
ବଲାଙ୍ଗିର, ୧୩ ସେପ୍ଟେମ୍ବର (ହି.ସ.)- ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗୀର ଶାଖା ଓ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ(ଡିଆଇଇଟି) ମିଳିତ ଆନୁକୁଲ୍ୟରେ ଗଙ୍ଗାଧର ସାହିତ୍ୟ ଉପରେ ଆଲୋଚନାଚକ୍ର ଗତକାଲି ଅନୁଷ୍ଠିତ ହୋଇଛି । ଡଃ. ଭବାନୀ ଶଙ୍କର ପଟେଲଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଙ୍ଗାଧରଙ୍କ ଉପରେ ଆଲୋଚନାଚକ୍ରରେ ମଞ୍ଚାସିନ କ୍ରମେ ମୁଖ୍ୟ ଅତିଥି ରୁପେ ଡଃ. ଜୟ ପ୍ରକାଶ ଦାଶ ଅଧ୍ୟକ୍ଷ ଡାଏଟ୍ ବକ୍ତବ୍ୟ ପ୍ରଦାନ, ମୁଖ୍ୟ ବକ୍ତା ରୂପେ ଶ୍ରୀମତୀ ଏଲୋରା ମିଶ୍ର ସୁନ୍ଦର ବକ୍ତବ୍ୟ ପ୍ରଦାନ, ଗିରିଜା ଶଙ୍କର ରଥ ସଭାପତିତ୍ବ କ୍ରମେ ବକ୍ତବ୍ୟ ପ୍ରଦାନ, ଶ୍ରୀମତୀ ଲିଲି ପଟେଲ ବକ୍ତବ୍ୟ ପ୍ରଦାନ, ଶ୍ରୀମତୀ ରଶ୍ମି ପାତ୍ର କିଛି ବକ୍ତବ୍ୟ ସହ କବିତା ପଠନ, ଦୀପ ପ୍ରଜ୍ବଳନ ମନ୍ତ୍ର ଗାନ, ଶ୍ରୀମତୀ ନଳିନୀ ପ୍ରଭା ଶତପଥି ଉଦ୍ଦେଶ୍ୟ ଜ୍ଞାପନ, ବଳିଷ୍ଠ ପଧାନ କବିତା ପଠନ, ରାମ ଶଙ୍କର ଶତପଥି ସ୍ୱାଗତ ସଙ୍ଗୀତ ଗାନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ହୋଇଥିଲା । ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଶ୍ରୀମତୀ ଚିନ୍ମୟୀ ସାହୁ ମଞ୍ଚ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ