ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ନିଛକ କାହାଣୀ କୁ ନେଇ ମାଳିଗୁଡା ମେଲୋଡିସ ଶୁକ୍ରବାର ସିନେମା ହଲ ଗୁଡିକ ରେ ମୁକ୍ତିଲାଭ କରିବ
ମାଲକାନଗିରି , ୧୬ ସେପ୍ଟେମ୍ବର (ହି.ସ.) ଅଭିନୟ ଦୋହରାଇଛି ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲାର ଭାଷା, ସଂସ୍କୃତି, ପରମ୍ପରା, ଚାଲିଚଳନ, ବେଶଭୂଷା ଓ ବଣ ପାହାଡ଼କୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ମାଳିଗୁଡା ମେଲୋଡିସ '''। ଏହି ଚଳଚିତ୍ର ଟି ଆସନ୍ତା ୧୮ ତାରିଖ ଶୁକ୍ରବାର ଓଡ଼ିଶାର ବ
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ନିଛକ କାହାଣୀ କୁ ନେଇ ମାଳିଗୁଡା ମେଲୋଡିସ  ଶୁକ୍ରବାର ଦିନ ସିନେମା ହଲ ଗୁଡିକ ରେ ମୁକ୍ତିଲାଭ କରିବ।


ମାଲକାନଗିରି , ୧୬ ସେପ୍ଟେମ୍ବର (ହି.ସ.) ଅଭିନୟ ଦୋହରାଇଛି ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲାର ଭାଷା, ସଂସ୍କୃତି, ପରମ୍ପରା, ଚାଲିଚଳନ, ବେଶଭୂଷା ଓ ବଣ ପାହାଡ଼କୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ମାଳିଗୁଡା ମେଲୋଡିସ ''। ଏହି ଚଳଚିତ୍ର ଟି ଆସନ୍ତା ୧୮ ତାରିଖ ଶୁକ୍ରବାର ଓଡ଼ିଶାର ବିଭିନ୍ନ ସିନେମା ହଲ୍ରେ ମୁକ୍ତିଲାଭ କରିବ।

ଏହି ଚଳଚ୍ଚିତ୍ରରେ କୋରାପୁଟ ଜିଲ୍ଲା ର ଜୀବନଧାରା, ପ୍ରାକୃତିକ ପରିବେଶ, ଆଦିବାସୀ ସଂସ୍କୃତି ଓ ସ୍ଥାନୀୟ ପରମ୍ପରାକୁ ଗୁରୁତ୍ୱ ଦିଆଯାଇଛି। ନିଜ ଅଞ୍ଚଳର କାହାଣୀ ଓ ସଂସ୍କୃତିକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରକୁ ଦର୍ଶକମାନେ ସିନେମା ହଲ୍କୁ ଯାଇ ଦେଖିବା ଆବଶ୍ୟକ ବୋଲି ଆୟୋଜକମାନେ କହିଛନ୍ତି।

ଚଳଚ୍ଚିତ୍ରଟିକୁ ଅଧିକରୁ ଅଧିକ ଦର୍ଶକ ଦେଖିଲେ ଏହାର ଉଦ୍ଦେଶ୍ୟ ସାର୍ଥକ ହେବ ବୋଲି ସେମାନେ ଆଶା ରଖିଛନ୍ତି। କୋରାପୁଟ ର ଭାଷା, ସଂସ୍କୃତି ଓ ପରମ୍ପରାକୁ ଓଡ଼ିଶାର ଅନ୍ୟ ଅଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚାଇବାରେ ଏହି ଚଳଚ୍ଚିତ୍ର ସହାୟକ ହେବ ବୋଲି ଆଶା କରାଯାଉଛି।

ଆଞ୍ଚଳିକ ମାଟି, ଲୋକଜୀବନ ଓ ସାଂସ୍କୃତିକ ପରିଚୟକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରଟି ଦେଶର ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ଏବଂ ସମ୍ମାନିତ ହୋଇସାରିଛି। ମାଲକାନଗିରି ଆଓମା ଗୁରୁକୁଳଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗୀତ ନିର୍ଦ୍ଦେଶକ, ବର୍ଷିଆନ କଳାକାର ଓ ଚଳଚିତ୍ର ପ୍ରେମୀ ଯୋଗଦେଇ ଏହି ସୂଚନା ଦେଇଛନ୍ତି।

ଫିଲ୍ମ ଟିମ୍ ପକ୍ଷରୁ ସିନେମାର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦିଆଯିବା ସହ ଅଧିକରୁ ଅଧିକ ଦର୍ଶକ ହଲକୁ ଯାଇ ସିନେମା ଦେଖିବାକୁ ଏବଂ ସ୍ଥାନୀୟ କଳାକାର ଓ ନିର୍ମାତାଙ୍କୁ ସହଯୋଗ କରିବାକୁ ଆହ୍ବାନ ଦିଆଯାଇଛି। ଆଓମା ଗୁରକୁଳ ସଭାପତି ବରିଷ୍ଠ ସାମ୍ବାଦିକ ରତ୍ନା କର ଦାଶ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାଳିପୁଟ ମେଲୋଡିସ ଚଳଚିତ୍ର ର ବରିଷ୍ଠ ଅଭିନେତା ଜୟନ୍ତ ସାନ୍ତରା , ସଙ୍ଗୀତ ନିର୍ଦ୍ଦେଶକ ତୋଷ ନନ୍ଦ, ଅଭିନେତା ଏମ୍ଡି ସରାଫ,ଦିବ୍ୟ ବେହେରା ଓ ଅଧ୍ୟାପକ ଡ. ରଞ୍ଜନ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଚଳଚିତ୍ର ର କାହାଣୀ ସମ୍ପର୍କ ରେ ସୂଚନା ଦେଇଛନ୍ତି

ଶେଷରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ର ଓଡ଼ିଆ ଭାଷା, ସଂସ୍କୃତିର ସୁରକ୍ଷା ଓ ପ୍ରସାର ପାଇଁ ଆଞ୍ଚଳିକ ଓଡ଼ିଆ ସିନେମାକୁ ଦେଖିବା ପାଇଁ ଅନୁରୋଧ କରି ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଗଣମାଧ୍ୟମ ପ୍ରତିନିଧି,ବୁଦ୍ଧିଜୀବି,ଆଓମା ଗୁରୁକୁଳ ର ଅନ୍ତେବାସୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande