ଓଲଟିଲା ଆଳୁ ବୋଝେଇ ଟ୍ରକ୍, ଚାଳକ ଆହତ
ଗଞ୍ଜାମ, ୧୩ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ଭାରସାମ୍ୟ ହରାଇ ଓଲଟିଲା ଆଳୁ ବୋଝେଇ ଟ୍ରକ୍ । ଟ୍ରକ୍ ଟି କୋଲକାତାରୁ ଆସିକା ଅଭିମୁଖେ ଆସୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଗାଡିର ଚାଳକ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସ
ଓଲଟିଲା ଆଳୁ ବୋଝେଇ ଟ୍ରକ୍, ଚାଳକ ଆହତ


ଗଞ୍ଜାମ, ୧୩ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ଭାରସାମ୍ୟ ହରାଇ ଓଲଟିଲା ଆଳୁ ବୋଝେଇ ଟ୍ରକ୍ । ଟ୍ରକ୍ ଟି କୋଲକାତାରୁ ଆସିକା ଅଭିମୁଖେ ଆସୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଗାଡିର ଚାଳକ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ଖଲ୍ଲିକୋଟ ମେଡିକାଲରେ ଭର୍ତି କରାଯାଇଛି । ଚାଳକର ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରୁଛି । କିପରି ଓ କେଉଁ ପରିସ୍ଥିତିରେ ଟ୍ରକ୍ ଟି ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande