
ବାରାଣସୀ, ୧୭ ସେପ୍େଟମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଏବଂ ତାଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତି ଅବସରରେ ଗୁରୁବାର ବାରାଣସୀରୁ ବଡନଗର ପର୍ଯ୍ୟନ୍ତ ‘ସେବା ସଂକଳ୍ପ ବାଇକ ଯାତ୍ରା’ ବାହାରିବ। କେନ୍ଦ୍ରୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାରାଣସୀରେ ପହଂଚିସାରିଛନ୍ତି। ସେ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସିଗ୍ରାସ୍ଥିତ ରୁଦ୍ରାକ୍ଷ କନଭେନସନ ସେଂଟରରୁ ଯାତ୍ରାକୁ ମିଳିତ ଭାବେ ସବୁଜ ପତାକା ଦେଖାଇ ଆରମ୍ଭ କରିବେ।
କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ରୀୟ ମନ୍ତ୍ରୀ ଚିରାଗ ପାସୱାନ, ବିଜେପି ପ୍ରଦେଶ ଅଧ୍ୟକ୍ଷ ପଙ୍କଜ ଚୌଧୁରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ।
ପ୍ରତିରକ୍ଷା ମନ୍ତ୍ରୀ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ବାରାଣସୀରେ ପହଂଚିିଥିଲେ। ବାବତପୁର ବିମାନବନ୍ଦରରେ ବିଜେପି କାଶୀ କ୍ଷେତ୍ରର ଅଧ୍ୟକ୍ଷ ଅଶୋକ କୁମାର ଚୌରସିଆ ଏବଂ ପ୍ରଦେଶ ସରକାରଙ୍କ ଆୟୁଷ ମନ୍ତ୍ରୀ ଡ. ଦୟାଶଙ୍କର ମିଶ୍ର ‘ଦୟାଲୁ’ଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ।
ଯାତ୍ରାର ଶୁଭାରମ୍ଭ ପୂର୍ବରୁ ସେବା ଯାତ୍ରୀମାନେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପହଂଚିବେ। ବିଜେପି କାଶୀ କ୍ଷେତ୍ରର ଅଧ୍ୟକ୍ଷ ଅଶୋକ ଚୌରସିଆଙ୍କ ଅନୁସାରେ, ପୂର୍ବାହ୍ନରେ ୫୧ ଜଣ ସେବା ଯାତ୍ରୀ ଲଳିତା ଘାଟରେ ପହଂଚିି ଗଙ୍ଗାଜଳ ଭରିବେ। ଏହାପରେ ଡମରୁ ଦଳ ଏବଂ ଶଙ୍ଖନାଦ ମଧ୍ୟରେ ସେମାନେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପହଂଚିବେ।
ମନ୍ଦିରରେ କାଶୀ ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗଙ୍କୁ ପବିତ୍ର ନଦୀଗୁଡ଼ିକର ଜଳରେ ଅଭିଷେକ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ପ୍ରଦେଶ ଅଧ୍ୟକ୍ଷ ପଙ୍କଜ ଚୌଧୁରୀ ମହାରୁଦ୍ରାଭିଷେକରେ ମଧ୍ୟ ସାମିଲ ହେବେ। ଧାର୍ମିକ ଅନୁଷ୍ଠାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁସ୍ଥ ଜୀବନ ଏବଂ ଦୀର୍ଘାୟୁ କାମନା କରାଯିବ।
ଏହାପରେ ବିଧିବଦ୍ଧ ପୂଜାର୍ଚ୍ଚନା ସହ ବାରାଣସୀରୁ ବଡନଗର ପର୍ଯ୍ୟନ୍ତ ୨୨ ଦିନିଆ ବାଇକ ଯାତ୍ରା ଆରମ୍ଭ ହେବ।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ