ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଗଛ ପଡ଼ି ଜଣେ ଛାତ୍ର ଗୁରୁତର, ଅଳ୍ପକେ ବର୍ତିଲେ ୩ ଛାତ୍ର
ଜୟପୁର, ୧୨ ସେପ୍ଟେମ୍ବର(ହି.ସ.) – ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ପ୍ରଶାସନିକ ଭବନ ସମ୍ମୁଖରେ ଦୀର୍ଘ ବର୍ଷ ଧରି ଥିବା ବିରାଟକାୟ ଆକାଶମଲୀ ଗଛ ଉପୁଡ଼ି ପଡ଼ିବାରୁ ଗଛ ତଳେ ଠିଆ ହୋଇଥିବା ବାଣିଜ୍ୟ ବିଭାଗ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ର ମାନବ ଜୈନ ଗୁରୁତର ଆହତ ହୋଇଛନ୍ତି।
ବିକ୍ରମ ଦେବ  ବିଶ୍ୱବିଦ୍ୟାଳୟରେ ଗଛ ପଡ଼ି ଜଣେ ଛାତ୍ର ଗୁରୁତର ଅଳ୍ପକେ ବର୍ତ୍ତିଲେ ୩ ଛାତ


ଜୟପୁର, ୧୨ ସେପ୍ଟେମ୍ବର(ହି.ସ.) – ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ପ୍ରଶାସନିକ ଭବନ ସମ୍ମୁଖରେ ଦୀର୍ଘ ବର୍ଷ ଧରି ଥିବା ବିରାଟକାୟ ଆକାଶମଲୀ ଗଛ ଉପୁଡ଼ି ପଡ଼ିବାରୁ ଗଛ ତଳେ ଠିଆ ହୋଇଥିବା ବାଣିଜ୍ୟ ବିଭାଗ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ର ମାନବ ଜୈନ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁର ପରେ ସ୍ଥାନୀୟ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଶନିବାର ଅପରାହ୍ନରେ ବିଶ୍ୱବିଦ୍ୟାଳୟରେ ସ୍ନାତକ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଚାଲିଥିଲା। ଏହି ସମୟରେ ସାମାନ୍ୟ ବେଗରେ ବୋହିଥିବା ପବନରେ ବିଶ୍ୱବିଦ୍ୟାଳୟ ପ୍ରଶାସନିକ ଭବନ ସମ୍ମୁଖରେ ଥିବା ବିରାଟକାୟ ଆକାଶମଲୀ ଗଛ ଉପୁଡ଼ି ପଡ଼ିଥିଲା। ଗଛ ପଡ଼ିବା ସମୟରେ ପରୀକ୍ଷା ଦେଇସାରି ବାହାରେ ୪ ଜଣ ଛାତ୍ର ଉକ୍ତ ଗଛ ତଳେ ଠିଆ ହୋଇଥିଲେ। ଠିକ୍ ସେତିକିବେଳେ ଗଛ ପଡ଼ିବାରୁ ତିନିଜଣ ଛାତ୍ର ଦୌଡ଼ି ପଳେଇ ଯାଇ ଅଳ୍ପକେ ବର୍ତି ଯାଇଥିବାବେଳେ କିନ୍ତୁ ଜଣେ ଛାତ୍ର ମାନବ ଜୈନଙ୍କ ଉପରେ ଗଛର ଏକ ଡ଼ାଳ ପଡ଼ି ଯାଇଥିଲା। ଏହାସହ ଗଛ ତଳେ ଥିବା ଅନେକ ବାଇକ୍ ଉପରେ ଗଛ ଓ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଛାତ୍ର ଓ ବିଶ୍ୱବିଦ୍ୟାଳୟର କର୍ମଚାରୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାବେଳେ ଟାଉନ ଥାନା ପୁଲିସ ଓ ଦମକଳ ବାହିନୀ ମଧ୍ୟ ସଙ୍ଗେ ସଙ୍ଗେ ପହଂଚି ଭାଙ୍ଗି ପଡ଼ିଥିବା ଗଛକୁ କାଟି ସଫା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଗଛ ପଡ଼ିବା ସମୟରେ ବିଶ୍ୱବିଦ୍ୟାଳୟର କୁଳସଚିବ ମହେଶର ଚନ୍ଦ୍ର ନାୟକ ସେଠାରେ ତତକ୍ଷଣାତ୍ ପହଂଚି ନିଜ ଗାଡ଼ିରେ ଗୁରୁତର ଛାତ୍ରକୁ ତୁରନ୍ତ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ। ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପୁରୁଣା ଗଛ କାଟିବା ପାଇ ସାଧାରଣରେ ମତପ୍ରକାଶ ପାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande