
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ଆଜି ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ପ୍ରଭୁ ଶ୍ରୀ
ନୀଳମାଧବଙ୍କ ମନ୍ଦିର ପରିଦର୍ଶନ କରି ଏହି ପ୍ରାଚୀନ ଓ ଆଧ୍ୟାତ୍ମିକ ପୀଠର ଉନ୍ନତିକରଣ, ସୌନ୍ଦର୍ଯ୍ୟୀକରଣ
ଏବଂ ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ଆବଶ୍ୟକ ସୁବିଧାର ବିକାଶ ସମ୍ପର୍କରେ କଟକ ସାଂସଦ ଶ୍ରୀ
ଭର୍ତ୍ତୃହରି ମହତାବ, ଖଣ୍ଡପଡ଼ା ବିଧାୟକ
ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ସ୍ବାଇଁ, ନୟାଗଡ଼ ଜିଲ୍ଲାପାଳ
ଶ୍ରୀମତୀ ମଧୁମିତା ରଥ, ବିଭାଗୀୟ
ଅଧିକାରୀବୃନ୍ଦ ଓ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ମନ୍ତ୍ରୀ
ପୃଥ୍ୱୀରାଜ ହରିଚନ୍ଦନ।
ଏହି ପୀଠକୁ ପ୍ରମୁଖ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ଆହୁରି
ବିକଶିତ କରିବା ସହ ଭକ୍ତମାନଙ୍କ ପାଇଁ ଉନ୍ନତ ସୁବିଧା ସୁନିଶ୍ଚିତ କରିବା ଆମର ପ୍ରାଥମିକତା
ବୋଲି ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା