
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ୟୁଏଇ ଗସ୍ତ ଓଡ଼ିଶା ପାଇଁ ଅଭୂତପୂର୍ବ ସଫଳତା ଆଣିଛି।
୨୪ ଟି ଏମଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଆସିବ ୨ ଲକ୍ଷ ୪୩ ହଜାର କୋଟିର ନିବେଶ। ୮ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ।
ଏହା ଓଡ଼ିଶା ଅର୍ଥନୀତି ବିକାଶରେ ବଡ଼ ସହାୟକ ହେବ। ୩ ଦିନରେ ବିଭିନ୍ନ ଆଲୋଚନା କରିଛନ୍ତି
ମୁଖ୍ୟମନ୍ତ୍ରୀ। ଓଡ଼ିଶା ଆଗକୁ ବଢ଼ୁଛି, ଏହି ମିଟ ବେଶ ସହାୟକ ହେବ। ୟୁଏଇର ନିବେଶ ଓଡ଼ିଶାକୁ
ବିକାଶ କ୍ଷେତ୍ରରେ ନୂଆ ଗତି ଦେବ। ଯେଉଁ ଲକ୍ଷ ନେଇ ଆମେ ଯାଇଥିଲୁ। ତାହା ସଫଳ ହୋଇଛି। ଆଗାମୀ
ଦିନରେ କେମିତି ଗ୍ରାଉଣ୍ଡ ବ୍ରେକିଂ କରାଯିବ। ତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଶିଳ୍ପ
ମନ୍ତ୍ରୀ ସଂପଦ ସ୍ୱାଇଁ କହିଛନ୍ତି ।
ଗ୍ରାଉଣ୍ଡ ବ୍ରେକିଂକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି, ଏହା ଏକ ନିରନ୍ତର ପ୍ରକ୍ରିୟା। ୨ ବର୍ଷ ଭିତରେ ୩ ଲକ୍ଷ
୨୦ ହଜାର କୋଟିର ପ୍ରକଳ୍ପ ଗ୍ରାଉଣ୍ଡ ବ୍ରେକିଂ ହୋଇଛି। ୨ ବର୍ଷରେ ଆମେ ଯାହା କରିଛୁ, ଏହା ତାଙ୍କର ୧୦ ବର୍ଷ ସହ ସମାନ। ଗତ ଦୁଇ ମାସ ତଳେ
ଆଇଏସି କମ୍ପାନୀ ଆସିଥିଲା। ଆମେ ଜମି ଚିହ୍ନଟ କରି ଜମି କାଗଜପତ୍ର ହସ୍ତାନର ହୋଇଛି। ଓଡ଼ିଶା
ସରକାର କେବଳ ନିବେଶକମାନଙ୍କୁ ଆକୃଷ୍ଟ କରୁନାହାନ୍ତି। କାମ କରୁଛନ୍ତି ଏହା ହେଉଛି ତାର ପ୍ରମାଣ।
ପ୍ରଥମଥର ପାଇଁ ଓଡ଼ିଶାକୁ ଏତେ ମାତ୍ରାରେ ବିଦେଶ ପୁଞ୍ଜି ଆସିବ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା