ସୁନାମୁହିଁ ନାଳ ଉପରେ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ଆଜି ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଣ୍ଡପଡ଼ା ବାଇପାସ୍ ରାସ୍ତାର ସୁନାମୁହିଁ ନାଳ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ୫ କୋଟି ୮୦ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ସୁଉଚ୍ଚ ସେତୁ ନିର୍ମାଣ ନିମନ୍ତେ କଟକ ସାଂସଦ ଶ୍ର
ସୁନାମୁହିଁ ନାଳ ଉପରେ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର     ସ୍ଥାପନ


ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ଆଜି ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଣ୍ଡପଡ଼ା

ବାଇପାସ୍ ରାସ୍ତାର ସୁନାମୁହିଁ ନାଳ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ୫ କୋଟି ୮୦ ଲକ୍ଷ ୮୮ ହଜାର

ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ସୁଉଚ୍ଚ ସେତୁ ନିର୍ମାଣ ନିମନ୍ତେ କଟକ ସାଂସଦ ଶ୍ରୀ

ଭର୍ତ୍ତୃହରି ମହତାବ ଏବଂ ଖଣ୍ଡପଡ଼ା ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ

ଶ୍ରୀ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମିଳିତ ଭାବେ

ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ଯେ, ଏହି ସେତୁ ନିର୍ମାଣ

ଦ୍ଵାରା ଖଣ୍ଡପଡ଼ାର ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁଗମ କରିବା ସହ ଅଞ୍ଚଳର ଯୋଗାଯୋଗ ଓ ବିକାଶର

ଗତିକୁ ତ୍ୱରାନ୍ୱିତ କରିବ। ବିକଶିତ ଖଣ୍ଡପଡ଼ା ଗଠନ ଦିଗରେ ଏହା ଆଉ ଏକ ଦୃଢ଼ ପଦକ୍ଷେପ।

ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ବିଭାଗୀୟ

ଅଧିକାରୀବୃନ୍ଦ, ସ୍ଥାନୀୟ

ଜନପ୍ରତିନିଧି ଓ ଜନସାଧାରଣବୃନ୍ଦ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande