ଏୟାର ମାର୍ଶଲ ତରୁଣ ଚୌଧୁରୀ ରାଜ୍ୟପାଳ ଅତା ହସ୍ନୈନଙ୍କୁ ଭେଟିଲେ, ବିହଟା ବିମାନ ବନ୍ଦରର ମିଳିତ ବ୍ୟବହାର ବିଷୟରେ କଲେ ଆଲୋଚନା
ପାଟନା, ୧୮ ସେପ୍ଟେମ୍ବର (ହି.ସ.)- ସେଂଟ୍ରାଲ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଏୟାର ମାର୍ଶଲ ତରୁଣ ଚୌଧୁରୀ ଶୁକ୍ରବାର ଦିନ ରାଜଭବନରେ ବିହାର ରାଜ୍ୟପାଳ ଲେଫ୍ଟନାଂଟ ଜେନେରାଲ (ଅବସରପ୍ରାପ୍ତ) ସୟଦ ଅତା ହସ୍ନୈନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସମୟରେ ନାଗରିକ-ସୈନ୍ୟ ସହ
ଏୟାର ମାର୍ଶଲ ତରୁଣ ଚୌଧୁରୀ ରାଜ୍ୟପାଳ ଅତା ହସ୍ନୈନଙ୍କୁ ଭେଟିଲେ, ବିହଟା ବିମାନ ବନ୍ଦରର ମିଳିତ ବ୍ୟବହାର ବିଷୟରେ କଲେ ଆଲୋଚନା


ପାଟନା, ୧୮ ସେପ୍ଟେମ୍ବର (ହି.ସ.)- ସେଂଟ୍ରାଲ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଏୟାର ମାର୍ଶଲ ତରୁଣ ଚୌଧୁରୀ ଶୁକ୍ରବାର ଦିନ ରାଜଭବନରେ ବିହାର ରାଜ୍ୟପାଳ ଲେଫ୍ଟନାଂଟ ଜେନେରାଲ (ଅବସରପ୍ରାପ୍ତ) ସୟଦ ଅତା ହସ୍ନୈନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସମୟରେ ନାଗରିକ-ସୈନ୍ୟ ସହଯୋଗକୁ ମଜବୁତ କରିବା, ଭାରତୀୟ ବାୟୁସେନା ଏବଂ ବିହାର ସରକାରଙ୍କ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଏବଂ ଭବିଷ୍ୟତରେ ବିହଟା ବିମାନ ବନ୍ଦରର ମିଳିତ ବ୍ୟବହାର ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

ରାଜ୍ୟ ପ୍ରଶାସନ ସହିତ ପାରସ୍ପରିକ ଗୁରୁତ୍ୱପୂର୍ଣ୍ଣ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଅଗ୍ରଗତି ବିଷୟରେ ଏୟାର ମାର୍ଶଲ ଚୌଧୁରୀ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ବିପର୍ଯ୍ୟୟ ସମୟରେ ତ୍ୱରିତ ପ୍ରତିକ୍ରିୟା ଏବଂ ରିଲିଫ କାର୍ଯ୍ୟ ପାଇଁ ପ୍ରସ୍ତୁତିକୁ ମଜବୁତ କରିବା ସହିତ ଆଂଚଳିକ ସୁରକ୍ଷା ଏବଂ ଜନ କଲ୍ୟାଣ ସମ୍ବନ୍ଧୀୟ ସହଭାଗୀ ଉଦ୍ଦେଶ୍ୟକୁ ଆଗକୁ ବଢାଇବା ଉପରେ ମଧ୍ୟ ବୈଠକରେ ବିଚାରବିମର୍ଶ କରାଯାଇଥିଲା ।

ଭବିଷ୍ୟତରେ ବିହଟା ବିମାନ ବନ୍ଦରର ମିଳିତ ବ୍ୟବହାର ଉପରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ବିପର୍ଯ୍ୟୟ-ପ୍ରତିକ୍ରିୟା ପ୍ରଣାଳୀକୁ ଅଧିକ ପ୍ରଭାବଶାଳୀ କରିବା ଏବଂ ଆବଶ୍ୟକ ସମୟରେ ସୈନ୍ୟ ଏବଂ ନାଗରିକ ଅନୁଷ୍ଠାନ ମଧ୍ୟରେ ଉନ୍ନତ ସମନ୍ୱୟ ସୁନିଶ୍ଚିତ କରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଏୟାର ମାର୍ଶଲ ତରୁଣ ଚୌଧୁରୀ ରାଜ୍ୟପାଳଙ୍କୁ ବିହଟା ର ବାୟୁସେନା ଷ୍ଟେସନ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଥିଲେ । ବୈଠକ ଶେଷରେ ଉଭୟ ପକ୍ଷ ବର୍ତମାନର ସମନ୍ୱୟ ବଜାୟ ରଖିବା ଏବଂ ଭାରତୀୟ ବାୟୁସେନା ଏବଂ ବିହାର ସରକାରଙ୍କ ମଧ୍ୟରେ ସଂସ୍ଥାଗତ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande