ବୀରହରେକୃଷ୍ଣପୁରରେ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
ପୁରୀ, ୧୨ ସେପ୍ଟେମ୍ବର (ହି.ସ.)- ବିପର୍ଯ୍ୟୟ ପରିଚାଳନା ସମୟରେ ପ୍ରଥମେ ନିଜେ ବଞ୍ଚିବାକୁ ଚେଷ୍ଟା କରିବେ | ପରେ ଅନ୍ୟ ଯେଉଁମାନେ ବିପଦରେ ଥିବେ ତାଙ୍କୁ ମଧ୍ୟ ବଞ୍ଚାଇବାକୁ ଚେଷ୍ଟା କରିବା ଉଚିତ । ସେପ୍ଟେମ୍ବର ଦ୍ୱିତୀୟ ଶନିବାର ଓ୍ଵାର୍ଲଡ ଫାଷ୍ଟ ଏଡ୍ ଡେ। ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ
ବୀରହରେକୃଷ୍ଣପୁର ରେ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ


ପୁରୀ, ୧୨ ସେପ୍ଟେମ୍ବର (ହି.ସ.)- ବିପର୍ଯ୍ୟୟ ପରିଚାଳନା ସମୟରେ ପ୍ରଥମେ ନିଜେ ବଞ୍ଚିବାକୁ ଚେଷ୍ଟା କରିବେ | ପରେ ଅନ୍ୟ ଯେଉଁମାନେ ବିପଦରେ ଥିବେ ତାଙ୍କୁ ମଧ୍ୟ ବଞ୍ଚାଇବାକୁ ଚେଷ୍ଟା କରିବା ଉଚିତ । ସେପ୍ଟେମ୍ବର ଦ୍ୱିତୀୟ ଶନିବାର ଓ୍ଵାର୍ଲଡ ଫାଷ୍ଟ ଏଡ୍ ଡେ। ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ପୁରୀମହାନଗର ଅଧୀନ ବୀର ହରେକୃଷ୍ଣପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ଉପରେ ମିଶନ ଓଡ଼ିଶା ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ତାଲିମ ଦିଆଯାଇଥିଲା। ବର୍ଷା ଦିନରେ ସାପ ଆତଙ୍କ ଗାଁ ଗହଳିରେ ସାପ କାମୁଡିବା ବିଶେଷ ଭାବରେ ଦେଖିବାକୁ ମିଳିଥାଏ | ସେହି ସମୟରେ ସାପ କାମୁଡି ଥିବା ଲୋକଙ୍କୁ ରକ୍ଷା କରିବା ଉଚିତ । ସାମାନ୍ୟ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ଡାକ୍ତରଖାନାକୁ ନେଇ ସାପ କାମୁଡା ଇଞ୍ଜେକସନ ନେବା ସଠିକ ଚିକିତ୍ସା ଯୋଗାଇଦେବା ଆମର କର୍ତ୍ତବ୍ୟ । କୁକୁର କାମୁଡ଼ା, ବିଛା କାମୁଡା ସମୟରେ କିଭଳି ପ୍ରାଥମିକ ଚିକିତ୍ସା ଯୋଗାଇଦିଆଯିବ ସେ ସମ୍ପର୍କରେ ତାଲିମ ଦିଆଯାଥିଲା । ଖଣ୍ଡିଆ ଖାବରା ହେଲେ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବା ଉଚିତ । କେଉଁଠି ଯଦି କୋଠା ଭୁଷୁଡି ପଡିଲା, କେଉଁ ଯାଗାରେ ନିଆଁ ଲାଗିଛି ସେଠାରେ ଆହତ ହୋଇଥିବା ଲୋକଙ୍କୁ କିଭଳି ସି.ଟି.ଆର., ଆମ୍ବୁଲାନ୍ସକୁ ପଠାଯିବ ତା' ଉପରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା । ତାହା ଉପରେ ବିଶେଷ ତାଲିମ ସେଣ୍ଟଜୋନ ଆମ୍ବୁଲାନ୍ସର ମାଷ୍ଟର ଟ୍ରେନର ଭିକାରୀ ଚରଣ ସାହୁ ଭୁବନେଶ୍ବରରୁ ଆସି ଛାତ୍ର ଛାତ୍ରୀଙ୍କୁ ପ୍ରାକାଟିକାଲ ଭାବରେ ତାଲିମ ପ୍ରଦାନ କରିଥିଲେ।

ଅନ୍ୟ ବିଶିଷ୍ଟ ଟ୍ରେନର ମଧୁମିତା ମହାପାତ୍ର, ଡାକ୍ତର ପବିତ୍ର କୁମାର୍ ପ୍ରଧାନ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ଅନେକ କଥା ପିଲା ମାନଙ୍କୁ ବୁଝାଇଦେଇଥିଲେ। ଏହି ଶିବିରରେ ସେଣ୍ଟ ଜୋନ୍ ଆମ୍ବୁଲାନ୍ସର ଯୁଗ୍ମ ସମ୍ପାଦକ ମଧୁସୂଦନ ମିଶ୍ର ଯୋଗଦାନ କରି ସେଣ୍ଟ ଜୋନ୍ ଚିକିତ୍ସା ବ୍ୟବସ୍ଥା ପ୍ରତି ଘରେ ପହଞ୍ଚାଇବା ତାହା ଉପରେ ଗୁରୁତ୍ବ ଦିଆଯାଇ ହର ଘର ଫାଷ୍ଟଏଡ ପହଞ୍ଚିବା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିବା ସହ ଆଗାମୀ ଶୀତଦିନରେ ଦିନିକିଆ ତାଲିମ ଶିବିର କରାଯିବ ଓ ତା' ପରେ ତିନିଦିନିଆ ବ୍ରିଗେଡ ଟ୍ରେନିଂ ଶିବିର କରାଯିବ, ସ୍କୁଲରେ ବିଗ୍ରେଡ ବାହିନୀ ସୃଷ୍ଟି କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଟ୍ରେନିଂ ଦିଆଯିବ ପାଇଁ ଓଡିଶା ସେଣ୍ଟଜୋନ ଆମ୍ବୁଲାନ୍ସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଥିଲେ।

ଏହି ଶିବିରକୁ ସଫଳ କରାଇବାରେ ବୀରହରେକୃଷ୍ଣପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରବିନ୍ଦ ଦାସ, ସ୍କୁଲ ମ୍ୟାନେଜମେଣ୍ଟ କମିଟିର ଚେୟାରମ୍ୟାନ ବିଜୟ ଦାସ, ବୀର ହରେକୃଷ୍ଣପୁରୁ ର ନୋମିନି ସଦସ୍ୟ ତଥା ମିଶନ ଓଡ଼ିଶା ଆମ୍ବୁଲାନ୍ସ ଡିଭିଜନର ଡିଭିଜିନାଲ କମାଣ୍ଡର ଅଜୟ କୁମାର ପ୍ରଧାନ, ଡିଫେନ୍ସ କ୍ଲବ ର ମୁଖ୍ୟ ଅଭିମନ୍ୟୁ ସ୍ଵାଇଁ, ଆମ୍ବୁଲାନ୍ସ ଅଫିସର ଅଜୟ କୁମାର ଦାସ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଶିବିର ଆୟୋଜନରେ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ତ୍ରିପାଠୀ, ଲିଲି ବରାଳ, ବନଜା ମିଶ୍ର, ସ୍ମିତା ମିଶ୍ର ପ୍ରମୁଖ ସହଯୋଗ ଯୋଗାଇଥିଲେ। ବ୍ରିଗେଡ ଅମର ମହାପାତ୍ର, ଶାଶ୍ବତ ମହାନ୍ତି, ବିଷ୍ଣୁ ପ୍ରଧାନ, ରମାକାନ୍ତ ଜେନା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ଶେଷରେ ସ୍କୁଲ ପରିସରରେ ବଉଳ ଗଛ, ଡାଳିମ୍ବ ଗଛ ଓ ପଣସ ଗଛ ଲଗାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande