ବେଲପାହାଡ଼ରେ ୮.୩୫୦ କେଜି ଗଞ୍ଜେଇ ଜବତ
8 kolo Ganja seized at Belpahar
ବେଲପାହାଡ଼ରେ ୮.୩୫୦ କେଜି ଗଞ୍ଜେଇ ଜବତ


ଝାରସୁଗୁଡ଼ା, ୧୩, ସେପ୍ଟେମ୍ବର (ହି.ସ.) - ନିଶାମୁକ୍ତ ଓଡ଼ିଶା ଅଭିଯାନ ଅଧୀନରେ ଝାରସୁଗୁଡ଼ା ପୁଲିସକୁ ପୁଣି ଏକ ସଫଳତା ମିଳିଛି। ବେଲପାହାଡ଼ ଥାନା ପୁଲିସ ୮ କେଜି ୩୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ନିଶାଦ୍ରବ୍ୟ ବେପାରୀକୁ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ୧୩ ସେପ୍େଟମ୍ବରରେ ବିଶ୍ୱସନୀୟ ସୂଚନା ଆଧାରରେ ବେଲପାହାଡ଼ ଥାନା ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ଏସ୍ଆଇ ମନୋରଞ୍ଜନ ପରିଡ଼ାଙ୍କ ନେତୃତ୍ୱରେ ପୁଲିସ ଟିମ୍ ବେଲପାହାଡ଼ ରେଳ ଷ୍ଟେସନ ନିକଟରେ ଚଢ଼ଉ କରି ଗଞ୍ଜେଇ ନେଇ ଅବୈଧ ବିକ୍ରି ପାଇଁ ଯାଉଥିବା ହରିଶ କୁମାର ଚୌଧୁରୀ (୩୫)ଙ୍କୁ ଧରିଥିଲା। ତାଙ୍କ ନିକଟରୁ ୮.୩୫୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୫ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି। ଏଥିସହ ତାଙ୍କ ନିକଟରୁ ଏକ ମୋବାଇଲ ଫୋନ୍ ଓ ସିମ୍, ନଗଦ ୧୫୦ ଟଙ୍କା ଜବତ ହୋଇଛି।

ଗିରଫ ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପ୍ଲାଂଟସାଇଟ୍ ଥାନା ଅନ୍ତର୍ଗତ ଗୁରୁଦ୍ୱାର ରୋଡ୍ର ହରିଶ କୁମାର ଚୌଧୁରୀ। ଏନେଇ ବେଲପାହାଡ଼ ଥାନାରେ କେସ୍ ନମ୍ବର ୧୭୮, ତାରିଖ ୧୩/୦୯/୨୦୨୬ରେ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ସସ)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗଞ୍ଜେଇର ଉତ୍ସ ଏବଂ ଏହା ସହ ଜଡ଼ିତ ଅନ୍ୟମାନଙ୍କ ସମ୍ପର୍କରେ ଜାଣିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande