
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ)- ୟୁଏଇରୁ ଓଡ଼ିଶା ଫେରିଲେ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ଆଜି ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ
ସ୍ୱାଗତ କରାଯାଇଛି । ୫ ଦିନିଆ ଗସ୍ତ ସମୟରେ ୩ ଦିନ ନିବେଶକଙ୍କ ସହ ଆଲୋଚନା କରିଥିଲେ
ମୁଖ୍ୟମନ୍ତ୍ରୀ ।
ଓଡ଼ିଶାକୁ ଅଧିକ ନିବେଶ ଆଣିବା ସହ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି
କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ୟୁଏଇ ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପ
ନେଇ ଆଲୋଚନା ଓ ଏମଓୟୁ ପରେ ରାଜ୍ୟକୁ ପ୍ରାୟ ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ନିବେଶ ଆସିବ ବୋଲି
ସୂଚନା ମିଳିଛି। ଏହାଦ୍ୱାରା ଓଡ଼ିଶାରେ ଶିଳ୍ପ ବିକାଶ ସହ ନିଯୁକ୍ତି ସୁଯୋଗ ବଢ଼ିବ ବୋଲି ଆଶା
କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା