ଗୋପାଳ ସମାଜ ପକ୍ଷରୁ ଶୋକସଭା
ଜୟପୁର, ୧୩ ସେପ୍ଟେମ୍ବର(ହି.ସ.) – କୋରାପୁଟ ଜିଲ୍ଲା ଗୋପାଳ ସମାଜ ପକ୍ଷରୁ ସମାଜସେବୀ କପିଳ ଚନ୍ଦ୍ର ମହାକୁଳଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି କବିରାଜ ପରମେଶ୍ୱର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସ୍ମୃତିସଭାରେ ସଂପାଦକ ରାଜେନ୍ଦ୍ର କୁମାର ଗୌଡ଼ ସ୍ୱର୍ଗତ ମହାକୁଳଙ୍କ ଜୀବନୀ ସଂ
ଗୋପାଳ ସମାଜ ପକ୍ଷରୁ ଶୋକସଭା


ଜୟପୁର, ୧୩ ସେପ୍ଟେମ୍ବର(ହି.ସ.) – କୋରାପୁଟ ଜିଲ୍ଲା ଗୋପାଳ ସମାଜ ପକ୍ଷରୁ ସମାଜସେବୀ କପିଳ ଚନ୍ଦ୍ର ମହାକୁଳଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି କବିରାଜ ପରମେଶ୍ୱର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସ୍ମୃତିସଭାରେ ସଂପାଦକ ରାଜେନ୍ଦ୍ର କୁମାର ଗୌଡ଼ ସ୍ୱର୍ଗତ ମହାକୁଳଙ୍କ ଜୀବନୀ ସଂପର୍କରେ କହିଥିଲେ। ବିଶେଷକରି ସେ କିଭଳି ନିଜକୁ ଜୀବନସାରା ସମାଜସେବାରେ ନିୟୋଜିତ କରିବା ସହ ଜୟପୁରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ସାଧୁ ଉଦ୍ୟମ କରି ସଫଳତା ପାଇଥିଲେ ସେ ବିଷୟରେ ଆଲୋଚନା କରିଥିଲେ। ସ୍ୱର୍ଗତ ମହାକୁଳ ୮୪ବର୍ଷ ବୟସରେ ବି ଠାକୁରଙ୍କ ପାଇଁ ନିଜର ଋତିକ ଦାୟିତ୍ୱ ଭଲ ଭାବରେ ତୁଲାଉଥିଲେ। ଏପରିକି ତାଙ୍କ ସହଯୋଗରେ ପ୍ରତିବର୍ଷ ସମାଜ ପକ୍ଷରୁ ନନ୍ଦ ଉତ୍ସବ ପାଳିତ ହୋଇଆସିଥିବା କୁହାଯାଇଥିଲା। ଆଜିର ଏହି ଶୋକସଭାରେ ତାଙ୍କ ଉଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଉପଦେଷ୍ଟା ଡାକ୍ତର ସୁଦର୍ଶନ ଗୌଡ଼ଙ୍କ ସହ ଭାସ୍କର ଚନ୍ଦ୍ର ଗୌଡ଼, ରବି ନାରାୟଣ ଗୌଡ଼, କବିତା ଗୌଡ଼, ନାରାୟଣ ଗୌଡ଼, ରାମଚନ୍ଦ୍ର ମହାଙ୍କୁଡ଼, ଦଣ୍ଡାସି ଗୌଡ଼, ମାଗୁଣି ଗୌଡ଼, ଦୁଲ୍ଲଭ ଗୌଡ଼, ବିଜୟ ଗୌଡ଼ ପ୍ରମୁଖ ଉପସ୍ଥିତ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande