
ଡିଏନ ହୋମ୍ସ ପ୍ରାଇଭେଟ ଲିମିଟେଡର ଡାଇରେକ୍ଟରଙ୍କୁ ଗିରଫ କରାଯାଉ : ଯୁବ କଂଗ୍ରେସ
ଭୁବନେଶ୍ୱର , 13 ସେପ୍ଟେମ୍ବର (ହି.ସ.) ଜେ ଡବ୍ଲୁ ମାରିଅଟ ହୋଟେଲ ଭୁଷୁଡ଼ିବା ପ୍ରସଙ୍ଗରେ ଡିଏନ ହୋମ୍ସ ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ଜଗଦିଶ ପ୍ରସାଦ ନାୟକ ଏବଂ ତତ୍କାଳୀନ ବିଡିଏ ପ୍ଲାନିଂ ମେମ୍ବର ଗୌରୀ ଶଙ୍କର ଭୁୟାଁଙ୍କୁ ଦୋଷୀ ବୋଲି ଅଭିଯୋଗ କରାଯାଇ ସେମାନଙ୍କ ଉପରେ ପୋଲିସ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆଜି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସଭାପତି ମହମ୍ମଦ ଗୁଲଫାମଙ୍କ ନେତୃତ୍ୱରେ ଖଣ୍ଡଗିରି ଥାନାରେ ଏତେଲା ଦିଆଯାଇଛି।
ଏହି ଏତେଲାରେ ଯୁବ କଂଗ୍ରେସ ପକ୍ଷରୁ ଦର୍ଶାଯାଇଛି ଯେ ଏହି ବହୁତଳ ଅଟ୍ଟାଳିକା ନିର୍ମାଣଧିନ ଥିବା ବେଳେ ଭୁଷୁଡ଼ି ପଡ଼ିବା ଦୁର୍ଭାଗ୍ୟଜନକ ଘଟଣା। ଜେ ଡବ୍ଲୁ ମାରିଅଟ ହୋଟେଲ ନିର୍ମାଣ ଏବଂ ଏହି ହୋଟେଲର ମାଲିକାନାରେ ଡିଏନ ହୋମସ ଅଂଶୀଦାର ରହିଛି। ଯେହେତୁ ନିର୍ମାଣ ଅତି ନିମ୍ନମାନର ଥିଲା ତେଣୁ ତାହା ନିର୍ମାଣଧିନ ଥିବାବେଳେ ଭୁଷୁଡ଼ି ପଡ଼ିଲା। ପ୍ରଶାସନ ପକ୍ଷରୁ ଡିଏନ ହୋମସକୁ ସୁରକ୍ଷା ଦିଆଯାଉଛି ବୋଲି ଅଭିଯୋଗ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ