ଅଟିଜିମ୍ ଚିକିତ୍ସା କେବଳ କ୍ଲିନିକାଲ୍ ପରୀକ୍ଷଣ ମଧ୍ୟରେ ସୀମିତ : ଷ୍ଟେମ ସେଲ୍ ଥେରାପି ଉପରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ
ନୂଆଦିଲ୍ଲୀ, ୧୭ ସେପ୍ଟେମ୍ବର (ହି.ସ.)- ଷ୍ଟେମ ସେଲ ଥେରାପିର ନିୟମ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ପରାମର୍ଶ ଜାରି କରିଛି । ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଷ୍ଟେମ ସେଲ ଥେରାପିକୁ କେବଳ ସେହି ରୋଗ ଏବଂ ପରିସ୍ଥିତିରେ ନିୟମିତ
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ


ନୂଆଦିଲ୍ଲୀ, ୧୭ ସେପ୍ଟେମ୍ବର (ହି.ସ.)- ଷ୍ଟେମ ସେଲ ଥେରାପିର ନିୟମ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ପରାମର୍ଶ ଜାରି କରିଛି । ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଷ୍ଟେମ ସେଲ ଥେରାପିକୁ କେବଳ ସେହି ରୋଗ ଏବଂ ପରିସ୍ଥିତିରେ ନିୟମିତ ଏବଂ ମାନକ ଚିକିତ୍ସା ଭାବରେ ବ୍ୟବହାର କରାଯାଇପାରିବ ଯାହା ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ହୋଇଛି ।

ସେପ୍ଟେମ୍ବର ୧୬ ତାରିଖରେ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ପରାମର୍ଶରେ କୁହାଯାଇଛି ଯେ, ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର (ଏଏସଡି)ର ଚିକିତ୍ସା ପାଇଁ ଯେକୌଣସି ପ୍ରକାରର ଷ୍ଟେମ ସେଲ୍ ଥେରାପି କେବଳ ବର୍ତମାନ ପାଇଁ ଏକ ଅନୁମୋଦିତ କ୍ଲିନିକାଲ୍ ପରୀକ୍ଷା ଅଧୀନରେ କରାଯାଇପାରିବ । ଏଥିପାଇଁ ୨୦୧୭ର ଷ୍ଟେମ ସେଲ ଗବେଷଣା ପାଇଁ ଆଇ. ସି. ଏମ୍. ଆର.-ଡି. ବି. ଟି. ଜାତୀୟ ନିର୍ଦ୍ଦେଶାବଳୀ ଏବଂ ସମୟ ସମୟରେ ଜାରି କରାଯାଇଥିବା ଅନ୍ୟାନ୍ୟ ସରକାରୀ ନିର୍ଦ୍ଦେଶାବଳୀର ଅନୁପାଳନ ଆବଶ୍ୟକ ହେବ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ କହିଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମସ୍ତ ସମ୍ପୃକ୍ତ ରାଜ୍ୟ ଏବଂ ଜିଲ୍ଲା ନିୟାମକ କର୍ତୃପକ୍ଷ ଏବଂ ସରକାରୀ ତଥା ଘରୋଇ କ୍ଲିନିକାଲ୍ ପ୍ରତିଷ୍ଠାନ ପର୍ଯ୍ୟନ୍ତ ବ୍ୟାପକ ଭାବରେ ପ୍ରସାରିତ କରିବାକୁ । ବିଶେଷ କରି, ଷ୍ଟେମ ସେଲ ଗବେଷଣା, ଚିକିତ୍ସା, ପ୍ରୋତ୍ସାହନ କିମ୍ବା ବ୍ୟବହାର ସହିତ ଜଡ଼ିତ ଅନୁଷ୍ଠାନଗୁଡିକ ଏହି ନିୟମାବଳୀର ଅନୁପାଳନ କରିବା ଆବଶ୍ୟକ ।

ପରାମର୍ଶରେ ସ୍ପଷ୍ଟ କରାଯାଇଛି ଯେ, ଅସ୍ୱୀକୃତ ଷ୍ଟେମ ସେଲ ଥେରାପି, ଯେଉଁଥିରେ ଅଟିଜିମ୍ ପାଇଁ ଷ୍ଟେମ ସେଲ ଚିକିତ୍ସା ଅନ୍ତର୍ଭୁକ୍ତ, ଏକ ନିୟମିତ, ମାନକ କିମ୍ବା ବାଣିଜ୍ୟିକ କ୍ଲିନିକାଲ୍ ସେବା ଭାବରେ ପ୍ରଦାନ କରାଯାଇପାରିବ ନାହିଁ ।

ୟଶ ଚାରିଟେବଲ୍ ଟ୍ରଷ୍ଟ ଏବଂ ଅନ୍ୟାନ୍ୟ ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ଜାନୁଆରୀ ୩୦,୨୦୨୬ ରାୟକୁ ଅନୁସରଣ କରି ଏହି ପରାମର୍ଶ ଦିଆଯାଇଛି । ନିୟମ ପାଳନ ନକରିବା ପାଇଁ ବୃତିଗତ ଅସଦାଚରଣ ସମେତ ଆଇନଗତ ଏବଂ ନିୟାମକ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande