ଆଦିବାସୀ ଅଧିକାର ଦିବସ ପାଳିତ
ମାଲକାନଗିରି,୧୩ ସେପ୍ଟେମ୍ବର (ହି.ସ.)- ଆଦିବାସୀ ଅଧିକାର ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ଅଧିକାର, ଜମି, ଜଙ୍ଗଲ, ଶିକ୍ଷା ଓ ଜୀବିକା ସୁରକ୍ଷା ପାଇଁ ଆଜି କାଲିମେଳା ବ୍ଲକ ଓ କୋରୁକୋଣ୍ଡା ବ୍ଲକରେ ୧୨ ଦଫା ଦାବି ଉପସ୍ଥାପନ କରାଯାଇଛି। କୋରୁକୋଣ୍ଡା ବ୍ଲକରେ ଜିଲ୍ଲା ଆଦିବାସୀ ମହାସଂ
ଆଦିବାସୀ ଅଧିକାର ଦିବସ ପାଳିତ


ମାଲକାନଗିରି,୧୩ ସେପ୍ଟେମ୍ବର (ହି.ସ.)- ଆଦିବାସୀ ଅଧିକାର ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ଅଧିକାର, ଜମି, ଜଙ୍ଗଲ, ଶିକ୍ଷା ଓ ଜୀବିକା ସୁରକ୍ଷା ପାଇଁ ଆଜି କାଲିମେଳା ବ୍ଲକ ଓ କୋରୁକୋଣ୍ଡା ବ୍ଲକରେ ୧୨ ଦଫା ଦାବି ଉପସ୍ଥାପନ କରାଯାଇଛି। କୋରୁକୋଣ୍ଡା ବ୍ଲକରେ ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଶତାଧିକ ଆଦିବାସୀ ଏକତ୍ର ହୋଇ ଏକ ବିରାଟ ରାଲିରେ ବିଡିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଗ୍ରାମସଭାର ଅଧିକାରକୁ ସମ୍ମାନ ଦେବା ସହ ଆଦିବାସୀଙ୍କ ଜମି ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଦାବି ହୋଇଛି। ତେବେ କରାଯାଇଥିବା ଦାବିଗୁଡ଼ିକ ମଧ୍ୟରୁ ଦୁର୍ଗମ ଆଦିବାସୀ ଅଞ୍ଚଳରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଉ। ଆଦିବାସୀ ଗ୍ରାମର ଜମି ନେବାକୁ ହେଲେ ଗ୍ରାମସଭାର ଅନୁମୋଦନ ନିଆଯାଉ। ନକଲି ଜାତିଗତ ପ୍ରମାଣପତ୍ର ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଉ। ବେଆଇନ ଅନୁପ୍ରବେଶ ଓ ଆଦିବାସୀଙ୍କ ଜମି ଦଖଲ ଉପରେ ତଦନ୍ତ କରି ଆଇନଗତ ପଦକ୍ଷେପ ନିଆଯାଉ। ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ବ୍ୟକ୍ତିଗତ ଓ ସାମୂହିକ ଜଙ୍ଗଲ ଅଧିକାର ଶୀଘ୍ର ପ୍ରଦାନ କରାଯାଉ। ବାଲି, ମାଟି, ପଥର, କେନ୍ଦୁପତ୍ର, କାଠ ଓ ବାଉଁଶର ବେଆଇନ ଚୋରାଚାଲାଣ ବନ୍ଦ କରାଯାଉ। ବିସ୍ଥାପିତଙ୍କୁ ନ୍ୟାୟସଙ୍ଗତ କ୍ଷତିପୂରଣ, ଜମି, ଘର ଓ ସ୍ଥାୟୀ ଥଇଥାନ ଦିଆଯାଉ। ଜିଲ୍ଲା ସଦର ମହକୁମାରେ ଡିଆଇଇଟି ଓ ବ୍ଲକ ସ୍ତରରେ ବିଆଇଇଟି ସ୍ଥାପନ କରାଯାଉ। ଜନଗଣନାରେ ଆଦିବାସୀଙ୍କ ପ୍ରକୃତି ପୂଜା ଓ ସ୍ୱତନ୍ତ୍ର ଧାର୍ମିକ ପରିଚୟକୁ ସମ୍ମାନ ଦିଆଯାଉ। ଆଦିବାସୀ ଅଞ୍ଚଳରେ ଗ୍ରାମସଭାର ଅନୁମୋଦନ ବିନା କୌଣସି ପ୍ରକଳ୍ପ କରାନଯାଉ। ଚାଲୁଥିବା ମେଗା ପାନୀୟଜଳ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରାଯାଉ। ଅଣଜଳସେଚିତ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଯାଉ। ସମସ୍ତ ରାଜସ୍ୱ ଗ୍ରାମର ଘରଡିହ ପଟ୍ଟାରୁ ବଞ୍ଚିତ ଯୋଗ୍ୟ ବ୍ୟକ୍ତିଙ୍କୁ 'ବସୁଧା' ଯୋଜନାରେ ଘରଡିହ ପଟ୍ଟା ପ୍ରଦାନ କରାଯାଉ। ଆଦିବାସୀ ସମାଜର ଏହି ସମସ୍ତ ଦାବି ପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ଏହି ଅଧିକାର ଦିବସରେ ଉପଦେଷ୍ଟା ଘେନୁ ମୁଦୁଲି, ଉପସଭାପତି ବଂଶୀ ମୁଦୁଲି, ସୁକଦେବ ପଡିଆମି, ମୁକୁନ୍ଦ ପଡିଆମି, ସନାତନ କାବାସି ପ୍ରମୁଖ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande