
ଝାରସୁଗୁଡ଼ା, ୧୨ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ୱାଗତ ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶୀଲ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ନବାଗତ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟ ପରିବାର ପକ୍ଷରୁ ଆତ୍ମୀୟତାର ସହ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ନାୟକ ଛାତ୍ରଛାତ୍ରୀମାନେ ଶିକ୍ଷା ଅର୍ଜନ ସହିତ ଶୃଙ୍ଖଳା, ସମୟାନୁବର୍ତ୍ତିତା, ନୈତିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱକୁ ଗୁରୁତ୍ୱ ଦେଇ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ ଦେଇଥିଲେ।
ସମାରୋହରେ ଅଧ୍ୟାପକ-ଅଧ୍ୟାପିକା ସରୋଜ ପଟେଲ, ସନ୍ଧ୍ୟାରାଣୀ ପୂଜାରୀ, ଲବ ପଧାନ, ସୁସ୍ମିତା ବେହେରା, ରୋହିତ କୁମାର ଖର୍ସେଲ ଓ ଦୀପାଳି ମଲ୍ଲିକଙ୍କ ସମେତ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ