ଚାରି ଦିନ ପୂର୍ବରୁ ଗିରଫ ହୋଇଥିବା ତିନି ଓଭରଗ୍ରାଉଣ୍ଡ ୱର୍କରଙ୍କ ଲଶ୍କର-ଏ-ତୈବା ସହ ଥିଲା ସମ୍ପର୍କ
ରାଜୌରୀ, ୧୮ ସେପ୍େଟମ୍ବର (ହି.ସ.)- ଜମ୍ମୁ-କଶ୍ମୀରରେ ରାଜୌରୀ ପୋଲିସ ୪ ଦିନ ପୂର୍ବରୁ ଗିରଫ କରାଯାଇଥିବା ୩ ଆତଙ୍କବାଦୀ ସହଯୋଗୀଙ୍କୁ ଲଶ୍କର-ଏ-ତୈବା ସହ ଜଡ଼ିତ ବୋଲି କହିଛି। ତିନିଜଣ ଅଭିଯୁକ୍ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହ ସେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଂଚାଇବାରେ ସାହାଯ୍ୟ କ
ଚାରି ଦିନ ପୂର୍ବରୁ ଗିରଫ ହୋଇଥିବା ତିନି ଓଭରଗ୍ରାଉଣ୍ଡ ୱର୍କରଙ୍କ ଲଶ୍କର-ଏ-ତୈବା ସହ ଥିଲା ସମ୍ପର୍କ


ରାଜୌରୀ, ୧୮ ସେପ୍େଟମ୍ବର (ହି.ସ.)- ଜମ୍ମୁ-କଶ୍ମୀରରେ ରାଜୌରୀ ପୋଲିସ ୪ ଦିନ ପୂର୍ବରୁ ଗିରଫ କରାଯାଇଥିବା ୩ ଆତଙ୍କବାଦୀ ସହଯୋଗୀଙ୍କୁ ଲଶ୍କର-ଏ-ତୈବା ସହ ଜଡ଼ିତ ବୋଲି କହିଛି। ତିନିଜଣ ଅଭିଯୁକ୍ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହ ସେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଂଚାଇବାରେ ସାହାଯ୍ୟ କରୁଥିଲେ। ସେମାନଙ୍କ ଠିକଣାରେ ଚଢ଼ାଉ ସମୟରେ ଗୋଟିଏ ପିସ୍ତଲ, ମ୍ୟାଗଜିନ, ଗୁଳି ଏବଂ ୨ ଚୀନୀ ଗ୍ରେନେଡ ମଧ୍ୟ ମିଳିଥିଲା।

ପୋଲିସ ଶୁକ୍ରବାର କହିଛି ଯେ ନିଷିଦ୍ଧ ଲଶ୍କର-ଏ-ତୈବା ସହ ଜଡ଼ିତ ତିନି ଗିରଫ ଓଭରଗ୍ରାଉଣ୍ଡ ୱର୍କର ଅନେକ ବର୍ଷ ଧରି ସକ୍ରିୟ ଥିଲେ ଏବଂ ସେମାନଙ୍କ ଉପରେ ଜମ୍ମୁ ଅଂଚଳର ରାଜୌରୀ-ରିଆସୀରୁ ଦକ୍ଷିଣ କଶ୍ମୀରର ଶୋପିଆନ ଜିଲ୍ଲା ପର୍ଯ୍ୟନ୍ତ ଅନେକ ଆତଙ୍କବାଦୀ ଗୋଷ୍ଠୀର ଯାତାୟାତରେ ସାହାଯ୍ୟ କରିବାର ଅଭିଯୋଗ ରହିଛି। ରାଜୌରୀର କୋଟ ଚରୱାଲ ଗାଁର ବାସିନ୍ଦା ମହମ୍ମଦ ଆଜମ, ଜାକିର ହୁସେନ ଏବଂ ମହମ୍ମଦ ମୁଶ୍ତାକଙ୍କୁ ୧୪ ସେପ୍େଟମ୍ବରରେ ଲଶ୍କର-ଏ-ତୈବା ସହ ଜଡ଼ିତ ଏକ ଲଜିଷ୍ଟିକାଲ ସପୋର୍ଟ ମଡ୍ୟୁଲର ପର୍ଦ୍ଦାଫାଶ ହେବା ପରେ ଗିରଫ କରାଯାଇଥିଲା।

ପୋଲିସ ପ୍ରବକ୍ତା କହିଛନ୍ତି ଯେ ମାମଲାର ତଦନ୍ତରୁ ଜଣାପଡ଼ିଛି ଯେ ୨୦୨୩ରେ ରିଆସୀ ଜିଲ୍ଲାର ଚାସାନାରେ ମୁହାଁମୁହିଁ ସଂଘର୍ଷରେ ନିହତ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ଆଶ୍ରୟ ଦେବା ଏବଂ ସେମାନଙ୍କ ଯାତାୟାତରେ ସୁବିଧା ପ୍ରଦାନ କରିବାରେ ସେମାନଙ୍କ କଥିତ ଭୂମିକା ମଧ୍ୟ ସାମ୍ନାକୁ ଆସିଛି। ପ୍ରବକ୍ତା କହିଛନ୍ତି ଯେ ସେମାନଙ୍କ ଗିରଫ ପରେ ତୁରନ୍ତ ସେମାନଙ୍କ ଗାଁକୁ ଲାଗିଥିବା ଜଙ୍ଗଲରୁ ସେମାନଙ୍କ ସୂଚନା ଆଧାରରେ ଏକ ଶକ୍ତିଶାଳୀ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡି) ଜବତ କରାଯାଇଥିଲା, ଯେତେବେଳେ କି ଗୁରୁବାର ସେମାନଙ୍କ କହିବା ଅନୁଯାୟୀ ସେମାନଙ୍କ ଠିକଣାରୁ ଗୋଟିଏ ପିସ୍ତଲ, ଗୋଟିଏ ମ୍ୟାଗଜିନ ଏବଂ ଗୋଳାବାରୁଦ ସହିତ ଦୁଇଟି ଚୀନୀ ଗ୍ରେନେଡ ମଧ୍ୟ ଜବତ କରାଯାଇଥିଲା।

--------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande