ଗଣେଶ ପୂଜା ଚାନ୍ଦାକୁ ନେଇ ସ୍କୁଲରେ ଗଣ୍ଡଗୋଳ, ଶିକ୍ଷୟିତ୍ରୀଙ୍କୁ ଧମକ, ସ୍ୱାମୀଙ୍କୁ ଲାଠିରେ ଆକ୍ରମଣ; ମାମଲା ରୁଜୁ
ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ଗଣେଶ ପୂଜା ପାଇଁ ଚାନ୍ଦା ମାଗିବାକୁ କେନ୍ଦ୍ର କରି ଧାମନଗର ଥାନା ଅନ୍ତର୍ଗତ ଇଚ୍ଛଦା ସ୍ଥିତ ପୁରୁଷୋତମପୁର ସ୍କୁଲରେ ଗଣ୍ଡଗୋଳ ଘଟିଥିବା ଅଭିଯୋଗ ହୋଇଛି। ଚାନ୍ଦା ଦେବାକୁ ବାରଣ କରିବାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ଗାଳିଗୁଲଜ କରିବା ସହ ପେଟ୍ରୋଲ ଢାଳି ଜାଳି ଦେବାକୁ
ଗଣେଶ ପୂଜା ଚାନ୍ଦାକୁ ନେଇ ସ୍କୁଲରେ ଗଣ୍ଡଗୋଳ, ଶିକ୍ଷୟିତ୍ରୀଙ୍କୁ ଧମକ, ସ୍ୱାମୀଙ୍କୁ ଲାଠିରେ ଆକ୍ରମଣ; ମାମଲା ରୁଜୁ


ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ଗଣେଶ ପୂଜା ପାଇଁ ଚାନ୍ଦା ମାଗିବାକୁ କେନ୍ଦ୍ର କରି ଧାମନଗର ଥାନା ଅନ୍ତର୍ଗତ ଇଚ୍ଛଦା ସ୍ଥିତ ପୁରୁଷୋତମପୁର ସ୍କୁଲରେ ଗଣ୍ଡଗୋଳ ଘଟିଥିବା ଅଭିଯୋଗ ହୋଇଛି। ଚାନ୍ଦା ଦେବାକୁ ବାରଣ କରିବାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ଗାଳିଗୁଲଜ କରିବା ସହ ପେଟ୍ରୋଲ ଢାଳି ଜାଳି ଦେବାକୁ ଧମକ ଦିଆଯାଇଥିବା ବେଳେ ତାଙ୍କ ସ୍ୱାମୀଙ୍କୁ ଲାଠି ଓ କଟୁରୀ ଦେଖାଇ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ, ସେପ୍େଟମ୍ବର ୧୪ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ୨୦ରେ ସ୍କୁଲରେ ଗଣେଶ ପୂଜା ଚାଲିଥିବା ସମୟରେ ଇଚ୍ଛାଦାର ତପନ କୁମାର ସାହୁ ସ୍କୁଲ ପରିସରକୁ ଆସି ଚାନ୍ଦା ମାଗିଥିଲେ। ଶିକ୍ଷୟିତ୍ରୀ ପୂଜାରାଣୀ ଜେନା ଚାନ୍ଦା ଦେବାକୁ ବାରଣ କରିବାରୁ ତପନ ତାଙ୍କୁ ଗାଳିଗୁଲଜ କରିବା ସହ ପେଟ୍ରୋଲ ଢାଳି ଜାଳିଦେବାକୁ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଘଟଣାକୁ ବିରୋଧ କରିଥିବା ଶିକ୍ଷକ ସରତ ଚନ୍ଦ୍ର କୁଣ୍ଡୁ ଓ ଧର୍ମେନ୍ଦ୍ର ସ୍ୱାଇଁଙ୍କୁ ମଧ୍ୟ ମାରପିଟ୍ କରାଯାଇଥିବା ଅଭିଯୋଗ ହୋଇଛି।ପରେ ସେହିଦିନ ଅପରାହ୍ନ ପ୍ରାୟ ୨ ଟା ୩୦ରେ ପୂଜାରାଣୀଙ୍କ ସ୍ୱାମୀ ରତ୍ନାକର ପରିଡ଼ା ସ୍କୁଲ ଗେଟ୍ ନିକଟରେ ପହଞ୍ଚିବା ପରେ ତପନ ତାଙ୍କୁ କଟୁରୀ ଦେଖାଇ ହତ୍ୟା ଧମକ ଦେବା ସହ ଲାଠିରେ ପ୍ରହାର କରିଥିବା ଅଭିଯୋଗ ରହିଛି। ଏଥିସହ ସେମାନଙ୍କ ଗାଡ଼ି ପୋଡ଼ିଦେବାକୁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗକାରିଣୀ କହିଛନ୍ତି।ଏ ନେଇ ପୂଜାରାଣୀ ଜେନା ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ କେସ୍ ନଂ ୪୦୦/୨୦୨୬ ରୁଜୁ କରିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande