
ନୂଆଦିଲ୍ଲୀ, ସେପ୍େଟମ୍ବର ୧୭ (ହି.ସ.) - ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ଶୁକ୍ରବାର ଦିନ ମହାରାଷ୍ଟ୍ର ଗସ୍ତରେ ଯିବେ। ଏହି ସମୟରେ ସେ ମୁମ୍ବାଇ ଏବଂ ପୁଣେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।
ଉପରାଷ୍ଟ୍ରପତିଙ୍କ ସଚିବାଳୟ ଅନୁଯାୟୀ, ଉପରାଷ୍ଟ୍ରପତି ସକାଳେ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କୁ ଦର୍ଶନ କରିବେ । ଅପରାହ୍ନରେ ସେ ଲୋନାୱାଲାରେ ପହଂଚିବେ, ଯେଉଁଠାରେ ସେ କୈବଲ୍ୟଧାମର ଗୋର୍ଧଣ୍ଡାସ ସେକସେରିଆ କଲେଜ ଅଫ୍ ଯୋଗ ଆଣ୍ଡ କଲଚରାଲ ସିନ୍େଥସିସ୍ର ପ୍ଲାଟିନମ୍ ଜୁବିଲି ସମାରୋହରେ ଯୋଗଦେବେ। ସନ୍ଧ୍ୟାରେ, ଉପରାଷ୍ଟ୍ରପତି ପୁଣେର ନେହେରୁ ଷ୍ଟାଡିୟମର ଶ୍ରୀ ଗଣେଶ କଳା କ୍ରୀଡ଼ା ଥିଏଟରରେ ପୁଣେ ମହୋତ୍ସବର ୩୮ ତମ ସଂସ୍କରଣରେ ଯୋଗଦେବେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ