୩ୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୦୭୬୭ ମାମଲାର ଫୈସଲା
ଜୟପୁର, ୧୨ ସେପ୍ଟେମ୍ବର (ହି.ସ.)- ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଅଧ୍ୟକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ବାବଧାନରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜୟପୁର ସମେତ କୋରାପୁଟ, କୋଟପାଡ
୩ୟ ରାଷ୍ଟ୍ରୀୟ ଲୋକ ଅଦାଲତରେ  ୧୦୭୬୭ ମାମଲାର ଫୈସଲା


ଜୟପୁର, ୧୨ ସେପ୍ଟେମ୍ବର (ହି.ସ.)- ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଅଧ୍ୟକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ବାବଧାନରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜୟପୁର ସମେତ କୋରାପୁଟ, କୋଟପାଡ, ବୋରିଗୁମ୍ମା, ସେମିଲିଗୁଡା, ଦଶମନ୍ତପୁର, ଲମତାପୁଟ ଏବଂ ଲକ୍ଷ୍ମୀପୁରରେ ଥିବା ସମସ୍ତ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରାଧିନ ମୋକଦ୍ଦମା ତଥା ପ୍ରାକ ମୋକଦ୍ଦମା ଯଥା ଦେୱାନୀ, ଫୌଜଦାରୀ (ସାଲିସ ଯୋଗ୍ୟ ) ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳ ଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ଓ ନିଯୁକ୍ତି ବିବାଦ, ଟ୍ରାଫିକ୍ ଚାଲାଣ, ଚେକ ବାଉନ୍ସ, ରାଜସ୍ୱ, ଖାଉଟି ବିବାଦ, ଜମି ଅଧିଗ୍ରହଣ, ବିଏସନଲ, ଚାକିରି ସମନ୍ଧୀୟ ମାମଲା, ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇଥିଲା। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ କୋରାପୁଟ ଜିଲ୍ଲାର ବିଭିନ୍ନ କୋର୍ଟରେ ବିଚାରାଧିନ ମୋକଦ୍ଦମା ବ୍ୟତୀତ ପ୍ରାକ-ମୋକଦ୍ଦମା ସ୍ତରୀୟ ବିବାଦର ମଧ୍ୟ ଲୋକ ସମାଧାନ କରାଯାଇଥିଲା । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ କୋରାପୁଟ ପ୍ରଦୀପ କୁମାର ମହନ୍ତ, ପରିବାର ଅଦାଲତ ବିଚାରପତି ନିଶିଥ୍ ନିଶାଙ୍କ, ସି଼.ଜେ. ଏମ, ଶ୍ରୀମତୀ ଏସ. ଶୁଭଲକ୍ଷ୍ମୀ ବରିଷ୍ଠ ଦେବାନି ବିଚାରପତି ସ୍ଵୟଂ ପ୍ରକାଶ ଦାସ, ସଚିବ ଜିଲ୍ଲା ଆଇନ ସେବା ପ୍ରଧିକାରଣ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜାତା, ରେଜିଷ୍ଟ୍ରାର୍ ସିଭିଲ୍ କୋର୍ଟ ଜୟପୁର ଶ୍ରୀମତୀ ମଧୁସ୍ମିତା ଜେନା, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ଅଳକନନ୍ଦା ମହାନ୍ତି, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକରି ଶ୍ରୀମତୀ ସୁମିତ୍ରା କୁମାରୀ ଦାସ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ଶ୍ରୀ ହରମୋହନ ଦାସ, ଶ୍ରୀମତି ଦୀକ୍ଷ୍କା ରାଉତରାଏ ଓ ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରୀ ଦେବଦତ୍ତ ଜେନା, ଜିଲ୍ଲାର ବିଭିନ୍ନ ରାଜସ୍ବ ଅଧିକାରୀ, ତହସିଲଦାର, ବ୍ୟାଙ୍କ ବି.ଏସ.ଏନ.ଏଲ, ପରିବହନ ଅଧିକାରୀ, ବିଦ୍ୟୁତ ବିଭାଗ, ବୀମା କମ୍ପାନୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପୃଥକ ପୃଥକ ଭାବେ କୋର୍ଟ କରି ବିଭିନ୍ନ ବିଚାରଧିନ ମାମଲା ଓ ପ୍ରାକ୍ ମୋକଦ୍ଦମା ଗୁଡିକର ଫୈଇସଲା କରିଥିଲେ।

ଆଜି ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଗତ ୬ ବର୍ଷ ଧରି ଅଲଗା ରହି ବିଭିନ୍ନ ପାରିବାରିକ ବିବାଦରେ ସଂଶ୍ଲିଷ୍ଟ ରହି ଆସୁଥିବା ସ୍ୱାମୀ-କଳାହାଣ୍ଡି ଜିଲ୍ଲା ଥୁଆ ରାମପୁର ଅଞ୍ଚଳର ଧନେଶ୍ୱର ନାୟକ ଓ ସ୍ତ୍ରୀ- ଜୟପୁର ଖ୍ରୀଷ୍ଟିୟାନ ପେଟା ସ୍ଥିତ ବାସନ୍ତୀ ଗରଡ଼ାଙ୍କର ପାରିବାରିକ ମାମଲାକୁ ଜୟପୁର ସ୍ଥିତ ପରିବାର ଅଦାଲତରେ ଆପୋଷ ମିଳାମିଶା ମାଧ୍ୟମରେ ସମାଧାନ କରାଯାଇ ବର୍ଷ ବର୍ଷ ଧରି ଚାଲିଥିବା ପାରିବାରିକ ବିବାଦର ଅନ୍ତ କରାଯାଇଥିଲା ଏବଂ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ସମସ୍ତ ବିବାଦ ଓ ମନମାଳିନ୍ୟକୁ ଭୁଲି ଏକାଠି ରହିବା ପାଇଁ ସ୍ଥିର କରିଛନ୍ତି। ଆଇନଜୀବି ଶଶାନନ୍ଦ ମିଶ୍ର, ସୁଶ୍ରୀ ମନଜମାଳା ଦିନବନ୍ଧୁ, ପି. ରମେଶ ପାତ୍ର, ପି. ଈଶ୍ବର ରାଓ, ପି. ସନ୍ୟାସୀ ରାଓ, ସୁଧାଂଶୁ ଶୁରେଶ କୁମାର, ଧର୍ମେନ୍ଦ୍ର କୁମାର ଜେନା, ରାଜେନ୍ଦ୍ର କୁମାର ଗୈାଡ଼, ଶ୍ରୀମତୀ ରାକ୍ଷୀ ବାଇ ଶ୍ରୀମତି ସସ୍ମିତା ଦଣ୍ତସେନା, ପ୍ରଜ୍ଞା କୁମାରୀ ବେବୋର୍ତ୍ତା ପ୍ରମୁଖ ଲୋକ ଅଦାଲତ ବେଞ୍ଚ ମାନଙ୍କରେ ସହଯୋଗ କରିଥିଲେ। ଏଥିରେ ସର୍ବ ମୋଟ କୋର୍ଟ ଓ ରାଜସ୍ୱ ବିଭାଗରେ ବିଚାରଧିନ ଥିବା ମୋକଦ୍ଦମା ମାମଲା ୧୨୩୪୦ ମଧ୍ୟରୁ ୯୯୪୯ଟି ମାମଲା ଫୈସଲା କରାଯାଇ ୮୯୦୯୪୦୯୪ ଟଙ୍କା ସମାଧାନ ରାଶି ଧାର୍ଯ୍ୟ କରାଯାଇଥିଲା। ସେହିପରି ୫୮୧୪ ପ୍ରାକ୍ ମୋକଦ୍ଦମା ମାମଲା ମଧ୍ୟରୁ ୮୧୮ ମାମଲା ଫୈସଲା କରାଯାଇ ୧୧୮୦୬୯୯୭ ଟଙ୍କା ସମାଧାନ ରାଶି ଧାର୍ଯ୍ୟ କରାଯାଇଥିଲା।

ଏହି ଲୋକ ଅଦାଲୋତରେ ଜୟପୁର ଆଇନଜୀବି ସଂଘ ସଦସ୍ୟ, ପୋଲିସ୍ କର୍ମଚାରୀ, କୋର୍ଟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମକର୍ତ୍ତା ଲୋକ ଅଦାଲୋତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande