ବାଂଲାଦେଶରେ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ, ଆଠ ଆହତ
ଢାକା, ୧୩ ସେପ୍ଟେମ୍ବର (ହି.ସ.)- ବାଂଲାଦେଶର ଚଟଗାଁଓର କରନାଫୁଲିରେ ଏକ ବିବାହ ସମାରୋହରୁ ଘରକୁ ଫେରୁଥିବାବେଳେ ଏକ ଭ୍ୟାନ୍ ଏବଂ ଏକ ମିନିବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଆଠ ଜଣ ଆହତ ହୋଇଛନ୍ତି । ଦୁଇ ଜଣ ବ୍ୟକ୍ତି ଘଟଣାସ୍ଥଳରେ ଏବଂ ଅନ୍ୟ ଦୁ
ବାଂଲାଦେଶରେ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ, ଆଠ ଆହତ


ଢାକା, ୧୩ ସେପ୍ଟେମ୍ବର (ହି.ସ.)- ବାଂଲାଦେଶର ଚଟଗାଁଓର କରନାଫୁଲିରେ ଏକ ବିବାହ ସମାରୋହରୁ ଘରକୁ ଫେରୁଥିବାବେଳେ ଏକ ଭ୍ୟାନ୍ ଏବଂ ଏକ ମିନିବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଆଠ ଜଣ ଆହତ ହୋଇଛନ୍ତି । ଦୁଇ ଜଣ ବ୍ୟକ୍ତି ଘଟଣାସ୍ଥଳରେ ଏବଂ ଅନ୍ୟ ଦୁଇଜଣ ଡାକ୍ତରଖାନାରେ ଚିକିତ୍ସା ସମୟରେ ପ୍ରାଣ ହରାଇଛନ୍ତି ।

ଢାକା ଟ୍ରିବ୍ୟୁନ ର ଖବର ଅନୁଯାୟୀ, ରବିବାର ଭୋର୍ ପ୍ରାୟ ୨ଟା ବେଳେ ଚଟଗାଁଓ-କକ୍ସ ବଜାର ରାଜପଥରେ ଥିବା କରନାଫୁଲି କଲେଜ ବଜାର ଅଂଚଳରେ ଏହି ଦୁର୍ଘଟଣା ଘଟିଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଶାହ ଅମାନତ ପୋଲ ଅତିକ୍ରମ କରିବା ପରେ ଭ୍ୟାନ୍ ଟି ଦ୍ରୁତ ଗତିରେ ୟୁ-ଟର୍ଣ୍ଣ ନେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମିନି ବସ୍ ସହ ଧକ୍କା ହୋଇଥିଲା ।

ପୋଲିସ୍ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଶନିବାର ରାତିରେ ଚଟଗାଁଓ ସହରର ଅଗ୍ରବାଦରେ ଏକ କମ୍ୟୁନିଟି ସେଂଟରରେ ମିମତାହଙ୍କ ବଡ଼ ଭଉଣୀ ବିବାହ କରିଥିଲେ । ଅନେକ ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ସମାରୋହ ପରେ ମିନିବସ୍ ଦ୍ୱାରା କକ୍ସ ବଜାରର ଇଦ୍ଗାକୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା । ମୃତକମାନେ ହେଲେ ନିୟାଜ ମୋର୍ଶେଦ (୨୨), ତାଙ୍କ ସାନ ଭଉଣୀ ମିମତାହ (୧୭), ସେମାନଙ୍କ ମାମୁଁ ମହମ୍ମଦ ଫିରଦୌସ ଆଲମ (୫୫) ଏବଂ ମିନିବସ୍ ଡ୍ରାଇଭର ମହମ୍ମଦ ମୁନ୍ନା । ଏହି ଚାରିଜଣ ହେଉଛନ୍ତି କକ୍ସ ବଜାରର ଇଦଗାହ ଅଂଚଳର ବାସିନ୍ଦା । ଆହତମାନଙ୍କ ମଧ୍ୟରୁ ସାତ ଜଣଙ୍କୁ ଚଟଗାଁଓ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଛି । କରନାଫୁଲି ଥାନା ଅଧିକାରୀ ନୁର ଅହମ୍ମଦ କହିଛନ୍ତି ଯେ, ଦୁର୍ଘଟଣା ପରେ ଭ୍ୟାନଟିକୁ ଜବତ କରାଯାଇଛି, କିନ୍ତୁ ଏହାର ଡ୍ରାଇଭର ଏବଂ ହେଲ୍ପର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande