
କୋଲକାତା, ୧୭ ସେପ୍େଟମ୍ବର (ହି.ସ.)- ଗଙ୍ଗା ନଦୀକୁ ପ୍ରଦୂଷଣମୁକ୍ତ କରିବା ପ୍ରତି ଜନ-ଜାଗରୁକତା ପ୍ରସାର କରିବା ଉଦ୍ଦେଶ୍ୟରେ ଦ ଇନଷ୍ଟିଚ୍ୟୁଟ୍ ଅଫ୍ ଏକ୍ସପ୍ଲୋରେସନ ପକ୍ଷରୁ “ଭଏଜ୍ ଅଫ୍ ଦ ନେକ୍ଟର୍ ଷ୍ଟ୍ରିମ୍” ନାମକ ବିଶେଷ ନଦୀ ରାଫ୍ଟ ଅଭିଯାନ ଆୟୋଜନ କରାଯାଉଛି। ଅଭିଯାନର ମୁଖ୍ୟ ବାର୍ତା “ପବିତ୍ର ଗଙ୍ଗାର ପ୍ରଦୂଷଣମୁକ୍ତ ଅମୃତଧାରାକୁ ପୁନଃସ୍ଥାପିତ କରନ୍ତୁ” ରଖାଯାଇଛି।
ସଂସ୍ଥାନ ଅନୁସାରେ, ଅଭିଯାନ ଗଙ୍ଗା ନଦୀର ପଥ ଦେଇ ଉତରାଖଣ୍ଡର ହରିଦ୍ୱାରରୁ ଆରମ୍ଭ ହୋଇ ପଶ୍ଚିମବଙ୍ଗର କୋଲକାତା ପର୍ଯ୍ୟନ୍ତ ଚାଲିବ। ଅଭିଯାନର ଆରମ୍ଭ ୪ ସେପ୍େଟମ୍ବରରେ ହୋଇଥିଲା ଏବଂ ଏହା ୬ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ।
ଏହି ସାହସିକ ଅଭିଯାନର ବିଶେଷତା ହେଉଛି ଯେ, ଏଥିରେ ବସ୍ ଏବଂ ଟ୍ରକ୍ର ଚକରୁ ପ୍ରାପ୍ତ ବାୟୁ ଭରା ରବର ଟ୍ୟୁବ୍ ତଥା ବାଉଁଶରେ ପ୍ରସ୍ତୁତ ରାଫ୍ଟର ବ୍ୟବହାର କରାଯିବ। ସଂସ୍ଥାନର ଦାବି ହେଉଛି ଯେ, ଏଭଳି ସାଧାରଣ ରାଫ୍ଟରେ ଗଙ୍ଗାରେ ଏତେ ଦୀର୍ଘ ଏବଂ ଚ୍ୟାଲେଞ୍ଜିଂ ଯାତ୍ରା କରୁଥିବା ଏହା ଭାରତର ପ୍ରଥମ ଏବଂ ଏକମାତ୍ର ଦଳ।
ସଂସ୍ଥାନ କହିଛି ଯେ, ଅଭିଯାନକୁ ସମ୍ପୂର୍ଣ୍ଣ କରିବାରେ ବହୁତ ଖର୍ଚ୍ଚ ହେବ। ଏଥିପାଇଁ ସଦସ୍ୟ, ଶୁଭଚିନ୍ତକ ଏବଂ ଅନ୍ୟମାନଙ୍କଠାରୁ ଆର୍ôଥକ ସହଯୋଗ ପାଇଁ ଅପିଲ୍ କରାଯାଇଛି।
ସଂସ୍ଥାନର ମାନଦ ମହାସଚିବ ଏମ୍. ନବୀ ତରଫଦାର ଏବଂ ମାନଦ କୋଷାଧ୍ୟକ୍ଷ ଅର୍ଧେନ୍ଦୁ ଶେଖର ନସ୍କର ଲୋକମାନଙ୍କୁ ଅଭିଯାନର ସଫଳତା ପାଇଁ ଶୁଭକାମନା ସହ ଯଥାସମ୍ଭବ ସହଯୋଗ କରିବାକୁ ଅପିଲ୍ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଅଭିଯାନ ମାଧ୍ୟମରେ ଗଙ୍ଗାର ସ୍ୱଚ୍ଛତା ପ୍ରତି ବ୍ୟାପକ ଜନ-ଜାଗରୁକତା ସୃଷ୍ଟି କରିବା ସହ ଭାରତରେ ସାହସିକ ଅଭିଯାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାର ପ୍ରୟାସ କରାଯିବ।
-----------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ