୨ କିଲୋ ୬୩୦ ଗ୍ରାମ ବଜ୍ରକାପ୍ତା କବଚ ଜବତ, ୬ ଜଣ ଅଭିଯୁକ୍ତ ଗିରଫ, ୩ଟି ମୋଟରସାଇକେଲ ଜବତ
ମାଲକାନଗିରି, ୧୩ ସେପ୍ଟେମ୍ବର (ହି.ସ.)- ବନ୍ୟପ୍ରାଣୀ ବଜ୍ରକାପ୍ତାର ଅବୈଧ ଶିକାର ଓ ତାହାର କବଚ ଚୋରାଚାଲାଣ ବିରୋଧରେ ମାଲକାନଗିରି ବନ ବିଭାଗ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ମାଲକାନଗିରି ଓ ମାଥିଲି ରେଞ୍ଜର ବନ ବିଭାଗ କର୍ମଚାରୀଙ୍କ ମିଳିତ ଅପରେସନରେ ପ୍ରାୟ ୨ କିଲୋ ୬୩୦ ଗ୍ରାମ ବଜ୍ର
୨ କିଲୋ ୬୩୦ ଗ୍ରାମ ବଜ୍ରକାପ୍ତା କବଚ ଜବତ  ୬ ଜଣ ଅଭିଯୁକ୍ତ ଗିରଫ, ୩ଟି


ମାଲକାନଗିରି, ୧୩ ସେପ୍ଟେମ୍ବର (ହି.ସ.)- ବନ୍ୟପ୍ରାଣୀ ବଜ୍ରକାପ୍ତାର ଅବୈଧ ଶିକାର ଓ ତାହାର କବଚ ଚୋରାଚାଲାଣ ବିରୋଧରେ ମାଲକାନଗିରି ବନ ବିଭାଗ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ମାଲକାନଗିରି ଓ ମାଥିଲି ରେଞ୍ଜର ବନ ବିଭାଗ କର୍ମଚାରୀଙ୍କ ମିଳିତ ଅପରେସନରେ ପ୍ରାୟ ୨ କିଲୋ ୬୩୦ ଗ୍ରାମ ବଜ୍ରକାପ୍ତା କବଚ/ଛାଲ ଜବତ କରାଯାଇଥିବା ବେଳେ ୬ ଜଣ ଅଭିଯୁକ୍ତଙ୍କୁ ଧରାଯାଇଛି। ଏଥିସହ ୩ଟି ମୋଟରସାଇକେଲ ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ମାଥିଲି ଥାନା ଅଞ୍ଚଳର ୩ ଜଣ, ମୁଦୁଲିପଡ଼ା ଥାନା ଅଞ୍ଚଳର ଜଣେ ଏବଂ ବୈପାରୀଗୁଡ଼ା ଥାନା ଅଞ୍ଚଳର ୨ ଜଣ ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ— ରାମ କୃଷ୍ଣ ଗଦବା, ପୂର୍ଣ୍ଣ ଭୂମିଆ, ଈଶ୍ୱର ଭୂମିଆ ଉଦୁଲିବେଡ଼ା, ମାଥିଲି। କୁମା ବିଶୋଇ, ଭୋଇଗୁଡ଼ା, ମୁଦୁଲିପଡ଼ା। ସୁଶାନ୍ତ ଖିଲ୍, ବାସନିଗୁଡ଼ା ବୈପାରୀଗୁଡ଼ା। ଲକ୍ଷ୍ମଣ ଶିଳପଡ଼ିଆ, ପାଲିଗୁଡ଼ା, ବୈପାରୀଗୁଡ଼ା।

ସୂଚନା ଅନୁଯାୟୀ, ଏହି ଘଟଣାର ତଦନ୍ତ ସମୟରେ ମାଲକାନଗିରି, ନବରଙ୍ଗପୁର ଏବଂ ଛତିଶଗଡ଼ ଅଞ୍ଚଳ ସହ ଜଡ଼ିତ କିଛି ସୂତ୍ର ମିଳିଥିବା ଜଣାପଡ଼ିଛି। ଫଳରେ ଏହା କେବଳ ସ୍ଥାନୀୟ ଚୋରାଚାଲାଣ ନା ଏହା ପଛରେ ଏକ ବଡ଼ ଅନ୍ତଃରାଜ୍ୟ କିମ୍ବା ଆନ୍ତର୍ଜାତୀୟ ଚୋରାଚାଲାଣ ନେଟୱର୍କ ରହିଛି, ସେନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ ଆରମ୍ଭ କରିଛି। ବଜ୍ରକାପ୍ତା ଏକ ସୁରକ୍ଷିତ ବନ୍ୟପ୍ରାଣୀ ହୋଇଥିବାରୁ ଏହାର ଶିକାର, କବଚ ସଂଗ୍ରହ ଓ ଅବୈଧ ବ୍ୟବସାୟ ଉପରେ ଆଇନଗତ ଭାବେ କଡ଼ା ନିଷେଧ ରହିଛି। ତେବେ ଜବତ ବଜ୍ରକାପ୍ତା କବଚ କେଉଁଠାରୁ ଆସିଥିଲା, ଏହାର ଗନ୍ତବ୍ୟସ୍ଥଳ କେଉଁଠି ଥିଲା ଏବଂ ଏହି ଚୋରାଚାଲାଣରେ ଆଉ କେଉଁମାନେ ସାମିଲ ଅଛନ୍ତି—ସେନେଇ ବନ ବିଭାଗର ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande