
ବଲାଙ୍ଗିର, ୧୮ ସେପ୍ଟେମ୍ବର( ହି.ସ.) - ସ୍ଥାନୀୟ କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ତିନି ଦିନ ଧରି ହେବାକୁ ଥିବା ୨୪ତମ ପ୍ରାଦେଶିକ ସଂସ୍କୃତି ମହୋତ୍ସବ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମର ଅଧ୍ୟକ୍ଷ ଇଂ. ବେଲାଲ ସିଂ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ତପୋବନ ଆଶ୍ରମ ର ସ୍ୱାମୀ ତେଜୋମୟା ନନ୍ଦ,ମୁଖ୍ୟ ବକ୍ତା ଭାବେ ଅଧ୍ୟକ୍ଷ ଶିକ୍ଷା ବିକାଶ ସମିତି,ଓଡ଼ିଶା କମଳାକାନ୍ତ ମିଶ୍ର,ସମ୍ମାନୀତ ଅତିଥି ଭାବେ ପୂର୍ତକ୍ଷେତ୍ର କାର୍ଯ୍ୟକାରିଣୀ ସଦସ୍ୟ ଦିବାକର ଘୋଷ ଯୋଗଦେଇଥିଲେ।ମୁଖ୍ୟ ଅତିଥି ସ୍ୱାମୀ ତେଜୋମୟା ନନ୍ଦ ନିଜ ବକ୍ତବ୍ୟରେ ଭାରତୀୟ ସଂସ୍କୃତି ହେଉଛି ଆମ ଜାତୀୟ ଜୀବନର ମୂଳ ଆଧାର ବୋଲି କହିବା ସହ ଆମର ପରମ୍ପରା,ମୂଲ୍ୟବୋଧ,ଆଚାର -ବିଚାର ଓ ଜୀବନ ଦର୍ଶନକୁ ନୂତନ ପିଢ଼ି ମଧ୍ୟରେ ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ। ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଶିକ୍ଷା କେବଳ ପାଠ୍ୟ ପୁସ୍ତକ ମଧ୍ୟରେ ସୀମିତ ନୁହେଁ;ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ ବୋଲି କହିବା ସହ ଆଜିର ଛାତ୍ରଛାତ୍ରୀ ଆଗାମୀ ଦିନର ସମାଜ ଓ ରାଷ୍ଟ୍ରର ନେତୃତ୍ୱ ନେବେ ବୋଲି କହିଥିଲେ। ସମ୍ମାନୀତ ଅତିଥି ଶ୍ରୀ ଘୋଷ ନିଜ ବକ୍ତବ୍ୟରେ ଆମର ସମୃଦ୍ଧ ସଂସ୍କୃତି ଓ ପରମ୍ପରା କୁ ସୁରକ୍ଷିତ ରଖି ଆଗାମୀ ପିଢ଼ି କୁ ହସ୍ତାନ୍ତର କରିବା ଆଜିର ସମୟର ଆବଶ୍ୟକତା ବୋଲି କହିଥିଲେ।ପରିଚୟ ପ୍ରଦାନ କରିଥିଲେ ସଂଯୋଜକ ଦକ୍ଷିଣ-ପଶ୍ଚିମ ସମ୍ଭାଗ ପ୍ରକାଶ ଚନ୍ଦ୍ର ତ୍ରିପାଠୀ,ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ପ୍ରାନ୍ତ ସଂସ୍କୃତି ବୋଧ ସଂଯୋଜକ ଆଶିଷ କୁମାର ରଥ।ଧନ୍ୟବାଦ ଦେଇଥିଲେ ତ୍ରିବିକ୍ରମ ଦାଶ,ସଭାପତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,କଲେଜ ଛକ ବଲାଙ୍ଗୀର।ସଭାପରେ ସଂସ୍କୃତି ବୋଧ ପ୍ରଶ୍ନ ମଂଚ,ଆଚାର୍ଯ୍ୟପତ୍ର ବାଚନ, ମୂର୍ତିକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୭୪ଜଣ ଛାତ୍ର,୧୧୦ଜଣ ଛାତ୍ରୀ,୭୫ଜଣ ମାର୍ଗଦର୍ଶକ ଶିକ୍ଷକ ଯୋଗଦେଇଛନ୍ତି। କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର, ସମ୍ପାଦକ ନୀଳାଂଚଳ ଚିର୍ଗୁନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବ ମାଧ୍ୟମରେ ବିଭିନ୍ନ ପ୍ରତିଭାର ପ୍ରଦର୍ଶନ ସହ ପରସ୍ପର ଭାବ ବିନିମୟ ସୁଯୋଗ ସୃଷ୍ଟି ହେଉଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ,ଗୁରୁମା,ସେବକ,ସେବିକା ଅଭିଭାବକ,ଅଭିଭାବିକା,ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ,ସଦସ୍ୟା ସହଯୋଗ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ