ଗମ୍ଫାକୋଣ୍ଡା ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଦୀପ ପ୍ରଜ୍ଵଳନ, ଦୀର୍ଘାୟୁ କାମନା
ମାଲକାନଗିରି, ୧୮ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗମ୍ଫାକୋଣ୍ଡା ମଣ୍ଡଳ ପକ୍ଷରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମଦିନ ମହା ଆଡମ୍ବର ଓ ଉତ୍ସାହର ସହ ପାଳନ କରାଯାଇଛି । ଗମ୍ଫାକୋଣ୍ଡା ମଣ୍ଡଳ ଅନ୍ତର୍ଗତ ଏମଭି-୬୬ ଗ୍ରାମରେ ବିଜେପି ମହିଳା ମୋର୍ଚ୍ଚା ପ
ଗମ୍ଫାକୋଣ୍ଡା ମଣ୍ଡଳ ପକ୍ଷରୁ   ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଦୀପ ପ୍ରଜ୍ଜ୍ୱଳନ, ଦୀର୍ଘାୟୁ କାମନା


ମାଲକାନଗିରି, ୧୮ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗମ୍ଫାକୋଣ୍ଡା ମଣ୍ଡଳ ପକ୍ଷରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମଦିନ ମହା ଆଡମ୍ବର ଓ ଉତ୍ସାହର ସହ ପାଳନ କରାଯାଇଛି । ଗମ୍ଫାକୋଣ୍ଡା ମଣ୍ଡଳ ଅନ୍ତର୍ଗତ ଏମଭି-୬୬ ଗ୍ରାମରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମହିଳା ମୋର୍ଚ୍ଚା ସଭାନେତ୍ରୀ ଚଞ୍ଚଳା ରାୟଙ୍କ ନେତୃତ୍ୱରେ ଶତାଧିକ ମହିଳା ଏକତ୍ରିତ ହୋଇ ଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ ।

ଏହି ଅବସରରେ ଦେଶର ବିକାଶ, ନାରୀ ସଶକ୍ତିକରଣ, ସ୍ୱଚ୍ଛ ଭାରତ, ଉଜ୍ଜ୍ୱଳା ଯୋଜନା ଭଳି ବିଭିନ୍ନ ଜନକଲ୍ୟାଣ ଯୋଜନା ମାଧ୍ୟମରେ ମୋଦୀ ସରକାର ଗରିବ ଓ ମହିଳାମାନଙ୍କ ପାଇଁ କରିଥିବା କାର୍ଯ୍ୟ ଉପରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ବରିଷ୍ଠ ନେତା ଉତ୍ତମ ଓଝା, ବରିଷ୍ଠ ନେତା ଆଡମା ରାବା ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଜୀବନି ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ନିଖିଲ ଦାସ, ପ୍ରମିଳା ଦାସ, ମୋନଜ ରାୟ, ରାମା କବାସୀ, ସନ୍ତୋଷ ମଜୁମଦାର, ପରିତୋଷ ମିସ୍ତ୍ରୀଙ୍କ ସମେତ ଗମ୍ଫାକୋଣ୍ଡା ମଣ୍ଡଳର ବହୁ ସକ୍ରିୟ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande