ସୁନାପାଲିର କୁଖ୍ୟାତ ଅପରାଧୀ ଇରଫାନକୁ ଏକାଉଣ୍ଟର : ଦୁଇ ସହଯୋଗୀ ଗିରଫ
ସୁନାପାଲିର କୁଖ୍ୟାତ ଇରଫାନକୁ ଏକାଉଣ୍ଟର : ଦୁଇ ସହଯୋଗୀ ଗିରଫ
ସୁନାପାଲିର କୁଖ୍ୟାତ ଇରଫାନକୁ ଏକାଉଣ୍ଟର : ଦୁଇ ସହଯୋଗୀ ଗିରଫ


ସୁନାପାଲିର କୁଖ୍ୟାତ ଇରଫାନକୁ ଏକାଉଣ୍ଟର : ଦୁଇ ସହଯୋଗୀ ଗିରଫ


ସୁନାପାଲିର କୁଖ୍ୟାତ ଇରଫାନକୁ ଏକାଉଣ୍ଟର : ଦୁଇ ସହଯୋଗୀ ଗିରଫ


ସମ୍ବଲପୁର, ୧୩ ସେପ୍ଟେମ୍ବର (ହି.ସ.)- ରବିବାର ପ୍ରତ୍ୟୁଷରେ ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ୍ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସ ଗୁଳିରେ ସୁନାପାଲିର କୁଖ୍ୟାତ ଅପରାଧୀ ମହମ୍ମଦ ଇରଫାନ୍ ର ବାମ ଗୋଡ଼ରେ ଗୁଳି ବାଜିବା ଯୋଗୁଁ ସେ ରକ୍ତାକ୍ତ ହୋଇ ଘଟଣାସ୍ଥଳରେ ହିଁ ପଡି ଯାଇଥିଲା । ପୋଲିସ ତୁରନ୍ତ ଇରଫାନ୍ କୁ ଆଶୁ ଚିକିତ୍ସା ପାଇଁ ବୁର୍ଲା ଭିମସାରରେ ଭର୍ତ୍ତି କରିଛି । ଇରଫାନ୍ ବିରୋଧରେ ଡକାୟତି, ଲୁଟ୍, ଆଲୁମିନିୟମ୍ ତାର ଚୋରି, ଘରେ ପଶି ଚୋରି କରିବା ଓ ନିଶାଦ୍ରବ୍ୟ କାରବାର ଭଳି ବିଭିନ୍ନ ଥାନାରେ ୨୪ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଥିବା ପୋଲିସ୍ ପକ୍ଷରୁ କୁହାଯାଇଛି।

ପୋଲିସ୍ ସୂଚନା ମୁତାବକ, ରବିବାର ସକାଳ ପ୍ରାୟ ସାଢେ଼ ୫ଟା' ବେଳେ ସୁଡୁଙ୍ଗା ଜଙ୍ଗଲ ଭିତର କେନାଲ ରୋଡ୍ ଦେଇ ଓଡି ୧୫ ଏବି ୩୬୭୪ ନମ୍ବରର ଗୋଟାଏ କଳା ରଙ୍ଗର ବଜାଜ୍ ପଲସର୍ ମୋଟର ସାଇକେଲରେ ତିନି ଜଣ ସନ୍ଦିଗ୍ଧ ଅତି ଦୃତଗତିରେ ଯାଉଥିବା ସଦର ଥାନା ପୋଲିସ ଦେଖିବାକୁ ପାଇଥିଲା । ପୋଲିସ ବାଇକକୁ ଅଟକାଇବା ପାଇଁ ଇଶାରା କରିଥିଲେ ମଧ୍ୟ ସେମାନେ ଅଟକି ନଥିଲେ । ଫଳରେ ପୋଲିସ ସେମାନଙ୍କର ପିଛା କରିଥିଲା । ପୋଲିସ ପିଛା କରିବା ଦେଖି ଇରଫାନ୍ ବାଇକରୁ ଲମ୍ଫ ମାରି ଫେରାର ହେବାକୁ ଉଦ୍ୟମ କରିଥିଲା । ଫଳରେ ଭାରସାମ୍ୟ ହରାଇ ବାଇକ୍ ତଳେ ପଡିଯିବାରୁ ପୋଲିସ ଘଟଣାସ୍ଥଳରୁ ଦୁଇ ସହଯୋଗୀ ସୁନାପାଲିର ଦୀପକ କୁମାର ଓ ଅଇଁଠାପାଲି ଥାନା ଟାଙ୍ଗରପାଲି ଅଞ୍ଚଳର ମହମ୍ମଦ ଅରମାନକୁ କାବୁ କରି ନେଇଥିଲା । ତେବେ ଚମ୍ପଟ ମାରୁଥିବା ଇରଫାନକୁ ଧରିବା ପାଇଁ ପୋଲିସ ଗୋଡ଼ାଇବା ଦେଖି ପୋଲିସ ଟିମ୍ ଉପରକୁ ଇରଫାନ୍ ୩ ରାଉଣ୍ଡ ଗୁଳି ମାରିଥିଲା । ଆତ୍ମରକ୍ଷା ମୁଦ୍ରାରେ ପୋଲିସ୍ ବାଧ୍ୟ ହୋଇ ନିୟନ୍ତ୍ରିତ ଭାବେ ଦୁଇ ରାଉଣ୍ଡ ପାଲଟା ଗୁଳି ଚଳାଇଥିଲା । ଫଳରେ ଇରଫାନର ବାମ ଗୋଡ଼ରେ ପୋଲିସର ଗୁଳି ବାଜିବା ମାତ୍ରେ ସେ ସେହିଠାରେ ହିଁ ଆଣ୍ଠେଇ ପଡ଼ି ଯାଇଥିଲା । ଘଟଣାସ୍ଥଳରୁ ପୋଲିସ ଗୋଟିଏ ଦେଶୀ ପିସ୍ତଲ, ଗୁଳି ଓ ୩ଟି ଖାଲି କାର୍ଟ୍ରିଜ୍ ସହ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ମୋଟର ସାଇକେଲ୍ କୁ ମଧ୍ୟ ପୋଲିସ୍ ଜବତ କରିଛି। ଏତେ ଭୋର ସମୟରେ ତିନି ସନ୍ଦିଗ୍ଧ ଜଙ୍ଗଲ ଭିତର କେନାଲ ରୋଡରେ ମାରଣାସ୍ତ୍ର ସହ କୁଆଡେ଼ ଓ କାହିଁକି ଯାଉଥିଲେ ସେନେଇ ପୋଲିସ୍ ଏବେ ତଦନ୍ତକୁ ଜୋରଦାର କରିଛି । ସଦର ଥାନା ପୋଲିସର ଏନକାଣ୍ଟରରେ ଆହତ ହୋଇ ବୁର୍ଲା ଭିମସାରରେ ଧନୁପାଲି ଥାନା ସୁନାପାଲି ଅଞ୍ଚଳର ମହମ୍ମଦ କଲିମର ପୁଅ ମହମ୍ମଦ ଇରଫାନ୍ ଚିକିତ୍ସାଧୀନ ରହିଥିବା ବେଳେ ତା' ବିରୋଧରେ ବିଭିନ୍ନ ଥାନାରେ ବହୁ ସଙ୍ଗୀନ୍ ଅପରାଧିକ ମାମଲା ଥିବା କହିଛି । ସମ୍ବଲପୁର, ବୁର୍ଲା ସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ତେଲକୋଇ, ଲଖନପୁର, ଲେଫ୍ରିପଡ଼ା ଓ ଗୁରୁଣ୍ଡିଆ ଭଳି ଅଞ୍ଚଳରେ ମଧ୍ୟ ଆତଙ୍କ ସୃଷ୍ଟି କରିବା ସହ ବହୁ ଅପରାଧୀକ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ଇରଫାନର ଅପରାଧିକ ପୃଷ୍ଠଭୂମିକୁ ଅବଲୋକନ କଲେ ଲଖନପୁର ଥାନାରେ ଦୁଇଟି ୧୪୬/୨୨, ୧୪୩/୨୨, ଝାରସୁଗୁଡ଼ା ଥାନାରେ ୩୭୬/୧୮, ବେଲପାହାଡ଼ ଥାନାରେ କେସ୍ ନଂ. ୨୬/୨୧, ବ୍ରଜରାଜନଗର ଥାନାରେ ୩୯/୨୧, ସୁନ୍ଦରଗଡ଼ ସଦର ଥାନାରେ ୦୬/୨୫, ଲେଫ୍ରିପଡ଼ା ଥାନାରେ ୫୪/୨୧, ହେମଗିର ଥାନାରେ ୧୬/୨୧, ତେଲକୋଇ ଥାନାରେ ୯୦/୧୨, ସମ୍ବଲପୁର ସଦର ଥାନାରେ ୮୯/୨୩, ସମ୍ବଲପୁର ଟାଉନ୍ ଥାନାରେ ୨୯/୧୯, ସମ୍ବଲପୁର ଧମା ଥାନାରେ ୧୯/୧୯, ଗୁରୁଣ୍ଡିଆ ଥାନାରେ ୯/୨୧, ବୁର୍ଲା ଥାନାରେ ଦୁଇଟି ୨୦୨/୨୧, ୬୪୮/୨୧, ଧନୁପାଲି ଥାନାରେ ୫ ଟି ୨୨୦/୧୮, ୧୨୭/୨୦, ୪୪୯/୨୧, ୪୫୧/୨୧, ୪୯୭/୨୧, ଶାସନ ଥାନାରେ ୯୧/୨୨, କୋଲାବିରା ଥାନାରେ ୩୩/୨୧, ୩୫/୨୧, ୫୦/୨୧ରେ ତିନୋଟି ମାମଲା ରହିବା ସହ ସେ ଜଣେ ଫେରାର ଅଭିଯୁକ୍ତ ଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande