ପ୍ରସ୍ତୁତି ସରିଥିଲା, ଶେଷରେ ବଦଳିଗଲା ଜନ ଶୁଣାଣି ସ୍ଥାନ, ଭଗବାନପୁର କୁ କାହିଁକି ବାଦ ଦିଆଗଲା
ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ଜନ ଶୁଣାଣି ପାଇଁ ହି ଜିଲ୍ଲାର ଧାମନଗର ପଂଚାୟତ ଅଧିନସ୍ଥ ଭଗବାନପୁରରେ ଅମସ୍ତ ପ୍ରସ୍ତୁତି ସରିଥିଲା। ଲୋକଙ୍କୁ ଅବଗତ କରାଯାଇଥିଲା। ପଂଚାୟତ ପରିସର ସଫେଇ ଠାରୁ ଆରମ୍ଭ କରି ରଙ୍ଗ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ଶେଷ ହୋଇଥିଲା। ହେଲେ ଜନ ଶୁଣାଣିକୁ ଆଉ ମାତ୍ର ୩ ଦିନ
ପ୍ରସ୍ତୁତି ସରିଥିଲା, ଶେଷରେ ବଦଳିଗଲା ଜନ ଶୁଣାଣି ସ୍ଥାନ, ଭଗବାନପୁର କୁ କାହିଁକି ବାଦ ଦିଆଗଲା


ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ଜନ ଶୁଣାଣି ପାଇଁ ହି ଜିଲ୍ଲାର ଧାମନଗର ପଂଚାୟତ ଅଧିନସ୍ଥ ଭଗବାନପୁରରେ ଅମସ୍ତ ପ୍ରସ୍ତୁତି ସରିଥିଲା। ଲୋକଙ୍କୁ ଅବଗତ କରାଯାଇଥିଲା। ପଂଚାୟତ ପରିସର ସଫେଇ ଠାରୁ ଆରମ୍ଭ କରି ରଙ୍ଗ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ଶେଷ ହୋଇଥିଲା। ହେଲେ ଜନ ଶୁଣାଣିକୁ ଆଉ ମାତ୍ର ୩ ଦିନ ବାକି ଥିବାବେଳେ ହଠାତ୍ ବଦଳିଗଲା ସ୍ଥାନ। ଭଗବାନପୁର ବଦଳରେ ଅସୁରାଳି ପଂଚାୟତରେ ଶୁଣାଣି କରାଯିବା ନେଇ ବିଡିଓଙ୍କ ନୂଆ ପତ୍ର ପ୍ରକାଶ ପରେ ଏହାକୁ ନେଇ ପ୍ରଶ୍ନ ଉଠିଛି। ସେପ୍େଟମ୍ବର ୧୧ ରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପତ୍ର ନଂ. ୧୦୩୯ ଜାରି ହୋଇଥିଲା। ଏଥିରେ ସେପ୍େଟମ୍ବର ୨୧ ରେ ଭଗବାନପୁର ଗ୍ରାମ ପଂଚାୟତରେ ଯୁଗ୍ମ ଜନ ଶୁଣାଣି ହେବା ନେଇ ଉଲ୍ଲେଖ ଥିଲା। ଏହାପରେ ପଂଚାୟତର ୧୫ ଟି ୱାର୍ଡର ଲୋକଙ୍କୁ ଅଭିଯୋଗ ନେଇ ଶୁଣାଣିରେ ଯୋଗଦେବାକୁ ଜଣାଇ ଦିଆଯାଇଥିଲା। ଏପରିକି ଅଧିକାରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପଂଚାୟତ ପରିସରରେ ପ୍ରସ୍ତୁତି ମଧ୍ୟ ଜୋରଦାର ହୋଇଥିଲା। ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଫେଇ, ବ୍ଲିଚିଂ ପକାଇବା, ରଙ୍ଗ କାମ ଓ ଶୌଚାଳୟ ଆଦିର ମରାମତି କରାଯାଇଥିଲା। ସବୁ ପ୍ରସ୍ତୁତି ପରେ ହଠାତ୍ ସ୍ଥାନ ବଦଳିବା ଘଟଣା ଏବେ ଭଗବାନପୁର ବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।ସେପ୍େଟମ୍ବର ୧୮ରେ ଧାମନଗର ବିଡିଓଙ୍କ ପକ୍ଷରୁ ପତ୍ର ନଂ. ୪୨୧୪ ଜାରି କରାଯାଇ ୨୧ ତାରିଖର ଜନ ଶୁଣାଣି ଅସୁରାଳି ପଂଚାୟତରେ ହେବ ବୋଲି ଜଣାଇ ଦେଇ ଥିଲେ। ତେବେ ପୂର୍ବ ନିର୍ଦ୍ଧାରିତ ସ୍ଥାନ କାହିଁକି ବଦଳା ଗଲା, ଏହାର କାରଣ କ’ଣ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।ଏହି ପ୍ରସଙ୍ଗରେ ଭଗବାନପୁର ପଂଚାୟତର ସମିତି ସଭ୍ୟ ସୁଦୀପ୍ତ ଖଟୁଆ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ଅଭିଯୋଗ, “ସମସ୍ତ ପ୍ରସ୍ତୁତି ସରିବା ପରେ ଶେଷ ମୁହୂର୍ତରେ ଭଗବାନପୁରରୁ ଜନ ଶୁଣାଣିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲୋକଙ୍କ ପ୍ରତି ଅବହେଳା। ଜିଲ୍ଲାପାଳଙ୍କ ପୂର୍ବ ନିର୍ଦ୍ଧାରିତ ସ୍ଥାନ ବଦଳାଇବାର କାରଣ ପ୍ରଶାସନ ସାର୍ବଜନୀନ କରନ୍ତୁ।ଶ୍ରୀ ଖଟୁଆ ଆହୁରି କହିଛନ୍ତି ଯେ ଭଗବାନପୁର ପଞ୍ଚାୟତ ପ୍ରତି ଧାମନଗର ବିଜେପିର ଆଭିମୁଖ୍ୟ ନେଇ ଲୋକଙ୍କ ମଧ୍ୟରେ ପୂର୍ବରୁ ଅସନ୍ତୋଷ ରହିଛି। ଏବେ ଜନ ଶୁଣାଣି ସ୍ଥାନ ପରିବର୍ତନ ଘଟଣା ସେହି ଅସନ୍ତୋଷକୁ ଆହୁରି ବଢ଼ାଇଛି। “ଭଗବାନପୁର ବାସୀ ଙ୍କୁ ଏଭଳି ଧୋକା ଦେବା ଚଳିବ ନାହିଁ। ଏହାର ଜବାବ ପ୍ରଶାସନକୁ ଦେବାକୁ ପଡ଼ିବ,” ବୋଲି ସେ କହିଛନ୍ତି। ତେବେ ୧୮ ତାରିଖ ରେ ଯେଉଁ ଚିଠି ପ୍ରକାଶ ହେଲା ସେଥିରେ ପ୍ରକାଶ ଅଛି ଯେ ଯେଉ ମାନେ ଜନ ଶୁଣାଣି ରେ ଅଭିଯୋଗ କରିବେ ୧୮ ତାରିଖ ଦିନ ୧୦ ଟା ବେଳୁ ଜନ ଶୁଣାଣି ପୋର୍ଟାଲ ରେ ଅନ ଲାଇନି କରିବେ। ଚିଠି ବାହାରୁଚି ୧୨ ଟାରେ ତେବେ ଏପରି ବିଭ୍ରାନ୍ତୀଙ୍କର ଖବର କୁ ନେଇ ବିଭିନ୍ନ ମହଲ ରେ ଚର୍ଚ୍ଚା ର ବିଷୟ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande