
ଭୁବନ, ୧୩ ସେପ୍ଟେମ୍ବର(ହି.ସ.) – ଢ଼େଙ୍କାନାଳ ଜିଲ୍ଲା ଭୁବନରେ ପ୍ରସିଦ୍ଧ ଗଣେଶ ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ନିମନ୍ତେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁଙ୍କ ତତ୍ୱାବଧାନରେ ଏସ୍ଆଇ ସୌମ୍ୟରଞ୍ଜନ ଭୋଇ, ଏଏସ୍ଆଇ ପ୍ରଦୀପ କୁମାର ଭୂୟାଁ, ଶଙ୍କର ମାଝୀ ପୋଲିସ ଫୋର୍ସଙ୍କ ଗହଣରେ କାଳୀ ବଜାର, କଲେଜ ରୋଡ଼ ଓ ରଗଡ଼ି ଛକ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରିଥିଲେ।
ଗଣେଶ ପୂଜା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହ ସାଧାରଣ ଲୋକ, ଦର୍ଶକ ଓ ଭକ୍ତଙ୍କ ସୁରକ୍ଷା ଦେବାପାଇଁ ଭୁବନ ଥାନା ବଦ୍ଧପରିକର ବୋଲି ଆଇଆଇସି ରେଣୁବାଳା ସାହୁ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ