ଅମିତ ଶାହ କହିଲେ- ‘ମୋଦୀଜୀଙ୍କ ଜୀବନ ଦେଶ ପାଇଁ ପ୍ରେରଣା’, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବଡନଗରରେ ଦୁଇ ଦିନିଆ କାର୍ଯ୍ୟକ୍ରମ
ବଡନଗର(ଗୁଜରାଟ), ୧୭ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ କହିଛନ୍ତି, ‘ମୋଦୀଜୀଙ୍କ ଜୀବନ ଦେଶ ପାଇଁ ପ୍ରେରଣା’ ଅଟେ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଦୀର୍ଘ ସମୟ ଧରି ନିରନ୍ତର ଜନସେବା କରି ବିଭିନ
ଅମିତ ଶାହ କହିଲେ- ‘ମୋଦୀଜୀଙ୍କ ଜୀବନ ଦେଶ ପାଇଁ ପ୍ରେରଣା’, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବଡନଗରରେ ଦୁଇ ଦିନିଆ କାର୍ଯ୍ୟକ୍ରମ


ବଡନଗର(ଗୁଜରାଟ), ୧୭ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ କହିଛନ୍ତି, ‘ମୋଦୀଜୀଙ୍କ ଜୀବନ ଦେଶ ପାଇଁ ପ୍ରେରଣା’ ଅଟେ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଦୀର୍ଘ ସମୟ ଧରି ନିରନ୍ତର ଜନସେବା କରି ବିଭିନ୍ନ ନିର୍ବାଚନରେ ଜନତାଙ୍କ ବିଶ୍ୱାସ ଏବଂ ଆଶୀର୍ବାଦ ପାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ତାଙ୍କ ଜନ୍ମସ୍ଥାନ ବଡନଗରରେ ଆଜିଠାରୁ ଦୁଇ ଦିନିଆ ଜନ୍ମଦିବସ କାର୍ଯ୍ୟକ୍ରମ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଏବଂ ସେବା-ସଂକଳ୍ପକୁ ସମର୍ପିତ ବିଭିନ୍ନ କାର୍ଯ୍ୟକ୍ରମ ସହ ବଡନଗରରେ ବିଶେଷ ପରିବେଶ ରହିଛି। ଏହି ଅବସରରେ ଚାରିଟି ଭିନ୍ନ ପବିତ୍ର ସ୍ଥାନରୁ ବାଇକ୍ ଯାତ୍ରା ବୁଧବାର ବଡନଗରରେ ପହଂଚିଥିଲା। ଏହି ଯାତ୍ରାଗୁଡ଼ିକ ସମୟରେ ବିଭିନ୍ନ ପବିତ୍ର ନଦୀର ଜଳ ସଂଗ୍ରହ କରି ବଡନଗରକୁ ଅଣାଯାଇଥିଲା। ଏହାପରେ ଯାତ୍ରୀମାନେ ହାଟକେଶ୍ୱର ମହାଦେବ ମନ୍ଦିରରେ ପହଂଚି ଭଗବାନ ହାଟକେଶ୍ୱର ମହାଦେବଙ୍କ ଜଳାଭିଷେକ କରିଥିଲେ। ଜଳାଭିଷେକ ପରେ ଶର୍ମିଷ୍ଠା ତାଳାବରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ମହାଆରତୀ କରାଯାଇଥିଲା।

କେନ୍ଦ୍ରୀୟ ଗୃହମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେ ତାଙ୍କ ଜନ୍ମସ୍ଥାନ ବଡନଗର ଆସିଥିବାରୁ ଏହା ତାଙ୍କ ପାଇଁ ସୌଭାଗ୍ୟର କଥା। ସେ ହାଟକେଶ୍ୱର ମହାଦେବଙ୍କ ଚରଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସେବାର ଦେଶର ସାର୍ବଜନୀନ ଜୀବନରେ ବହୁତ ବଡ଼ ଅବଦାନ ରହିଛି। ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡ଼ିତ ଲୋକମାନେ ନିଷ୍ପତି ନେଇଛନ୍ତି ଯେ, ଏହି ଅବସରକୁ ଦେଶବ୍ୟାପୀ ଜନତାଙ୍କ ପର୍ଯ୍ୟନ୍ତ ପହଂଚାଯିବ।

----------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande