ତ୍ରିଲୋଚନ କାନୁନଗୋ ଦ୍ୱିତୀୟ ସ୍ମାରକୀ ବ୍ୟକ୍ତୃତା ଅନୁଷ୍ଠିତ
ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ହି.ସ)- କଟକ ମୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ପୂର୍ବତନ ସାଂସଦ ଓ ବିଧାୟକ ଜନନେତା ତ୍ରିଲୋଚନ କାନୁନଗୋଙ୍କ ୮୬ ତମ ଜନ୍ମ ଜୟନ୍ତୀ ଅବସରରେ ତ୍ରିଲୋଚନ କାନୁନଗୋ ସ୍ମୃତି କମିଟି ପକ୍ଷରୁ ଦ୍ୱିତୀୟ ତ୍ରିଲୋଚନ କାନୁନଗୋ ସ୍ମାରକୀ ବ୍ୟକ୍ତୃତା ଭୁବନେଶ୍ୱର ଜୟଦେବ ଭବନ ଠାରେ ଅ
yjfuyj


ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ହି.ସ)- କଟକ ମୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ପୂର୍ବତନ ସାଂସଦ ଓ ବିଧାୟକ ଜନନେତା ତ୍ରିଲୋଚନ କାନୁନଗୋଙ୍କ ୮୬ ତମ ଜନ୍ମ ଜୟନ୍ତୀ ଅବସରରେ ତ୍ରିଲୋଚନ କାନୁନଗୋ ସ୍ମୃତି କମିଟି ପକ୍ଷରୁ ଦ୍ୱିତୀୟ ତ୍ରିଲୋଚନ କାନୁନଗୋ ସ୍ମାରକୀ ବ୍ୟକ୍ତୃତା ଭୁବନେଶ୍ୱର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବ୍ୟକ୍ତୃତା ମାଳାର ଭାରତୀୟ ଗଣତନ୍ତ୍ର ସଂମ୍ମୁଖରେ ଆହ୍ୱାନ' ଶୀଷକ ବିଷୟ ବସ୍ତୁ ଉପରେ ରାଜ୍ୟ ସଭା ସାଂସଦ ପ୍ରଫେସର ମନୋଜ କୁମାର ଝା ବ୍ୟକ୍ତବ ଉପସ୍ଥାପନ କରିଥିଲେ। ଆମ ସମ୍ବିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ନାଗରିକ ମାନଙ୍କୁ ସମାନତା ସ୍ୱାଧୀନତା ଓ ନ୍ୟାୟ ର ଅଧିକାର ଦେଇଛି। ଗଣତନ୍ତ୍ର ବ୍ୟବସ୍ଥା ଅଧିକ ସୁଦୃଢ ଓ କ୍ରିୟାଶିଳ ହେଲେ ଭାରତ ବର୍ଷର ଜନଗଣଙ୍କ ମଧ୍ୟରେ ସାମାଜିକ ସମାନତା ପ୍ରତିଷ୍ଠା କରାଯାଇପାରିବ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏବଂ ପୋଲିସ ମହାନିର୍ଦ୍ଧେଶକ ଅମୀୟ ଭୂଷଣ ତ୍ରିପାଠୀ ପ୍ରମୁଖ ବ୍ୟକ୍ତବ ରଖି ଗଣତନ୍ତ୍ର କେବଳ ଏକ ସରକାର ଗଠନ ପ୍ରଣାଳୀ ନୁହେଁ ବରଂ ଆମ ସମଗ୍ର ବ୍ୟବସ୍ଥାର ଏକ ମୁଖ୍ୟ ଅଂଶ ଆମେ ଯେତବେଳେ ସଚେତନ ନିରପକ୍ଷ ଏବଂ ନିଜ ଅଧିକାର ଓ କର୍ତବ୍ୟ ପ୍ରତି ଜାଗ୍ରତ ହେବା ସେତବେଳେ ହିଁ ଗଣତନ୍ତ୍ରର ପ୍ରକୃତ ଅର୍ଥ ସଫଳ ହୋଇପାରିବ।

ଏହି ଅବସରରେ ଶ୍ରେଷ୍ଠ ଜନଦରଦୀ ବିଧାୟକ ଭାବରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶ୍ରେଷ୍ଠ ସମାଜସେବୀ ଭାବରେ ଶୋଭନୀୟ ଆନ୍ଦୋଳନ ର ନେତ୍ରୀ ଅରୁନ୍ଧତୀ ଦେବୀ ଙ୍କୁ ଜନନେତା ତ୍ରିଲୋଚନ କାନୁନଗୋ ସ୍ମାରକୀ ସମ୍ମାନ -୨୦୨୬ ରେ ସମ୍ମାନିତ କରାଯାଇ ଥିଲା।

ଏହି କାର୍ଯ୍ୟକ୍ରମ ଅବସରରେ ଜନନେତା ତ୍ରିଲୋଚନ କାନୁନଗୋ ସ୍ମୃତି କମିଟିର ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ବିଧାୟକ ରାଧାକାନ୍ତ ସେଠି ଧନ୍ୟବାଦ ଅର୍ପଣ କରିଥିଲେ।

ଶେଷରେ ଆଜାଦ ହିନ୍ଦ ବାହିନୀର ସାଥି ମାନଙ୍କ ଦ୍ୱାରା ତ୍ରିଲୋଚନ କାନୁନଗୋଙ୍କ ଜୀବନ ଉପରେ ଆଧାରିତ ଏକ ନାଟକ ପରିବେଷଣ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande