ସିଏଜି ରିପୋର୍ଟରେ କେନ୍ଦ୍ରୀୟ ଯୋଜନାର ବିଫଳତା ପଦାକୁ ଆସିଛି: କଂଗ୍ରେସ
ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ହି.ସ)- କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଣୟନ ଓ କାର୍ଯ୍ୟାନ୍ୱୟନକୁ ନେଇ ସିଏଜି ରିପୋର୍ଟ ଗମ୍ଭୀର ପ୍ରଶ୍ନ ଉଠାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଶନିବାର ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ରଜନୀ
nhy


ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ହି.ସ)- କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଣୟନ ଓ କାର୍ଯ୍ୟାନ୍ୱୟନକୁ ନେଇ ସିଏଜି ରିପୋର୍ଟ ଗମ୍ଭୀର ପ୍ରଶ୍ନ ଉଠାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଶନିବାର ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି ଏହି ଅଭିଯୋଗ କରିଛନ୍ତି।

ଶ୍ରୀ ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ, ଉଡାନ ଯୋଜନାରେ ୭୭୪ଟି ରୁଟକୁ ଅନୁମତି ମିଳିଥିଲେ ମଧ୍ୟ ବାଧ୍ୟତାମୂଳକ ତିନିବର୍ଷର ଅବଧି ପରେ ମାତ୍ର ୫୪ଟି ରୁଟରେ ଯୋଜନା ଚାଲୁ ରହିଛି। ୪୦୩ଟି ରୁଟରେ ଯୋଜନା ଆରମ୍ଭ ହୋଇପାରିନଥିବା ଏବଂ ୬୦୦ କୋଟିରୁ ଅଧିକ ଟଙ୍କା ଅବ୍ୟବହୃତ ଥିବା ସେ କହିଛନ୍ତି।

ସେହିପରି ସ୍ମାର୍ଟ ସିଟି ମିଶନରେ ବିପୁଳ ଅର୍ଥ ଖର୍ଚ୍ଚ ସତ୍ୱେ ଅନେକ ପ୍ରକଳ୍ପ ନିମ୍ନମାନର ଓ ଅକାର୍ଯ୍ୟକ୍ଷମ ଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଥିବା କଂଗ୍ରେସ କହିଛି। ଏଥିସହ ଗ୍ରାମାଂଚଳରେ ପାଇପ ଯୋଗେ ପାନୀୟଜଳ ଯୋଗାଣ ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ମଧ୍ୟ ଅନିୟମିତତା ଥିବା ଅଭିଯୋଗ ହୋଇଛି।

କୌଶଳ ବିକାଶ ଯୋଜନା-୨ ଓ ୩ରେ ଷ୍ଟାଇପେଣ୍ଡ ପାଇଁ ଦିଆଯାଇଥିବା ବ୍ୟାଙ୍କ ଖାତା ମଧ୍ୟରୁ ୯୪.୫୩ ପ୍ରତିଶତ ଖାତା ଡମି, ଅବୈଧ କିମ୍ବା ଅସମ୍ପୂର୍ଣ୍ଣ ତଥ୍ୟ ଥିବା ଶ୍ରୀ ମହାନ୍ତି ଦାବି କରିଛନ୍ତି। ଏହି ଯୋଜନାଗୁଡ଼ିକରେ ହଜାର ହଜାର କୋଟି ଟଙ୍କାର ଅପବ୍ୟବହାର ହୋଇଥିବା ସେ ଅଭିଯୋଗ କରିଛନ୍ତି। ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଓ ମୁଖପାତ୍ରମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande