ଦିବ୍ୟାଙ୍ଗ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କେନ୍ଦୁଝର, 18 ସେପ୍ଟେମ୍ବର (ହି.ସ.) ଓଡିଶା ବିକଳାଙ୍ଗ ମଂଚ, କେନ୍ଦୁଝର ଶାଖା ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଚଳିତ ବର୍ଷ ହୋଇଯାଇଥିବା ବିବି-ଏସ୍ଏସ୍ ଏ କ୍ୟାମ୍ପରେ ବ୍ୟାପକ ଦୁର୍ନୀତି ଓ ଅବ୍ୟବସ୍ଥା ହୋଇଥିବା ମଂଚର ଅଭିଯୋଗ ଅଭି
Dibyang


କେନ୍ଦୁଝର, 18 ସେପ୍ଟେମ୍ବର (ହି.ସ.)

ଓଡିଶା ବିକଳାଙ୍ଗ ମଂଚ, କେନ୍ଦୁଝର ଶାଖା ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଚଳିତ ବର୍ଷ ହୋଇଯାଇଥିବା ବିବି-ଏସ୍ଏସ୍ ଏ କ୍ୟାମ୍ପରେ ବ୍ୟାପକ ଦୁର୍ନୀତି ଓ ଅବ୍ୟବସ୍ଥା ହୋଇଥିବା ମଂଚର ଅଭିଯୋଗ ଅଭିଯୋଗ କରିଥିବାବେଳେ ବସ୍ ପାସ୍,ଟ୍ରେନ ପାସ,ଡିଆର୍ଆଇ ଲୋନ,ଲେବର କାର୍ଡ ଷ୍ଟଲ,ସେଲଫ୍ ହେଲପ୍ କିଟ୍,ଏନ୍ଜିଓ,ସ୍କିଲ ଡେଭଲପମେଣ୍ଟ ଷ୍ଟଲ କୌଣସି ବ୍ଲକରେ କରାଯାଇନାହିଁ । ଶିବିର ହେବା ପୂର୍ବରୁ ଅଟୋ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଇନାହିଁ । ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା କରାଯାଇନାହିଁ । ଡାଲମା ଭାତ ଦେଇ ନନ୍ଭେଜ୍ ମିଲ୍ ବିଲ୍ କରାଯାଇ ୬୦ ରୁ ୭୦ ହଜାର ଟଙ୍କା ବାଟମାରଣା କରାଯାଇଥିବା ଅଭିଯୋଗ କରାଯାଇଛି । ଏନ୍ଜିଓ,କମ୍ପାନୀ ଓ ଅଙ୍ଗନବାଡି ନିଯୁକ୍ତିରେ ୪ ପ୍ରତିଶତ ସଂରକ୍ଷଣ କରାଯାଉନାହିଁ । ଦିବ୍ୟାଙ୍ଗ ମାନଙ୍କର ସାଂସ୍କୃତିକ ଅଧିକାର ଯାହା ଆର୍ପିଡି ଆକ୍ଟ-୨୦୧୬ ରେ ରେ ଲିଖିତ ଅଛି ତାହା ବ୍ୟାହାତ କରାଯାଇ ଦିବ୍ୟାଙ୍ଗ କଳାକାରଙ୍କ ପେଟକୁ ଲାତ ମରାଯାଉଛି । ଓଏମ୍ଆର୍ଏଫ୍ ରୁ ଦିବ୍ୟାଙ୍ଗ ମାନଙ୍କୁ ଅନୁଦାନ ଦିଆଯାଉନାହିଁ । ଡିଏମ୍ଏଫ୍ ରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ପ୍ରୋଜେକ୍ଟ ର ଅନୁଦାନ ବନ୍ଦ କରାଯାଇଛି । ଦିବ୍ୟାଙ୍ଗ ମାନଙ୍କ ପାଇଁ ବିବିଏସ୍ଏସ୍ ଏ ସ୍କିମ ରୁ ସେଲଫ୍ ହେଲପ୍ କିଟ୍ ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଦିଆଯାଉନାହିଁ । ଅନ୍ଲାଇନ୍ ପେନସନ୍ ମିଳିବାର ଅବ୍ୟବସ୍ଥା ଓ ଭତ୍ତା ବାଟମାରଣା କରାଯାଉଅଛି । ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ଆଧାର କାର୍ଡ ମଧ୍ୟ କରାଯାଉନାହିଁ । ପୋଲିସ ଷ୍ଟେସନରେ କେଶ୍ ଦେଲା ପରେ ମଧ୍ୟ ଏଫ୍ଆଇଆର୍ କରାଯାଉନାହିଁ । ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ଅନ୍ତୋଦୟ କାର୍ଡ ଦିଆଯାଉନାହିଁ । ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି କାର୍ଯ୍ୟକାରୀ କରୁନାହିଁ । ଏଣୁ ଉପରୋକ୍ତ ସମସ୍ୟାର ଯଥାଶୀଘ୍ର ସମାଧାନ କରାଯିବାକୁ ଓଡିଶା ବିକଳାଙ୍ଗ ମଂଚ, କେନ୍ଦୁଝର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande