


ବଲାଙ୍ଗିର, ୧୮ ସେପ୍ଟେମ୍ବର (ହି.ସ.)- ଆଜି ରୋଶନୀ ପବ୍ଲିକ ସ୍କୁଲ, ଗୈନୁଲାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଙ୍ଗାଧରଙ୍କ ସାହିତ୍ୟରେ କୃଷକ ସଂଗୀତ ଓ ନବାନ୍ନକୁ ନେଇ ଏକ ଆଲୋଚନାଚକ୍ରରେ ସଭାପତି ଆସନରେ ଆସୀନ ଥିଲେ ପ୍ରଫେସର ତରୁଣ କୁମାର ମିଶ୍ର ଅବସର ପ୍ରାପ୍ତ ଅଧ୍ୟାପକ ତଥା ଅଧ୍ୟକ୍ଷ ରାଜେନ୍ଦ୍ର କଲେଜ ବଲାଙ୍ଗୀର ।
ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସୃଜନୀଶକ୍ତିର ବିକାଶ ସକାଶେ ଏକ କବିତା ପଠନ ହୋଇ ମାତୃଭାଷା ଓଡିଆ ଭାଷାରେ ୧୯ ଜଣ କବିତା ଲେଖି ପଠନ କରିଥିଲେ । ପରିଷଦ ସେମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ସ୍କୁଲ ର ଅଧ୍ୟକ୍ଷ ଶ୍ରମତୀ ରାଜ ଲକ୍ଷ୍ମୀ ପଣ୍ଡା ମୁଖ୍ୟ ଅତିଥି ତଥା ସ୍କୁଲ ର ଓଡିଆ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ତଥା ଡକ୍ଟର ଭବାନୀ ଶଙ୍କର ପଟେଲ, ରାମ ଶଙ୍କର ଶତପଥୀ ରଶ୍ମୀ ପାତ୍ର ବଳିଷ୍ଠ ପଧାନ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳକ ଭାବରେ ଶିକ୍ଷୟତ୍ରୀ ଶ୍ରୀମତୀ ଶର୍ମିଷ୍ଠା ଗୁରୁ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ