
ଚମ୍ପୁଆ, ୧୮ ସେପ୍ଟେମ୍ବର (ହି.ସ.)- ଚମ୍ପୁଆ ସାମ୍ବାଦିକ ସଂଘର ସମ୍ପାଦକ ତଥା ସାମ୍ବାଦିକ ପ୍ରଦୀପ ପ୍ରଧାନଙ୍କ ମାଆ ରମ୍ବା ପ୍ରଧାନଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ବୟସାଧିକ୍ୟ ତଥା ଅସୁସ୍ଥତା କାରଣରୁ ଚମ୍ପୁଆ ବ୍ଲକ ଇଚିଣ୍ଡାସ୍ଥିତ ବାସଭବନରେ ୧୯ ତାରିଖ ସକାଳ ପ୍ରାୟ ୬ଟା ସମୟରେ ତାଙ୍କର ଅକାଳ ବିୟୋଗ ଘଟିଛି। ତାଙ୍କ ଶେଷ ଦର୍ଶନ ପାଇଁ ବହୁ ଗଣମାଧମ ପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।ସ୍ୱର୍ଗତ ରମ୍ବା ପ୍ରଧାନ ଜଣେ ଧର୍ମପରାୟଣ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ପରିବାର, ବନ୍ଧୁବର୍ଗ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମୃତ୍ୟୁ ସମୟରେ ତାଙ୍କ ନିକଟରେ ବଡ଼ ପୁଅ ପ୍ରଫୁଲ୍ଲ ପ୍ରଧାନ, ସାନ ପୁଅ ତଥା ସାମ୍ବାଦିକ ପ୍ରଦୀପ ପ୍ରଧାନଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / Trinath Mahanta