ପୁରୀବାସୀ ଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ସ୍ଥାୟୀ ବ୍ୟବସ୍ଥା ଦାବିରେ ୧୬୫ ଦିନର ଅବିରତ ପଦଯାତ୍ରା :
ପୁରୀବାସୀ ଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ସ୍ଥାୟୀ ବ୍ୟବସ୍ଥା ଦାବିରେ ୧୬୫ ଦିନର ଅବିରତ ପଦଯାତ୍ରା : ପୁରୀ, , 12 ସେପ୍ଟେମ୍ବର (ହି.ସ.) ଶ୍ରୀମନ୍ଦିର ସହ ପୁରୀବାସୀଙ୍କ ଗଭୀର ଆଧ୍ୟାତ୍ମିକ ଓ ପାରମ୍ପରିକ ସମ୍ପର୍କକୁ ସମ୍ମାନ ଦେଇ ସେମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନରେ ସ
ପୁରୀବାସୀ ଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ସ୍ଥାୟୀ ବ୍ୟବସ୍ଥା ଦାବିରେ ୧୬୫ ଦିନର ଅବିରତ ପଦଯାତ୍ରା :


ପୁରୀବାସୀ ଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ସ୍ଥାୟୀ ବ୍ୟବସ୍ଥା ଦାବିରେ ୧୬୫ ଦିନର ଅବିରତ ପଦଯାତ୍ରା :

ପୁରୀ, , 12 ସେପ୍ଟେମ୍ବର (ହି.ସ.) ଶ୍ରୀମନ୍ଦିର ସହ ପୁରୀବାସୀଙ୍କ ଗଭୀର ଆଧ୍ୟାତ୍ମିକ ଓ ପାରମ୍ପରିକ ସମ୍ପର୍କକୁ ସମ୍ମାନ ଦେଇ ସେମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନରେ ସ୍ୱତନ୍ତ୍ର ତଥା ସ୍ଥାୟୀ ବ୍ୟବସ୍ଥା କରିବା ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୧୬୫ ଦିନରେ ପହଞ୍ଚିଛି। ଦୀର୍ଘ ସମୟ ଧରି ଦାବି ଉଠାଇ ଆସିଥିଲେ ମଧ୍ୟ ଆନ୍ଦୋଳନର ଧାରାରେ କୌଣସି ଉତ୍ତେଜନା ନାହିଁ; ଶାନ୍ତି, ଶୃଙ୍ଖଳା ଓ ଅହିଂସାକୁ ଆଧାର କରି ପୁରୀବାସୀ ନିଜ ସ୍ୱରକୁ ନିରନ୍ତର ଭାବେ ଉପସ୍ଥାପନ କରୁଛନ୍ତି। ଆଜି ମଧ୍ୟ ଭକ୍ତ ସାଲବେଗ ପୀଠରୁ ସତ୍ୟାଗ୍ରହୀମାନେ ଏକତ୍ରିତ ହୋଇ ପଦଯାତ୍ରାରେ ବାହାରିଥିଲେ। ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିର ଦିଗକୁ ଯାଇ ମନ୍ଦିର ନିକଟରେ ପତିତପାବନଙ୍କ ଦର୍ଶନ କରିଥିଲେ। ଏହା ସହିତ ପୁରୀବାସୀଙ୍କ ଦୀର୍ଘଦିନର ଦାବି ଉପରେ ଶୀଘ୍ର ଏକ ନ୍ୟାୟସଙ୍ଗତ ଓ ଗ୍ରହଣଯୋଗ୍ୟ ନିଷ୍ପତ୍ତି ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।ଦିନ ପରେ ଦିନ ପଦଯାତ୍ରା ଜାରି ରହିବା ସହ ଏହି ଆନ୍ଦୋଳନ ପୁରୀବାସୀଙ୍କ ସାମୂହିକ ଭାବନାର ଏକ ପ୍ରତିଫଳନ ପାଲଟିଛି। ପ୍ରଚଣ୍ଡ ଖରା, ଝିପିଝିପି ବର୍ଷା କିମ୍ବା ପ୍ରତିକୂଳ ପାଣିପାଗ, କୌଣସି କିଛି ମଧ୍ୟ ସତ୍ୟାଗ୍ରହୀମାନଙ୍କ ପଦକ୍ଷେପକୁ ଅଟକାଇ ପାରିନାହିଁ। ୧୬୫ ଦିନର ଏହି ଯାତ୍ରା ଦାବି ପ୍ରତି ସେମାନଙ୍କ ଗଭୀରତା ଓ ଦୃଢ଼ତାକୁ ପ୍ରକାଶ କରୁଛି | ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀବାସୀଙ୍କ ଏହି ପଦଯାତ୍ରା କୌଣସି ରାଜନୈତିକ ଲାଭ କିମ୍ବା ଦଳୀୟ ସ୍ୱାର୍ଥକୁ ଆଖି ଆଗରେ ରଖି ଆରମ୍ଭ ହୋଇନାହିଁ। ଶ୍ରୀମନ୍ଦିର ସହ ପୁରୀବାସୀଙ୍କ ପୁରୁଣା ସମ୍ପର୍କ ଏବଂ ଦର୍ଶନକୁ ନେଇ ସେମାନଙ୍କ ଭାବନାକୁ ଆଧାର କରି ଏହି ଦାବି ଉଠିଛି। ତେଣୁ ସରକାର ଏହି ପ୍ରସଙ୍ଗକୁ ସମ୍ବେଦନଶୀଳତାର ସହ ବିଚାର କରି ପୁରୀବାସୀଙ୍କ ପ୍ରତିନିଧିଙ୍କ ସହ ବସି ଆଲୋଚନା କରିବା ଦରକାର। ସେ କହିଛନ୍ତି ଯେ, ଯେକୌଣସି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଲୋଚନା ହେଉଛି ସମାଧାନର ସର୍ବୋତ୍ତମ ମାର୍ଗ। ଏହି ପ୍ରସଙ୍ଗରେ ମଧ୍ୟ ସଂଳାପ ମାଧ୍ୟମରେ ସମସ୍ତ ପକ୍ଷର ମତ ଶୁଣି ଏକ ସ୍ଥାୟୀ ବ୍ୟବସ୍ଥା ନିର୍ଦ୍ଧାରଣ କରାଯାଇପାରିବ।ସତ୍ୟାଗ୍ରହୀମାନେ କହିଛନ୍ତି ଯେ, ୧୬୫ ଦିନ ଧରି ଚାଲିଥିବା ପଦଯାତ୍ରା ଏହା ସ୍ପଷ୍ଟ କରୁଛି ଯେ ଦାବିଟି ହଠାତ୍ ସୃଷ୍ଟି ହୋଇଥିବା କୌଣସି ଭାବାବେଗ ନୁହେଁ। ଏହା ପୁରୀବାସୀଙ୍କ ଦୀର୍ଘଦିନର ଅନୁଭବ, ଆସ୍ଥା ଓ ଆବଶ୍ୟକତା ସହ ଜଡ଼ିତ ଏକ ପ୍ରସଙ୍ଗ। ଏହି କାରଣରୁ ସରକାରଙ୍କ ଦ୍ୱାରା ଏହାକୁ ଗୁରୁତ୍ୱର ସହ ନେଇ ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ।

ଏହି ଆନ୍ଦୋଳନର ମୂଳରେ ରହିଛି ସତ୍ୟ ଓ ଅହିଂସା। କୌଣସି ପ୍ରକାର ଅଶାନ୍ତି କିମ୍ବା ସଂଘର୍ଷକୁ ପ୍ରଶ୍ରୟ ନଦେଇ ଗାନ୍ଧୀୟ ଆଦର୍ଶରେ ନିଜ ଦାବି ହାସଲ କରିବାକୁ ସତ୍ୟାଗ୍ରହୀମାନେ ପ୍ରତିବଦ୍ଧ। ସରକାରଙ୍କ ପକ୍ଷରୁ ଏକ ସ୍ପଷ୍ଟ, ସ୍ଥାୟୀ ଓ ଗ୍ରହଣଯୋଗ୍ୟ ପଦକ୍ଷେପ ନଆସିବା ପର୍ଯ୍ୟନ୍ତ ପଦଯାତ୍ରା ଓ ସତ୍ୟାଗ୍ରହ ଜାରି ରହିବ ବୋଲି ସେମାନେ ଘୋଷଣା କରିଛନ୍ତି। ପୁରୀବାସୀଙ୍କ ଦାବିକୁ ଆଉ ବିଳମ୍ବ ନକରି ସରକାର ଗୁରୁତ୍ୱର ସହ ବିଚାର କରନ୍ତୁ, ସମ୍ପୃକ୍ତ ପକ୍ଷଙ୍କ ସହ ଆଲୋଚନା କରନ୍ତୁ ଏବଂ ଏକ ଦୀର୍ଘସ୍ଥାୟୀ ସମାଧାନର ବାଟ ଖୋଲନ୍ତୁ ବୋଲି ସତ୍ୟାଗ୍ରହୀମାନେ ଆହ୍ୱାନ ଜଣାଇଛନ୍ତି।

ଏହି ଅବସରରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, ରମେଶ ଚନ୍ଦ୍ର ମହାନ୍ତି, ଯାଦବାନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, କିଶୋର ଚନ୍ଦ୍ର ଦାସ, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ମୀନାକ୍ଷୀ ଦାସ, ପ୍ରଣତୀ ରାୟ, ମମତା ଦାସ, ମମତା ସ୍ୱାଇଁ, ଲିଙ୍ଗରାଜ ସାହୁ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ବରୁଣ ମହାପାତ୍ର, ବାପିନା ସାମନ୍ତରାୟ, ସୁବାଷ ପଟ୍ଟନାୟକ, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande