ଦଇପୁର ପଂଚାୟତରେ ରିଲିଫ ଚାଉଳ ବଂଟନରେ ଅନିୟମିତତା ଅଭିଯୋଗ
ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦଇପୁର ପଂଚାୟତରେ ଚଳିତ ବନ୍ୟା ରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଆସିଥିବା ରିଲିଫ ଚାଉଳ ବଂଟନକୁ ନେଇ ଅନିୟମିତତାର ଅଭିଯୋଗ ହୋଇଚି। ସୂଚନା ଥାଉକି ଚଳିତ ବର୍ଷ ଲଗାତାର ବର୍ଷା ଓ ବନ୍ୟା ରେ ଧାମନଗର ରେ ବ୍ୟାପକ ନଷ୍ଟ ହୋଇଥିଲ
DAIPUR PANCHAYAT CHAULA BANTAN ANIYAMITATA


ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦଇପୁର ପଂଚାୟତରେ ଚଳିତ ବନ୍ୟା ରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଆସିଥିବା ରିଲିଫ ଚାଉଳ ବଂଟନକୁ ନେଇ ଅନିୟମିତତାର ଅଭିଯୋଗ ହୋଇଚି। ସୂଚନା ଥାଉକି ଚଳିତ ବର୍ଷ ଲଗାତାର ବର୍ଷା ଓ ବନ୍ୟା ରେ ଧାମନଗର ରେ ବ୍ୟାପକ ନଷ୍ଟ ହୋଇଥିଲା।ଫଳରେ ସରକାର ବନ୍ୟାରେ ପ୍ରଭାବିତ ପରିବାରମାନଙ୍କୁ ରିଲିଫ ଚାଉଳ ଦେବା ପାଇ ନିଷ୍ପତିନେଇଥିଲେ।ତେବେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଠିକ୍ ଭାବେ ରିଲିଫ ପହଂଚୁ ନଥିବା ନେଇ କେତେକ ଅଭିଯୋଗ ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ରିଲିଫ ଚାଉଳ କେତେ ପରିମାଣରେ ଆସିଥିଲା, କେତେ ପରିମାଣ ବଂଟନ ହୋଇଛି ଏବଂ କାହାକୁ ଏହା ଦିଆଯାଉଛି । ତେବେ ବାଦ୍ ପଡ଼ିଥିବା ବନ୍ୟା ବିପନ୍ନ ମାନେ ପଂଚାୟତ କାର୍ଯ୍ୟଲୟ ସମ୍ମୁଖରେ ହୋଲା କରିଥିଲେ। ପଂଚାୟତ ଅଧିକାରୀ କହିଛନ୍ତି ଯେ ପ୍ରକୃତ ପଖ ରେ କିଛି ନାମ କଟିଛି ଏ ଦିଗରେ ଉଚ୍ଚ ଅଧିକାରି ଙ୍କୁ ଜଣାଯିବ ବୋଲି କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande