ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ନିତିନ ନବୀନ କଲେ ରକ୍ତଦାନ ଶିବିରର ଉଦଘାଟନ
ନୂଆଦିଲ୍ଲୀ, ୧୭ ସେପ୍େଟମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା)ର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ରକ୍ତଦାନ ଶିବିରର ଉଦଘାଟନ କରିଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ ତାଙ୍କ ଦୀର୍ଘାୟୁ ଏବଂ ନ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ନିତିନ ନବୀନ କଲେ ରକ୍ତଦାନ ଶିବିରର ଉଦଘାଟନ


ନୂଆଦିଲ୍ଲୀ, ୧୭ ସେପ୍େଟମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା)ର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ରକ୍ତଦାନ ଶିବିରର ଉଦଘାଟନ କରିଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ ତାଙ୍କ ଦୀର୍ଘାୟୁ ଏବଂ ନିରନ୍ତର ସଫଳତା କାମନା କରିଥିଲେ।

ପାର୍ଟି ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରି ନିତିନ ନବୀନ କହିଛନ୍ତି ଯେ ୧୭ ସେପ୍େଟମ୍ବର ଭଗବାନ ବିଶ୍ୱକର୍ମାଙ୍କ ପୂଜାର ଦିନ ମଧ୍ୟ ଏବଂ ଆଧୁନିକ ଭାରତର ଶିଳ୍ପକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ମଧ୍ୟ। ସେ ପ୍ରଧାନମନ୍ତ୍ରୀଙ୍କୁ ଦେଶର ‘ପ୍ରଧାନ ସେବକ’ ବୋଲି କହି କହିଛନ୍ତି ଯେ, ତାଙ୍କ ଜନ୍ମଦିନ ଅବସରରେ ଭାଜପା ‘ସେବା ସଂକଳ୍ପ ଅଭିଯାନ’ର ଆରମ୍ଭ କରୁଛି ଏବଂ ଏହି ଦିନକୁ ‘ସେବା ଦିବସ’ ଭାବେ ପାଳନ କରାଯାଉଛି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଦେଶବ୍ୟାପୀ ଭାଜପା କାର୍ଯ୍ୟକର୍ତ । ମାନେ ରକ୍ତଦାନ ଅଭିଯାନ ଆରମ୍ଭ କରୁଛନ୍ତି। ସେ ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିଜର ସୌଭାଗ୍ୟ ବୋଲି କହିଛନ୍ତି।

ଭାଜପା ଅଧ୍ୟକ୍ଷ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶରେ ବହୁ ସଂଖ୍ୟକ ଲୋକଙ୍କ ଜୀବନରେ ପରିବର୍ତନ ଆସିଛି। ତାଙ୍କ ଅନୁସାରେ ଏହି ପରିବର୍ତନ କେବଳ ଲୋକମାନଙ୍କ ଜୀବନ ପରିସ୍ଥିତି ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ କୋଟି କୋଟି ଭାରତୀୟଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତନ ଆସିଛି। ଆଜି ଦେଶବାସୀ ‘ନେସନ ଫର୍ଷ୍ଟ’ର ଭାବନା ସହ ଆଗକୁ ବଢ଼ୁଛନ୍ତି। ସେ କହିଛନ୍ତି ଯେ, ଦେଶବ୍ୟାପୀ ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ଶୁଭକାମନା ଏବଂ ଆଶୀର୍ବାଦ ଦେଉଛନ୍ତି।

ସେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଏବଂ ନିରନ୍ତର ସଫଳତା କାମନା କରି କହିଛନ୍ତି ଯେ, ଭାରତ ଦ୍ରୁତ ଗତିରେ ବିକାଶର ପଥରେ ଆଗକୁ ବଢ଼ୁଛି ଏବଂ ‘ବିକଶିତ ଭାରତ’ର ଲକ୍ଷ୍ୟ ଦିଗରେ ଆଗକୁ ବଢ଼ି ବିଶ୍ୱ ମଂଚରେ ନିଜର ଅଲଗା ପରିଚୟ ସୃଷ୍ଟି କରୁଛି। ସେ ଆଶା ବ୍ୟକ୍ତ କରିଛନ୍ତି ଯେ, ଭାରତ ୨୦୪୭ ପର୍ଯ୍ୟନ୍ତ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ହାସଲ କରିବ।

-------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande