ୱାଟର ଫିଲ୍ଟର ୨ ବର୍ଷ ହେଲା ଅଚଳ
ମାଲକାନଗିରି, ୧୩ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତାଣ୍ଡବାଇ ପଞ୍ଚାୟତ ଅନ୍ତର୍ଗତ ଏମ୍ଭି-୭୯ ମାର୍କେଟ ଛକରେ ଲୋକଙ୍କ ପିଇବା ପାଣି ସୁବିଧା ପାଇଁ ପଞ୍ଚାୟତ ପକ୍ଷରୁ ସ୍ଥାପିତ ୱାଟର ଫିଲ୍ଟର ଏବେ ଅଚଳ ହୋଇ ପଡ଼ିଛି। ଫିଲ୍ଟର ଚାରିପାଖରେ ଅଳିଆ ଆବର୍ଜନା ଜମି ରହିଥିବା ବେଳେ ଦ
ଲୋକଙ୍କ ତୃଷ୍ଣା ମେଣ୍ଟାଇବାକୁ ଲାଗିଥିବା ୱାଟର ଫିଲ୍ଟର ୨  ବର୍ଷ ହେଲା ଅଚଳ


ମାଲକାନଗିରି, ୧୩ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତାଣ୍ଡବାଇ ପଞ୍ଚାୟତ ଅନ୍ତର୍ଗତ ଏମ୍ଭି-୭୯ ମାର୍କେଟ ଛକରେ ଲୋକଙ୍କ ପିଇବା ପାଣି ସୁବିଧା ପାଇଁ ପଞ୍ଚାୟତ ପକ୍ଷରୁ ସ୍ଥାପିତ ୱାଟର ଫିଲ୍ଟର ଏବେ ଅଚଳ ହୋଇ ପଡ଼ିଛି। ଫିଲ୍ଟର ଚାରିପାଖରେ ଅଳିଆ ଆବର୍ଜନା ଜମି ରହିଥିବା ବେଳେ ଦୀର୍ଘଦିନ ଧରି ଏହାର ମରାମତି ହୋଇନଥିବା ଅଭିଯୋଗ ହୋଇଛି। ପ୍ରାୟ ୨ ବର୍ଷ ଧରି ଫିଲ୍ଟରଟି ଅଚଳ ରହିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ମାର୍କେଟ ଛକରେ ପ୍ରତିଦିନ ବହୁ ଲୋକଙ୍କ ଯାତାୟାତ ହେଉଥିବାରୁ ପିଇବା ପାଣି ପାଇଁ ଏହି ଫିଲ୍ଟରଟି ଲୋକଙ୍କ ପାଇଁ ଉପଯୋଗୀ ଥିଲା। ହେଲେ ଅଚଳ ହୋଇ ପଡ଼ିବା ପରେ ଲୋକେ ପାଣି ପାଇଁ ଅସୁବିଧା ଭୋଗୁଛନ୍ତି। ପଞ୍ଚାୟତ ପକ୍ଷରୁ ତୁରନ୍ତ ଫିଲ୍ଟରଟିର ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳ ବାସି ଦାବୀ କରିଛନ୍ତି!

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande