ମହିଳାଙ୍କ ମଦ ବିରୋଧୀ ଅଭିଯାନ
ଜୟପୁର, ୧୮ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ସାନପରିୟା ପାଞ୍ଚାୟତରେ ମହିଳାମାନେ ମଦ ମୁକ୍ତି ଅଭିଯାନକୁ ଜୋରଦାର କରିଛନ୍ତି। ପଞ୍ଚାୟତର ବିଭିନ୍ନ ଗାଁ କୁ ବୁଲି ବୁଲି ମଦ ବିକ୍ରିକୁ ବନ୍ଦ କରୁଛନ୍ତି। ଆଜି ପଞ୍ଚାୟତର ପାଞ୍ଚ ଖଣ୍ଡ ଗାଁ ର ୩୦୦ ମହିଳା ମେଳି ହୋଇ ହାତରେ ଗୋଟ
ମହିଳାଙ୍କ ମଦ ବିରୋଧୀ ଅଭିଯାନ


ଜୟପୁର, ୧୮ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ସାନପରିୟା ପାଞ୍ଚାୟତରେ ମହିଳାମାନେ ମଦ ମୁକ୍ତି ଅଭିଯାନକୁ ଜୋରଦାର କରିଛନ୍ତି। ପଞ୍ଚାୟତର ବିଭିନ୍ନ ଗାଁ କୁ ବୁଲି ବୁଲି ମଦ ବିକ୍ରିକୁ ବନ୍ଦ କରୁଛନ୍ତି। ଆଜି ପଞ୍ଚାୟତର ପାଞ୍ଚ ଖଣ୍ଡ ଗାଁ ର ୩୦୦ ମହିଳା ମେଳି ହୋଇ ହାତରେ ଗୋଟେ ଗୋଟେ ବାଉଁଶ ଠେଙ୍ଗା ଧରି ବୋରିଗୁମ୍ମା ବ୍ଲକରେ ପହଞ୍ଚି ଛନ୍ତି। ସ୍ଥାନୀୟ ଡାକ ବଙ୍ଗଳାରୁ ଏକ ରାଲି ବାହାରି ବୋରିଗୁମ୍ମା ଅବକାରୀ ଏବଂ ପୋଲିସ ଥାନାକୁ ଯାଇ ମଦ ବିକ୍ରି ବନ୍ଦ କରିବା ପାଇଁ ଦାବି ପତ୍ର ଦେଇଛନ୍ତି। ଯଦି ଏ ଦିଗରେ ଅବକାରୀ ଓ ପୋଲିସ ବିଭାଗ କିଛି ପଦକ୍ଷେପ ନ ନିଅନ୍ତି ତାହା ହେଲେ ଆଗକୁ ରାଜରାସ୍ତାକୁ ଓହ୍ଲାଇବା ନେଇ ମହିଳା ମାନେ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande