ଖବରକାଗଜ ସଂଗ୍ରାହକ ବିମଳ ଷଡ଼ଙ୍ଗୀଙ୍କ ଦେହାନ୍ତ
ଖୋର୍ଦ୍ଧା, ୧୮ ସେପ୍ଟେମ୍ବର(ହି.ସ.) – ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ସଂଗ୍ରାହକ ଭାବେ ପରିଚିତ ବିମଳ ଷଡ଼ଙ୍ଗୀ(୭୫) ଆଉ ନାହାନ୍ତି। ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି।
Paper


ଖୋର୍ଦ୍ଧା, ୧୮ ସେପ୍ଟେମ୍ବର(ହି.ସ.) – ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ସଂଗ୍ରାହକ ଭାବେ ପରିଚିତ ବିମଳ ଷଡ଼ଙ୍ଗୀ(୭୫) ଆଉ ନାହାନ୍ତି। ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ଖୋର୍ଦ୍ଧାର ସାମାଜିକ, ସାହିତ୍ୟିକ ଓ ସାଂସ୍କୃତିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଉତ୍କଳ ସମ୍ମିଳନୀ ସହ ଖୋର୍ଦ୍ଧା ମାଟି ଓ ଓଡ଼ିଆ ସାହିତ୍ୟ-ସଂସ୍କୃତି କ୍ଷେତ୍ର ପାଇଁ ଏକ ବଡ଼ କ୍ଷତି ବୋଲି ସେ ମତପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande