍କୃତିକ ଉପଯୋଗିତା ଏବଂ ଶିଶୁ-ଉପଯୋଗୀ ବିଷୟବସ୍ତୁ ସୁନିଶ୍ଚିତ କରିବାକୁ ବିଶେଷଜ୍ଞମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉପଲବ୍ଧ ଲିପିବଦ୍ଧ ସଂସ୍କରଣଗୁଡ଼ିକୁ ମୁଦ୍ରଣ କରି ବିଶେଷଜ୍ଞମାନଙ୍କୁ ପ୍ରଦାନ କରାଯିବ ଏବଂ ଆଗାମୀ ୭ ରୁ ୧୦ ଦିନ ମଧ୍ୟରେ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଶେଷ କରାଯିବ। ବଣ୍ଡା ଓ ଦିଦାୟୀ ଭାଷାରେ ସଠିକ୍ ଅନୁବାଦ ଓ ରୂପାନ୍ତରଣ ପାଇଁ ବଣ୍ଡା ବିକାଶ ସଂସ୍ଥା ଏବଂ ଦିଦାୟୀ ବିକାଶ ସଂସ୍ଥା ସହିତ ସ୍ୱତନ୍ତ୍ର ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ପରେ କୋୟା, ବଣ୍ଡା, ଦିଦାୟୀ ଏବଂ ଓଡ଼ିଆ ଭାଷାରେ ଶିକ୍ଷଣ ସାମଗ୍ରୀଗୁଡ଼ିକୁ ଚୂଡ଼ାନ୍ତ ମୁଦ୍ରଣ ପାଇଁ ପଠାଯିବ। ପ୍ରଗତିର ସମୀକ୍ଷା ଏବଂ ଚୂଡ଼ାନ୍ତ ଅନୁମୋଦନ ପାଇଁ ଆଗାମୀ ୧୦ ଦିନ ମଧ୍ୟରେ କମିଟିର ପରବର୍ତ୍ତୀ ବୈଠକ ଆହ୍ୱାନ କରାଯିବ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande