ମରାଠା ସଂରକ୍ଷଣ : ଅନଶନ ପ୍ରତ୍ୟାହାର କଲେ ମନୋଜ ଜରାଙ୍ଗେ, ସରକାରଙ୍କୁ ତିନି ମାସ ସମୟ ଦେଲେ
ମୁମ୍ବାଇ, ୧୭ ସେପ୍ଟେମ୍ବର (ହି.ସ.)- ମରାଠା ସଂରକ୍ଷଣ ଆନ୍ଦୋଳନର ନେତା ମନୋଜ ଜରାଙ୍ଗେ ପାଟିଲ ଗୁରୁବାର ସକାଳେ ବିଡ୍ ଜିଲ୍ଲାର ପାଟୋଦା ଠାରେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ତାଙ୍କର ୨୦ ଦିନ ଧରି ଚଳାଇଥିବା ଅନଶନ ପ୍ରତ୍ୟାହାର କରିବାକୁ ନିଷ୍ପତି ନେଇଛନ୍ତି । ତେବେ ଜରାଙ୍ଗେ ସ୍ପଷ୍ଟ କରିଛନ୍ତି
ମରାଠା ସଂରକ୍ଷଣ : ଅନଶନ ପ୍ରତ୍ୟାହାର କଲେ ମନୋଜ ଜରାଙ୍ଗେ, ସରକାରଙ୍କୁ ତିନି ମାସ ସମୟ ଦେଲେ


ମୁମ୍ବାଇ, ୧୭ ସେପ୍ଟେମ୍ବର (ହି.ସ.)- ମରାଠା ସଂରକ୍ଷଣ ଆନ୍ଦୋଳନର ନେତା ମନୋଜ ଜରାଙ୍ଗେ ପାଟିଲ ଗୁରୁବାର ସକାଳେ ବିଡ୍ ଜିଲ୍ଲାର ପାଟୋଦା ଠାରେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ତାଙ୍କର ୨୦ ଦିନ ଧରି ଚଳାଇଥିବା ଅନଶନ ପ୍ରତ୍ୟାହାର କରିବାକୁ ନିଷ୍ପତି ନେଇଛନ୍ତି ।

ତେବେ ଜରାଙ୍ଗେ ସ୍ପଷ୍ଟ କରିଛନ୍ତି ଯେ, ଅନଶନ କେବଳ ସ୍ଥଗିତ ରଖାଯାଇଛି ଏବଂ ମରାଠା ସଂରକ୍ଷଣ ଉପରେ ଆନ୍ଦୋଳନ ଜାରି ରହିବ । ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯଦି ସରକାର ୯୦ ଦିନ ମଧ୍ୟରେ ଅର୍ଥାତ୍ ତିନି ମାସ ମଧ୍ୟରେ ତାଙ୍କର ଦାବି ପୂରଣ ନକରନ୍ତି, ତେବେ ସେ ସିଧାସଳଖ ମୁମ୍ବାଇର ଆଜାଦ ମଇଦାନରେ ଅନଶନ କରିବେ ।

ଆଜି ସକାଳ ପ୍ରାୟ ୫ଟା ବେଳେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ରାଧାକୃଷ୍ଣ ଭିଖେ ପାଟିଲ, ଦାଦା ଭୁସେ, ବିଧାୟକ ସୁରେଶ ଧାସ, ପ୍ରସାଦ ଲାଡ଼ ମନୋଜ ଜରାଙ୍ଗେଙ୍କୁ ଭେଟିବା ପାଇଁ ବିଡ୍ ଜିଲ୍ଲାର ପାଟୋଦାରେ ପହଂଚି ଥିଲେ । ପ୍ରାୟ ଦେଢ଼ ଘଂଟା ଧରି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ସହିତ ଆଲୋଚନା କରିବା ପରେ ଜରାଙ୍ଗେ ମନ୍ତ୍ରୀ ଭିଖେ ପାଟିଲଙ୍କ ହାତରୁ ଜୁସ୍ ପିଇ ଅନଶନ ଶେଷ କରିବାକୁ ଘୋଷଣା କରିଛନ୍ତି ।

ବୈଠକ ପରେ ଜରାଙ୍ଗେ ପାଟିଲ ସରକାରଙ୍କୁ ତାଙ୍କର ଦାବି ପୂରଣ କରିବା ପାଇଁ ୯୦ ଦିନ ସମୟ ଦେଇଛନ୍ତି । ଏହି ସମୟରେ ସତାରା ଗେଜେଟ୍ ର କଠୋର କାର୍ଯ୍ୟକାରିତା ପାଇଁ ସେ ଦାବି କରିଛନ୍ତି । ଏଥି ସହିତ ସେ କହିଛନ୍ତି ଯେ, ଯଦି ଏହି ସମୟରେ ସରକାରଙ୍କ ଦ୍ୱାରା କୌଣସି ପ୍ରକାରର ଧମକ କିମ୍ବା ଏପରି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ, ଯାହା ଆନ୍ଦୋଳନ ବିରୁଦ୍ଧରେ ବିବେଚନା କରାଯାଏ, ତେବେ ସେ ପୁଣି ସମ୍ପୂର୍ଣ୍ଣ ଶକ୍ତି ସହିତ ମୁମ୍ବାଇରେ ପହଂଚିବେ । ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିବା ମରାଠା ବିକ୍ଷୋଭକାରୀମାନଙ୍କୁ ନିଜ ନିଜ ଘରକୁ ଫେରିବା ପାଇଁ ମଧ୍ୟ ସେ ନିବେଦନ କରିଛନ୍ତି । ଅନଶନ ଶେଷ କରିବା ପରେ ସେ ଅଧିକ ଚିକିତ୍ସା ପାଇଁ ଜାଲନା ଜିଲ୍ଲାର ଅନ୍ତରୱାଲି ସରାଟୀ ଅଭିମୁଖେ ଯାତ୍ରା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande