
ଦୁବାଇ, ୧୪ ସେପ୍େଟମ୍ବର (ହି.ସ.)- ମହିଳା ଏସିଆ କପ ୨୦୨୬ର ଫାଇନାଲ ପରେ ଟ୍ରଫି ବଂଟନକୁ ନେଇ ଉଠିଥିବା ବିବାଦ ଉପରେ ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ ଅମୋଲ ମଜୁମଦାର କହିଛନ୍ତି ଯେ, ଏହି ମାମଲାରେ ବିସିସିଆଇ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛି, ଦଳ ତାହା ସହ ଠିଆ ହୋଇଛି।
ଭାରତ ରବିବାର ଶ୍ରୀଲଙ୍କାକୁ ୭୨ ରନରେ ହରାଇ ରେକର୍ଡ ଅଷ୍ଟମ ଥର ପାଇଁ ମହିଳା ଏସିଆ କପର ଖିତାବ ଜିତିଥିଲା। ଏହା ପରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏସିଆନ କ୍ରିକେଟ କାଉନସିଲର ପ୍ରମୁଖ ମୋହସିନ ନକଭିଙ୍କଠାରୁ ଟ୍ରଫି ନେବାକୁ ମନା କରିଥିଲା। ନକଭି ପାକିସ୍ତାନ ସରକାରରେ ମଧ୍ୟ ସାମିଲ ଅଛନ୍ତି।
ଏହି ଘଟଣାକ୍ରମ ଗତ ବର୍ଷର ପୁରୁଷ ଏସିଆ କପ ଫାଇନାଲର ସ୍ମୃତି ମନେ ପକାଇଦେଇଛି। ସେତେବେଳେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଫାଇନାଲରେ ପାକିସ୍ତାନକୁ ହରାଇବା ପରେ ନକଭିଙ୍କଠାରୁ ଟ୍ରଫି ନେବାକୁ ମନା କରିଥିଲା।
ମ୍ୟାଚ ପରେ ଆୟୋଜିତ ପ୍ରେସ କନଫରେନ୍ସରେ ମଜୁମଦାର କହିଛନ୍ତି, “ଏହି ଆଭିମୁଖ୍ୟ ବିସିସିଆଇ ଗ୍ରହଣ କରିଛି ଏବଂ ଆମେ ଏହା ସହ ଠିଆ ହୋଇଛୁ। ଆମ ପାଇଁ ଏହି ଟୁର୍ଣ୍ଣାମେଂଟ ଶେଷ ହୋଇସାରିଛି। ଆମେ ଚାମ୍ପିଅନ।
ସେ ଆଗକୁ କହିଛନ୍ତି, “ବଡ଼ ବୋର୍ଡରେ ଲେଖା ଥିଲା ଯେ ଭାରତ ଏସିଆ କପ ୨୦୨୬ର ଚାମ୍ପିଅନ। ଆମ ପାଇଁ ଏହି ଟୁର୍ଣ୍ଣାମେଂଟ ଆଧିକାରିକ ଭାବେ ଶେଷ ହୋଇସାରିଛି। ଏବେ ଆମର ଧ୍ୟାନ ଏସିଆନ ଗେମ୍ସ ଉପରେ ଅଛି।
ଭାରତ ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ହରାଇ ମହିଳା ଏସିଆ କପର ଅଷ୍ଟମ ଖିତାବ ନିଜ ନାମରେ କରିଛି ଏବଂ ଏବେ ଦଳର ପରବର୍ତୀ ଲକ୍ଷ୍ୟ ଏସିଆନ ଗେମ୍ସରେ ମଜବୁତ ପ୍ରଦର୍ଶନ କରିବା।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ