ଦେଶବ୍ୟାପୀ ମଧ୍ୟସ୍ଥତା ମାଧ୍ୟମରେ ମାମଲାର ସମାଧାନ ଅଭିଯାନ
ସମ୍ବଲପୁର, ୧୮ ସେପ୍ଟେମ୍ବର(ହି.ସ.) – ମଧ୍ୟସ୍ଥତା ମାଧ୍ୟମରେ ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଅଦାଲତ ଓ ତାଲୁକସ୍ତରର ଅଦାଲତରେ ଥିବା ବିଚାରାଧୀନ ମାମଲାଗୁଡ଼ିକର ସରଳ ଓ ସହଜ ସମାଧାନ ନିମନ୍ତେ ସମଗ୍ର ଦେଶରେ ଗତ ଅଗଷ୍ଟ ୦୧ ତାରିଖ ଠାରୁ ତୃତୀୟ ଥରପାଇଁ ଆଉ ଏକ ନୂତନ ଅଭିଯାନ ଚାଲୁଅଛି। ଏନେଇ ଓଡ଼ିଶା ରାଜ୍ୟ ଆଇନ
ଦେଶବ୍ୟାପୀ ମଧ୍ୟସ୍ଥତା ମାଧ୍ୟମରେ ମାମଲାର ସମାଧାନ ଅଭିଯାନ


ସମ୍ବଲପୁର, ୧୮ ସେପ୍ଟେମ୍ବର(ହି.ସ.) – ମଧ୍ୟସ୍ଥତା ମାଧ୍ୟମରେ ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଅଦାଲତ ଓ ତାଲୁକସ୍ତରର ଅଦାଲତରେ ଥିବା ବିଚାରାଧୀନ ମାମଲାଗୁଡ଼ିକର ସରଳ ଓ ସହଜ ସମାଧାନ ନିମନ୍ତେ ସମଗ୍ର ଦେଶରେ ଗତ ଅଗଷ୍ଟ ୦୧ ତାରିଖ ଠାରୁ ତୃତୀୟ ଥରପାଇଁ ଆଉ ଏକ ନୂତନ ଅଭିଯାନ ଚାଲୁଅଛି। ଏନେଇ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ସଦସ୍ୟ, ସଚିବ ଓ ସମ୍ବଲପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ସମାଧାନ ନିମନ୍ତେ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ର ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ସମ୍ବଲପୁର ଠାରେ ଚାଲୁଅଛି। ଏହି ମଧ୍ୟସ୍ଥତା ମାଧ୍ୟମରେ ପାରିବାରିକ ରଫା ଯୋଗ୍ୟ, ଘରୋଇ ହିଂସା, ବ୍ୟାଙ୍କ ସମ୍ବନ୍ଧୀୟ ଚେକ୍ ବାଉନ୍ସ, ମୋଟର ଦୁର୍ଘଟଣା ମାମଲା, ରଫାଯୋଗ୍ୟ ଫୌଜଦାରୀ ମାମଲା, ଭୂ-ଅଧିଗ୍ରହଣ ଜନିତ ମାମଲା, ସମ୍ପତି ବଂଟନ ବିବାଦ, ଉଚ୍ଛେଦ ମାମଲା, ବାଣିଜ୍ୟ ଅଦାଲତରେ ଥିବା ମାମଲା, ନିଯୁକ୍ତି ସମ୍ପର୍କିତ ଉପଯୁକ୍ତ ମାମଲା, ଶ୍ରମ ଅଧିନିୟମ ସମ୍ପର୍କୀୟ ବିବାଦ, ଚୁକ୍ତି ଅଧିନିୟମ ସମ୍ପର୍କୀୟ ମାମଲା, ଖାଉଟି ଅଦାଲତରେ ଥିବା ବିବାଦଗୁଡ଼ିକର ବିକଳ୍ପ ସମାଧାନ ପାଇଁ ଶିବିର ଆୟୋଜନ କରାଯାଉଛି। ଅଦାଲତରେ ବିଚାରାଧୀନ ଥିବା ମୋକଦ୍ଦମାଗୁଡ଼ିକର ବିଚାର ଅପେକ୍ଷା ନିରପେକ୍ଷ ଭାବେ ଅଭିଜ୍ଞ ମଧ୍ୟସ୍ଥଙ୍କ ସହାୟତାରେ ସମାଧାନ କରାଯିବ। ବିବାଦର ସୃଜନାତ୍ମକ ଢଙ୍ଗରେ ସମାଧାନ କରି ଏହାର ପରିସମାପ୍ତି ପାଇଁ ବିବାଦ ଲିପ୍ତ ପକ୍ଷଙ୍କ ମଧ୍ୟରେ ଥିବା ମତ ପାର୍ଥକ୍ୟ ଦୂର କରି ସମାଧାନ ରାସ୍ତା ବାହାର କରିବାକୁ ଏହି ଶିବିର ଆୟୋଜନ କରାଯାଉଛି। ମଧ୍ୟସ୍ଥତା ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ଓ ଏହା ପରସ୍ପର ମଧ୍ୟରେ ଏକ ମଧୁର ସମ୍ପର୍କ ସ୍ଥାପନା କରାଇବ। ମଧ୍ୟସ୍ଥତା ଦ୍ୱାରା ମାମଲାର ସମାଧାନ ହେବା ଯୋଗୁଁ ପକ୍ଷ ମାନଙ୍କ ସମୟ, ଶ୍ରମ ଓ ଅର୍ଥ ସଂଚୟ ହୋଇ ପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସମ୍ବଲପୁର ପକ୍ଷରୁ ସୂଚନା ଦିଆଯାଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande