ଉଧମପୁରରେ ଦୁଇ ଆତଙ୍କବାଦୀ ନିହତ, ଅସ୍ତ୍ର ଏବଂ ଗୋଳାବାରୁଦ ଜବତ
ଉଧମପୁର, ୧୭ ସେପ୍େଟମ୍ବର (ହି.ସ.)- ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାର ବ୍ରଟ୍ଟଲ ଅଂଚଳରେ ଗୁରୁବାର ଗୁପ୍ତ ସୂଚନା ଆଧାରରେ ଚଳାଯାଇଥିବା ଏକ ମିଳିତ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନାର ହ୍ୱାଇଟ ନାଇଟ କର୍ପସ କହିଛି ଯେ ବ୍ରଟ୍ଟଲ ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପକ୍କା
ଉଧମପୁରରେ ଦୁଇ ଆତଙ୍କବାଦୀ ନିହତ, ଅସ୍ତ୍ର ଏବଂ ଗୋଳାବାରୁଦ ଜବତ


ଉଧମପୁର, ୧୭ ସେପ୍େଟମ୍ବର (ହି.ସ.)- ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାର ବ୍ରଟ୍ଟଲ ଅଂଚଳରେ ଗୁରୁବାର ଗୁପ୍ତ ସୂଚନା ଆଧାରରେ ଚଳାଯାଇଥିବା ଏକ ମିଳିତ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

ସେନାର ହ୍ୱାଇଟ ନାଇଟ କର୍ପସ କହିଛି ଯେ ବ୍ରଟ୍ଟଲ ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପକ୍କା ସୂଚନା ମିଳିବା ପରେ ୧୬ ଏବଂ ୧୭ ସେପ୍େଟମ୍ବର ମଧ୍ୟବର୍ତୀ ରାତିରେ ଅପରେସନ ସୋହନ' ନାମକ ଏହି ଅପରେସନ ଆରମ୍ଭ କରାଯାଇଥିଲା। ଖରାପ ପାଗ, କଠିନ ଭୂଭାଗ ଏବଂ କମ୍ ଭିଜିବିଲିଟି ସତ୍ୱେ ସେନା, ଜମ୍ମୁ-କାଶ୍ମୀର ପୁଲିସ ଏବଂ ସିଆରପିଏଫ ଯବାନମାନେ ଆତଙ୍କବାଦ ବିରୋଧୀ ଅପରେସନ ଚଳାଇଥିଲେ, ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

ସେନା କହିଛି ଯେ ମୁକାବିଲା ସ୍ଥଳରୁ ଅସ୍ତ୍ର ଏବଂ ଗୋଳାବାରୁଦ ମଧ୍ୟ ଜବତ କରାଯାଇଛି। ସେନା କହିଛି ଯେ ଅପରେସନ ଏବେ ମଧ୍ୟ ଜାରି ରହିଛି ଏବଂ ଅଂଚଳରେ କୌଣସି ଅବଶିଷ୍ଟ ବିପଦର ସନ୍ଧାନ ପାଇଁ ତଲାସୀ ଅଭିଯାନ ଚଳାଯାଉଛି। ନିହତ ଆତଙ୍କବାଦୀମାନଙ୍କ ପରିଚୟ ନିର୍ଦ୍ଧାରଣ କରାଯାଉଛି।

ଏହା ପୂର୍ବରୁ ବୁଧବାର ବିଳମ୍ବିତ ରାତିରେ ସୁରକ୍ଷାବଳ ମଜାଲତା ଅଂଟଳରେ ସନ୍ଦିଗ୍ଧ ଗତିବିଧି ଦେଖିବା ପରେ ଗୁଳିଚାଳନା କରିଥିଲେ, ଯାହା ପରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା ଏବଂ ସତର୍କତା ବଢ଼ାଇ ଦିଆଯାଇଥିଲା।

-------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande